୬ ଦିନରେ ୬୦୦ ଇରାନୀୟ ମୃତ

ତେହରାନ୍‌/ଓ୍ବାଶିଂଟନ୍‌,୧୯ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଏଥିସହ ଇସ୍ରାଏଲ୍‌ ଆକ୍ରମଣରେ ଇରାନ୍‌ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ ନିଃସର୍ତ୍ତ ଆମତ୍ସମର୍ପଣ ପାଇଁ ଆହ୍ବାନ ଦେବା ପରେ ଇରାନ୍‌ ତେଲ୍‌ଆଭିଭ୍‌କୁ ଟାର୍ଗେଟ କରି ଫତହ-୧ ମିଶାଇଲ୍‌ ଛାଡ଼ିଥିବା କହିଛି। ଇସ୍ରାଏଲ୍‌ରେ ଅଦ୍ୟାବଧି ୨୫ ଜଣ ନିହତ ହୋଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ନିଃସର୍ତ୍ତ ଆମତ୍ସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ। ଏହାର ଦିନକ ପରେ ଖାମେନେଇ ଟ୍ରମ୍ପ୍‌ଙ୍କ ଆହ୍ବାନକୁ ପ୍ରତ୍ୟାଖ୍ୟାନ କରି ଆମେରିକାକୁ ଓଲଟା ଧମକ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଖାମେନେଇ କହିଛନ୍ତି, ଆମେରିକା ଯଦି ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ସାମିଲ ହୁଏ ତେବେ ଏହାକୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିବ। ସେହିପରି ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଆମେରିକୀୟ ହସ୍ତକ୍ଷେପକୁ ଯୁଦ୍ଧ ଜରିଆରେ ମୁକାବିଲା କରାଯିବ ବୋଲି କହିଛି।
ଇସ୍ରାଏଲ୍‌ ପକ୍ଷରୁ ଇରାନ୍‌ର ମିଶାଇଲ୍‌ ନିର୍ମାଣ କେନ୍ଦ୍ର ଉପରେ ଆକ୍ରମଣ ପାଇଁ ୫୦ରୁ ଊର୍ଦ୍ଧ୍ୱ ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଛି। ଆକ୍ରମଣରେ ଇରାନ୍‌ର ତବ୍‌ରିଜ ମିଶାଇଲ୍‌ ବେସ୍‌ ଓ ମଶାହଦ ଏୟାରଫିଲ୍ଡର ପ୍ରଭୂତ କ୍ଷତି ସାଧିତ ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ଇରାନ୍‌ ଦାବି କରିଛି ଯେ, ଇସ୍ରାଏଲ୍‌ ଆଡ଼କୁ ଏକ ଫତହ-୧ ମିଶାଇଲ୍‌ ଛଡ଼ାଯାଇଛି। ଏହା ସତ ହୋଇଥିଲେ ୨୦୨୩ ପରେ ସଦ୍ୟ ଯୁଦ୍ଧରେ ଇରାନ୍‌ ପକ୍ଷରୁ ଏହା ଇସ୍ରାଏଲ୍‌-ଷ୍ଟ୍ରାଇକର୍‌ର ପ୍ରଥମ ପ୍ରୟୋଗ। ଇତିମଧ୍ୟରେ ଆମେରିକାର ୨ ଜଣ ଅଧିକାରୀ କହିଛନ୍ତି, ଟ୍ରମ୍ପ୍‌ ଇରାନୀୟ ନ୍ୟୁକ୍ଲିୟର ଫାସିଲଟିଗୁଡ଼ିକ ଉପରେ ଆମେରିକୀୟ ସାମରିକ ଉପକରଣ ବ୍ୟବହାର କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ। ୩୦ରୁ ଅଧିକ ୟୁଏସ୍‌ ମିଲିଟାରି ଏରିଆଲ୍‌ ରିଫ୍ୟୁଲିଙ୍ଗ୍‌ ଟ୍ୟାଙ୍କରକୁ ମଧ୍ୟପ୍ରାଚ୍ୟକୁ ଛଡ଼ାଯାଇଛି। ଇରାନ୍‌ ୬ ଦିନ ଭିତରେ ତେଲ୍‌ଆଭିଭ୍‌ ଆଡ଼କୁ ୪୦୦ରୁ ଅଧିକ ମିଶାଇଲ୍‌ ଓ ଅନେକ ଶହ ଡ୍ରୋନ୍‌ ଛାଡ଼ିସାରିଲାଣି। ଏଥିରେ ଇସ୍ରାଏଲ୍‌ର ୪୦ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି।
ଇରାନ୍‌ର ଶେଷ ରାଜାଙ୍କ ପୁଅ ତଥା ନିର୍ବାସନରେ ଥିବା ବିରୋଧୀ ବ୍ୟକ୍ତିତ୍ୱ ରେଜା ପହଲଭି କ୍ଷମତା ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି। ଖାମେନେଇ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛନ୍ତି ଏବଂ ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଭୁଶୁଡ଼ିପଡ଼ିଥିବା ସେ ଦାବି କରିଛନ୍ତି।

ଇସ୍ରାଏଲ୍‌ର ଇରାନ୍‌ ଆକ୍ରମଣ ଏକ ବଡ଼ ଭୁଲ୍‌। ଏଥିପାଇଁ ଇସ୍ରାଏଲ୍‌କୁ ଦଣ୍ଡ ଭୋଗିବାକୁ ପଡ଼ିବ। ଇରାନ୍‌ ଉପରେ ଶାନ୍ତି କିମ୍ବା ଯୁଦ୍ଧ ଲଦି ଦିଆଗଲେ ଏହାକୁ ତେହରାନ୍‌ ଗ୍ରହଣ କରିବ ନାହିଁ। ଯେଉଁମାନେ ଇରାନ୍‌ର ଇତିହାସ ଜାଣନ୍ତି, ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ତେହରାନ୍‌ ଧମକପୂର୍ଣ୍ଣ ଭାଷାର ଉତ୍ତର ଦେବା ଜାଣିଛି। ଇରାନୀୟମାନେ ଆମତ୍ସମର୍ପଣ କରନ୍ତି ନାହିଁ। ଆମେରିକା ପକ୍ଷରୁ କୌଣସି ପ୍ରକାର ଷ୍ଟ୍ରାଇକ୍‌ କରାଗଲେ ଏହାର ପରିଣାମ ଅପୂରଣୀୟ କ୍ଷତି ଆଣିଦେବ।
-ଆୟାତୋଲ୍ଲା ଅଲୀ ଖାମେନେଇ, ଇରାନ୍‌ ସୁପ୍ରିମ ଲିଡର

୧୦-୧୨ ଦିନରେ ସରିଯିବ ଇସ୍ରାଏଲୀ ମିଶାଇଲ

ତେହରାନ୍‌ରୁ ନେଇ ତେଲ୍‌ଆଭିଭ୍‌ ପର୍ଯ୍ୟନ୍ତ ଚାଲିଛି ମିଶାଇଲ ମାଡ଼ର ପ୍ରତିଯୋଗିତା। ଇରାନ୍‌ ଉପରେ ଆକ୍ରମଣ ବେଳେ ଇସ୍ରାଏଲ୍‌ ଭାବି ନ ଥିଲା ଏପରି ପ୍ରତିରୋଧର ସମ୍ମୁଖୀନ ହେବ ବୋଲି। ଇସ୍ରାଏଲୀ ଇଣ୍ଟରସେପ୍ଟରଗୁଡ଼ିକ ବର୍ତ୍ତମାନ ଚାପଗ୍ରସ୍ତ। ଇସ୍ରାଏଲ୍‌କୁ ଡିଫେନ୍ସ ଅପରେଶନ୍‌ ପାଇଁ ପ୍ରତି ରାତିରେ ୨୮୫ ନିୟୁତ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଇରାନ୍‌ର ପ୍ରତିଆକ୍ରମଣକୁ ଇସ୍ରାଏଲ୍‌ ଆଉ କେତେଦିନ ବରଦାସ୍ତ କରିପାରିବ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଲାଣି। ଏଭଳି ସ୍ଥିତିରେ ଇସ୍ରାଏଲ୍‌ ଆମେରିକାଠାରୁ ଯୁଦ୍ଧାସ୍ତ୍ର ସହଯୋଗ ନ ପାଇଲେ ଏହାର ସାମରିକ ଭିତ୍ତିଭୂମି ଦୋହଲିଯିବ ବୋଲି ଅନେକେ ମତ ଦେଉଛନ୍ତି। କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏତେ ଶୀଘ୍ର ଇସ୍ରାଏଲ୍‌ ସହ ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାକୁ ସାମିଲ କରି ତେହରାନ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ନ ପାରନ୍ତି ବୋଲି ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?