ହାଇସ୍କୁଲ ପାଇଁ ୬,୦୨୫ ଏଲ୍‌ଟିଆର୍‌ ଶିକ୍ଷକ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନେ ଛୁଟି, ଟ୍ରେନିଂ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଲେ ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ବିଷୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ହାଇସ୍କୁଲଗୁଡ଼ିକରେ ପୂର୍ବ ଅନୁମୋଦନଠାରୁ ଆଉ ୧୫ ପ୍ରତିଶତ ଅଧିକ ଶିକ୍ଷକ (ଲିଭ୍‌, ଟ୍ରେନିଂ ରିଜର୍ଭ ବା ଏଲ୍‌ଟିଆର୍‌) ପଦବୀ ପୂରଣ କରିବେ। ହାଇସ୍କୁଲଗୁଡ଼ିକରେ ଏବେ ୪୦,୧୬୬ ଶିକ୍ଷକ ପଦବୀ ରହିଛି। ଏହାର ୧୫ ପ୍ରତିଶତ ହିସାବରେ ୬ ହଜାର ୨୫ ପଦବୀ ସୃଷ୍ଟି କରାଯିବ। ତାହା ବିଭିନ୍ନ ସମୟରେ ଖାଲି ପଡ଼ୁଥିବା ଶିକ୍ଷକ ପଦବୀ ପୂରଣ କରିବାରେ ସହାୟକ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହ ପ୍ରସ୍ତାବକୁ ଲୋକସେବା ଭବନରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ୨୩୭ଟି ଛାତ୍ରାବାସ (ବାଳକ) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡ଼ିକର ନିର୍ମାଣ ପାଇଁ ୧୦୦୦.୧୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରତ୍ୟେକ ଛାତ୍ରାବାସ ପାଇଁ ୪.୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଛାତ୍ରାବାସଗୁଡିକୁ ୩ ମହଲା ବିଶିଷ୍ଟ ହେବ ଏବଂ ନିର୍ମାଣ କାର୍ଯ୍ୟ ୧ ବର୍ଷ ମଧ୍ୟରେ ଶେଷ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ସରକାରୀ କର୍ମଚାରୀଙ୍କର କିନ୍ନର (ଟ୍ରାନ୍ସଜେଣ୍ଡର) ସନ୍ତାନଙ୍କୁ ପରିବାର ପେନ୍‌ସନ ମିଳିବ। ସେମାନେ ଅନ୍ୟ ସନ୍ତାନଙ୍କ ଭଳି ପେନ୍‌ସନ ପାଇବାକୁ ହକଦାର ହେବେ। ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ପେନ୍‌ସନ) ନିୟମାବଳୀ- ୧୯୯୨ର ସଂଶୋଧନ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଉକ୍ତ ନିୟମ ସଂଶୋଧନ ହେବା ପରେ ୨୦୨୦ ଜାନୁୟାରୀ ୧୦ ଅଥବା ଏହାପରେ ମୃତ୍ୟୁ ଘଟିଥିବା ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କର ସାଥୀହୀନ କିନ୍ନରଙ୍କୁ ଅବିବାହିତ କନ୍ୟା ଭାବେ ବିବେଚନା କରାଯିବ। ଯଦି ମୃତ କର୍ମଚାରୀଙ୍କର ଅନ୍ୟ କୌଣସି ବଡ଼ ଅବିବାହିତା ଅଥବା ଦିବ୍ୟାଙ୍ଗ କନ୍ୟା ନ ଥିବେ ତେବେ କିନ୍ନର ସନ୍ତାନଙ୍କୁ ପରିବାର ପେନ୍‌ସନ ମିଳିବ। ୨୫ ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନ (ନିୟମାନୁଯାୟୀ ପରିବାର ପେନ୍‌ସନ ପାଇବାକୁ ହକଦାର ହେଉଥିଲେ) ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କ ଉପରେ ନିର୍ଭରଶୀଳ ହୋଇଥିଲେ ପରିବାର ପେନ୍‌ସନ ପାଇପାରିବେ। ଏଥିସହିତ ପରିବାର ପେନ୍‌ସନ ପାଇବା ପାଇଁ ୨୫ ବର୍ଷରୁ ଊର୍ଦ୍ଧ୍ୱ ଅବିବାହିତା, ବିଧବା, ସ୍ବାମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ସୀମା ୪,୪୪୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଓଡ଼ିଶା ବେସାମରିକ ସେବା (ପେନ୍‌ସନ) ନିୟମାବଳୀ-୧୯୯୨ରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସନ୍ତାନ ଭାବେ ବିବେଚନା କରାଯାଉ ନ ଥିଲା। ଫଳରେ ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ ଭୋଗୀଙ୍କର ମୃତ୍ୟୁ ହେଲେ, ସେମାନଙ୍କର ଟ୍ରାନ୍ସଜେଣ୍ଡର ସନ୍ତାନ ପରିବାର ପେନ୍‌ସନ ପାଇବାରୁ ବଞ୍ଚିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri