ଓଡ଼ିଶାରେ ୬୦% ଟିକାକରଣ

ଭୁବନେଶ୍ୱର, ୭।୯(ବ୍ୟୁରୋ):  ଓଡ଼ିଶାରେ ପ୍ରଥମ ଡୋଜ୍‌ ଟିକାକରଣ ୬୦% ରହିଛି। ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଯୋଗ୍ୟ ହିତାଧିକାରଙ୍କୁ ଶତ ପ୍ରତିଶତ ଟିକାକରଣ କରିବାରେ ସଫଳତା ହାସଲ କରିଛି। ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ରାଜ୍ୟକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ହିମାଚଳ ପ୍ରଦେଶର ଯୋଗ୍ୟ ହିତାଧିକାରୀ ଶତପ୍ରତିଶତ ପ୍ରଥମ ଡୋଜ୍‌ ଓ ଏକ ତୃତୀୟାଂଶ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ଏହା ମୋତେ ଗର୍ବିତ କରିବାର ସୁଯୋଗ ଦେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନାନୁସାରେ, ୮୫%ରୁ ଅଧିକ ଟିକାକରଣ ହାସଲ କରିଥିବା ରାଜ୍ୟ ଏବଂ କେନ୍ଦ୍ରାଞ୍ଚଳ ମଧ୍ୟରେ ତ୍ରିପୁରା ୮୯%, ଲଦାଖ ୮୮%, ଦାମନ ଏବଂ ଡିୟୁ ୮୮%, ଲାକ୍ଷାଦୀପ ୮୮% ଏବଂ ମିଜୋରାମ ୮୫% ରହିଛି। ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ଶତପ୍ରତିଶତ ଟିକାକରଣ ପାଇଁ ୬କୋଟି ଡୋଜ୍‌ ଆବଶ୍ୟକ କରୁଥିବା ବେଳେ ଏ ପର୍ଯ୍ୟନ୍ତ ୨.୩୯ କୋଟି ଡୋଜ୍‌ ଟିକାକରଣ ହୋଇଛି। ଏଥିରେ ପ୍ରଥମ ଡୋଜ୍‌ ଟିକାକରଣ ୧,୮୦,୪୫,୪୦୧ ହୋଇଛି, ଯାହାକି ୬୦%ରୁ ଅଧିକ। ସେହିଭଳି ୧୯.୭% ଅର୍ଥାତ୍‌ ୫୯,୧୧,୦୮୨ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡିଛି।
ଏପଟେ ରାଜ୍ୟରେ ଟିକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଏ ଯାଏ ୧ ଲକ୍ଷ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆହୋଇଛି। କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ପାଖାପାଖି ୩୩ ଲକ୍ଷ ଟିକା ମହଜୁଦ ଅଛି। ଏଥିମଧ୍ୟରୁ ୩୧ ଲକ୍ଷ ୫୯ ହଜାର ୨୬୦ କୋଭିଶିଲ୍ଡ ଓ ୨ ଲକ୍ଷ ୬୫ ହଜାର ୫୨୦ ଡୋଜ୍‌ କୋଭାକ୍ସିନ ରହିଛି। ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି। ନକଲି କୋଭିଶିଲ୍ଡ ନେଇ କେନ୍ଦ୍ର ସରକାର ଚିଠି କରି ସତର୍କ କରିଥିଲେ। ହେଲେ ଏ ଯାଏ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ। ଟିକା ନେବା ପାଇଁ ଆଗ୍ରହ ଲୋକଙ୍କ ଭିତରେ ଅଛି। କିନ୍ତୁ ଟିକାକରଣ କେନ୍ଦ୍ରରେ ଗହଳି ନ କରି ଠିକ୍‌ ସମୟରେ ଆସନ୍ତୁ। ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି। ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ୧୭ ଲକ୍ଷ ଡୋଜ୍‌ ଟାର୍ଗେଟ ଥିଲା। ବାହାର ଲୋକ ଏଠାରେ ଆସିବାରୁ ଏବେ ଟିକାକରଣ ୨୨ ଲକ୍ଷ ଡୋଜ୍‌ରେ ପହଞ୍ଚତ୍ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri