ବିନା ଆଧାରରେ ୬ଶହ କୋଟିର ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର,୧୪।୭ (ବନ୍ଦନା ସେଠୀ): ପରିମଳ ପରେ ଏବେ ଟିକସ ଆଦାୟକୁ ନେଇ ଟ୍ୟାକ୍ସ କଲେକ୍ଟର ବା ଓ୍ବାର୍ଡ ଅଫିସରଙ୍କୁ ତନାଘନା କରାଯାଇଛି। ଟେକ୍ନୋଲୋଜିର ଉପଯୋଗ କରି ସ୍ବଚ୍ଛତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ଜୋନ୍‌କୁ ୨ଶହ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ଦିଆଯାଇଛି। ଗତ ମେ’ ମାସରେ ହୋଇଥିବା ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଏମ୍‌ସି ପକ୍ଷରୁ କେବଳ ହୋଲ୍ଡିଂ ଟିକସ ଆଦାୟ ଲକ୍ଷ୍ୟ ୩ଶହ କୋଟି ରଖାଯାଇ ପ୍ରତି ଓ୍ବାର୍ଡକୁ ଶହେ କୋଟିର ହୋଲ୍ଡିଂ ଟିକସ ଲକ୍ଷ୍ୟ ଦିଆଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ୍‌ ହୋଲ୍ଡିଂ ଟିକସ ଲକ୍ଷ୍ୟ ୧୨୦କୋଟି ରଖାଯାଇଥିବାବେଳେ ୮୫କୋଟି ଟଙ୍କା ଟିକସ ଆଦାୟ କରାଯାଇଥିଲା। ତେଣୁ କେଉଁ ଭିତ୍ତିରେ କର୍ତ୍ତୃପକ୍ଷ ପ୍ରତି ଜୋନ୍‌କୁ ଶହେ କୋଟିର ଟିକସ ଆଦାୟ ଲକ୍ଷ୍ୟ ଦେଇଛନ୍ତି ତାହାକୁ ନେଇ ଓ୍ବାର୍ଡ ଅଫିସରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ମାତ୍ର ଏବେ ପୁଣି ରାଜସ୍ବ ଆଦାୟ ଲକ୍ଷ୍ୟକୁ ବୃଦ୍ଧି କରି ପ୍ରତି ଜୋନ୍‌କୁ ୨ଶହ କୋଟି ଟଙ୍କାର ଟାର୍ଗେଟ ଦିଆଯାଇଛି। ଅପରପକ୍ଷେ ୨୩ଜଣ ଓ୍ବାର୍ଡ ଅଫିସରଙ୍କ ବଦଳି କରି ସେମାନଙ୍କୁ ନୂତନ ଜୋନ୍‌କୁ ସ୍ଥାନାନ୍ତର କରାଯାଇଛି। ଫଳରେ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରେ ଟିକସଦାତାଙ୍କୁ ଚିହ୍ନିବା ପାଇଁ ସମୟ ଲାଗିବ। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକତା ଠାରୁ ବହୁଗୁଣା ଅଧିକ ଟିକସ ଆଦାୟ ଲକ୍ଷ୍ୟ ପ୍ରଦାନ କରିବା କେତେଦୂର ଯଥାର୍ଥ ତାକୁ ନେଇ ପ୍ରଶ୍ନ ଉଠିଛି। ଅପରପକ୍ଷେ ଲୋକଙ୍କ ପାଖକୁ ଯାଅ, ତାଙ୍କୁ ବୁଝାଅ କେମିତି ବି କର ମାତ୍ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ତାଗିଦ୍‌ କରିଛି ବିଏମ୍‌ସି। ଜୋନାଲ ଡେପୁଟି କମିଶନରମାନେ ଜୋନ୍‌ୱାରି ଏହି ଟାର୍ଗେଟ ରଖିବା ସହିତ ନିଜ ସ୍ତରରେ ଏସଓପି ଜାରି କରିବା ପାଇଁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର କମିଶନରଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜ ନିଜ ଜୋନ୍‌ରେ ରାଜସ୍ବ ଆଦାୟ ବୃଦ୍ଧି କରିବା ସହ ଲୋକଙ୍କୁ ଅନ୍‌ଲାଇନ୍‌ ମୋଡ୍‌ ପ୍ରତି ଆକୃଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିପରି ଭୁବନେଶ୍ୱରରେ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ରୂପେ ଅନ୍‌ଲାଇନ୍‌ ମୋଡ୍‌ କରାଯାଇଛି। ମାତ୍ର ଏହା ଶତପ୍ରତିଶତ ସଫଳ ହେଉନାହିଁ। ସହରବାସୀ ନିଜ ପକ୍ଷରୁ ଟିକସ ପଇଠ କରିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ତେଣୁ କେତେଜଣ ଲୋକ ଟିକସ ଦେଉଛନ୍ତି, କେଉଁମାନେ ଦେଉ ନାହାନ୍ତି, ଏବଂ ହୋଲ୍ଡିଂ ଟିକସ (ବ୍ୟବସାୟିକ, ଘରୋଇ ଭିତ୍ତିରେ) ଠିକ୍‌ ଭାବେ ଆସୁଛି କି ନାହିଁ ତାହାକୁ ତଦାରଖ କରିବାକୁ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଟିକସ ପଇଠ କରୁ ନାହାନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହ ଡୋର୍‌ ଟୁ ଡୋର୍‌ ଯାଇ ଚେକିଂ କରିବାକୁ ମଧ୍ୟ ତାଗିଦା କରାଯାଇଛି। ସେହିପରି ହୋଲ୍ଡିଂ ଟିକସ ଆଦାୟ ସହିତ ଆସେସ୍‌ମେଣ୍ଟ, ରି-ଆସେସ୍‌ମେଣ୍ଟ କରିବାକୁ କୁହାଯାଇଛି। ତେବେ ସମସ୍ତ ଉଦ୍ୟମ ସତ୍ତ୍ୱେ ରାଜସ୍ବ ଆଦୟ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହିଛି ା ତେଣୁ ଏବେ ୱାର୍ଡସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ରାଜସ୍ବ ଆଦାୟ ବାବଦରେ ଲୋକଙ୍କ ସନ୍ଦେହ ମୋଚନ ପାଇଁ ୱାର୍ଡ କୋର୍‌ କମିଟିରେ ‘ରାଜସ୍ବ ଦିବସ’ ପାଳନ କରାଯିବାକୁ ଧାର୍ଯ୍ୟ ହୋଇଛି। ଏବେଠରୁ କର୍ପୋରେଟରମାନଙ୍କ ସହଯୋଗରେ ଶନିବାର ଦିନ ପ୍ରତି ୱାର୍ଡରେ ରାଜସ୍ବ ଦିବସ ପାଳନ କରାଯିବ। ପ୍ରତି ୱାର୍ଡରେ ରହିଥିବା ଘର, ଦୋକାନ, ପାର୍କିଂସ୍ଥାନ ଇତ୍ୟାଦି ଚିହ୍ନଟ କରି ସେଗୁଡିକର ରାଜସ୍ବ ଅଡିଟ କରାଯିବ। ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗିଙ୍ଗ୍‌ କରିବା କାମ, ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରିବା, ଡିଜିଟାଲ ଡୋର ନମ୍ବରିଂକୁ ଯଥାଶୀଘ୍ର ଆଗେଇ ନେବା ଏବଂ ନାଗରିକମାନେ କିପରି ଏଥିପାଇଁ ଆବେଦନ କରିପାରିବେ ତାହାର ଅନ୍‌ଲାଇନ୍‌ ବ୍ୟବସ୍ଥା ଓ ପ୍ରଚାର ପାଇଁ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଭୁବନେଶ୍ୱର ମହାନଗର ନିଗମ ଅଧ୍‌ତ୍ନରେ ମୋଟ୍‌ ୬୭ଟି ଓ୍ବାର୍ଡ ଥିବାବେଳେ ଏବେ ପ୍ରାୟ ୩୪ଜଣ ଓ୍ବାର୍ଡ ଅଫିସର ରହିଛନ୍ତି। ଜଣକା ପିଛା ୨ରୁ ୩ଟି ଓ୍ବାର୍ଡ ରହିଛି। ଜଣେ ଓ୍ବାର୍ଡଅଫିସର ଓ୍ବାର୍ଡର ପ୍ରତ୍ୟେକ ଅଞ୍ଚଳ ବୁଲି ଡ୍ରେନ୍‌ ଠାରୁ ଆରମ୍ଭ କରି ସଫେଇ ବ୍ୟବସ୍ଥା, ଷ୍ଟ୍ରିଟ୍‌ ଲାଇଟ୍‌, ପଲିଥିନ୍‌ ଚେକିଂ ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଏହାବାଦ୍‌ ଘରକୁ ଘର ବୁଲି ଲୋକଙ୍କୁ ଅନ୍‌ଲାଇନ୍‌ରେ ଟିକସ ପଇଠ ପାଇଁ ବୁଝାଇବା, ଡିଡିଏନ୍‌ ତଦାରଖ କରିବା, ରାଜସ୍ବ ଦିବସ ପାଳନ କରିବା ଆଦି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି କିଛି ଓ୍ବାର୍ଡ ଅଫିସର ମତ ପ୍ରକାଶ କରିଛନ୍ତି। ବୈଠକରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର ରାଜସ୍ବ ସପନ କୁମାର ନନ୍ଦ, ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର, ୱାର୍ଡ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri