୬ ଦିନରେ ୬୦୦ ଇରାନୀୟ ମୃତ

ତେହରାନ୍‌/ଓ୍ବାଶିଂଟନ୍‌,୧୯ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଏଥିସହ ଇସ୍ରାଏଲ୍‌ ଆକ୍ରମଣରେ ଇରାନ୍‌ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ ନିଃସର୍ତ୍ତ ଆମତ୍ସମର୍ପଣ ପାଇଁ ଆହ୍ବାନ ଦେବା ପରେ ଇରାନ୍‌ ତେଲ୍‌ଆଭିଭ୍‌କୁ ଟାର୍ଗେଟ କରି ଫତହ-୧ ମିଶାଇଲ୍‌ ଛାଡ଼ିଥିବା କହିଛି। ଇସ୍ରାଏଲ୍‌ରେ ଅଦ୍ୟାବଧି ୨୫ ଜଣ ନିହତ ହୋଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ନିଃସର୍ତ୍ତ ଆମତ୍ସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ। ଏହାର ଦିନକ ପରେ ଖାମେନେଇ ଟ୍ରମ୍ପ୍‌ଙ୍କ ଆହ୍ବାନକୁ ପ୍ରତ୍ୟାଖ୍ୟାନ କରି ଆମେରିକାକୁ ଓଲଟା ଧମକ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଖାମେନେଇ କହିଛନ୍ତି, ଆମେରିକା ଯଦି ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ସାମିଲ ହୁଏ ତେବେ ଏହାକୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିବ। ସେହିପରି ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଆମେରିକୀୟ ହସ୍ତକ୍ଷେପକୁ ଯୁଦ୍ଧ ଜରିଆରେ ମୁକାବିଲା କରାଯିବ ବୋଲି କହିଛି।
ଇସ୍ରାଏଲ୍‌ ପକ୍ଷରୁ ଇରାନ୍‌ର ମିଶାଇଲ୍‌ ନିର୍ମାଣ କେନ୍ଦ୍ର ଉପରେ ଆକ୍ରମଣ ପାଇଁ ୫୦ରୁ ଊର୍ଦ୍ଧ୍ୱ ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଛି। ଆକ୍ରମଣରେ ଇରାନ୍‌ର ତବ୍‌ରିଜ ମିଶାଇଲ୍‌ ବେସ୍‌ ଓ ମଶାହଦ ଏୟାରଫିଲ୍ଡର ପ୍ରଭୂତ କ୍ଷତି ସାଧିତ ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ଇରାନ୍‌ ଦାବି କରିଛି ଯେ, ଇସ୍ରାଏଲ୍‌ ଆଡ଼କୁ ଏକ ଫତହ-୧ ମିଶାଇଲ୍‌ ଛଡ଼ାଯାଇଛି। ଏହା ସତ ହୋଇଥିଲେ ୨୦୨୩ ପରେ ସଦ୍ୟ ଯୁଦ୍ଧରେ ଇରାନ୍‌ ପକ୍ଷରୁ ଏହା ଇସ୍ରାଏଲ୍‌-ଷ୍ଟ୍ରାଇକର୍‌ର ପ୍ରଥମ ପ୍ରୟୋଗ। ଇତିମଧ୍ୟରେ ଆମେରିକାର ୨ ଜଣ ଅଧିକାରୀ କହିଛନ୍ତି, ଟ୍ରମ୍ପ୍‌ ଇରାନୀୟ ନ୍ୟୁକ୍ଲିୟର ଫାସିଲଟିଗୁଡ଼ିକ ଉପରେ ଆମେରିକୀୟ ସାମରିକ ଉପକରଣ ବ୍ୟବହାର କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ। ୩୦ରୁ ଅଧିକ ୟୁଏସ୍‌ ମିଲିଟାରି ଏରିଆଲ୍‌ ରିଫ୍ୟୁଲିଙ୍ଗ୍‌ ଟ୍ୟାଙ୍କରକୁ ମଧ୍ୟପ୍ରାଚ୍ୟକୁ ଛଡ଼ାଯାଇଛି। ଇରାନ୍‌ ୬ ଦିନ ଭିତରେ ତେଲ୍‌ଆଭିଭ୍‌ ଆଡ଼କୁ ୪୦୦ରୁ ଅଧିକ ମିଶାଇଲ୍‌ ଓ ଅନେକ ଶହ ଡ୍ରୋନ୍‌ ଛାଡ଼ିସାରିଲାଣି। ଏଥିରେ ଇସ୍ରାଏଲ୍‌ର ୪୦ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି।
ଇରାନ୍‌ର ଶେଷ ରାଜାଙ୍କ ପୁଅ ତଥା ନିର୍ବାସନରେ ଥିବା ବିରୋଧୀ ବ୍ୟକ୍ତିତ୍ୱ ରେଜା ପହଲଭି କ୍ଷମତା ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି। ଖାମେନେଇ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛନ୍ତି ଏବଂ ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଭୁଶୁଡ଼ିପଡ଼ିଥିବା ସେ ଦାବି କରିଛନ୍ତି।

ଇସ୍ରାଏଲ୍‌ର ଇରାନ୍‌ ଆକ୍ରମଣ ଏକ ବଡ଼ ଭୁଲ୍‌। ଏଥିପାଇଁ ଇସ୍ରାଏଲ୍‌କୁ ଦଣ୍ଡ ଭୋଗିବାକୁ ପଡ଼ିବ। ଇରାନ୍‌ ଉପରେ ଶାନ୍ତି କିମ୍ବା ଯୁଦ୍ଧ ଲଦି ଦିଆଗଲେ ଏହାକୁ ତେହରାନ୍‌ ଗ୍ରହଣ କରିବ ନାହିଁ। ଯେଉଁମାନେ ଇରାନ୍‌ର ଇତିହାସ ଜାଣନ୍ତି, ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ତେହରାନ୍‌ ଧମକପୂର୍ଣ୍ଣ ଭାଷାର ଉତ୍ତର ଦେବା ଜାଣିଛି। ଇରାନୀୟମାନେ ଆମତ୍ସମର୍ପଣ କରନ୍ତି ନାହିଁ। ଆମେରିକା ପକ୍ଷରୁ କୌଣସି ପ୍ରକାର ଷ୍ଟ୍ରାଇକ୍‌ କରାଗଲେ ଏହାର ପରିଣାମ ଅପୂରଣୀୟ କ୍ଷତି ଆଣିଦେବ।
-ଆୟାତୋଲ୍ଲା ଅଲୀ ଖାମେନେଇ, ଇରାନ୍‌ ସୁପ୍ରିମ ଲିଡର

୧୦-୧୨ ଦିନରେ ସରିଯିବ ଇସ୍ରାଏଲୀ ମିଶାଇଲ

ତେହରାନ୍‌ରୁ ନେଇ ତେଲ୍‌ଆଭିଭ୍‌ ପର୍ଯ୍ୟନ୍ତ ଚାଲିଛି ମିଶାଇଲ ମାଡ଼ର ପ୍ରତିଯୋଗିତା। ଇରାନ୍‌ ଉପରେ ଆକ୍ରମଣ ବେଳେ ଇସ୍ରାଏଲ୍‌ ଭାବି ନ ଥିଲା ଏପରି ପ୍ରତିରୋଧର ସମ୍ମୁଖୀନ ହେବ ବୋଲି। ଇସ୍ରାଏଲୀ ଇଣ୍ଟରସେପ୍ଟରଗୁଡ଼ିକ ବର୍ତ୍ତମାନ ଚାପଗ୍ରସ୍ତ। ଇସ୍ରାଏଲ୍‌କୁ ଡିଫେନ୍ସ ଅପରେଶନ୍‌ ପାଇଁ ପ୍ରତି ରାତିରେ ୨୮୫ ନିୟୁତ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଇରାନ୍‌ର ପ୍ରତିଆକ୍ରମଣକୁ ଇସ୍ରାଏଲ୍‌ ଆଉ କେତେଦିନ ବରଦାସ୍ତ କରିପାରିବ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଲାଣି। ଏଭଳି ସ୍ଥିତିରେ ଇସ୍ରାଏଲ୍‌ ଆମେରିକାଠାରୁ ଯୁଦ୍ଧାସ୍ତ୍ର ସହଯୋଗ ନ ପାଇଲେ ଏହାର ସାମରିକ ଭିତ୍ତିଭୂମି ଦୋହଲିଯିବ ବୋଲି ଅନେକେ ମତ ଦେଉଛନ୍ତି। କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏତେ ଶୀଘ୍ର ଇସ୍ରାଏଲ୍‌ ସହ ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାକୁ ସାମିଲ କରି ତେହରାନ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ନ ପାରନ୍ତି ବୋଲି ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri