କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ ଓ ମିଲର୍ସ କୋଣସି ସୁଯୋଗ ଛାଡୁ ନାହାନ୍ତି। ସରକାର ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଅନେକ ନିୟମ କରୁଛନ୍ତି, କିନ୍ତୁ ନିୟମ ତା ବାଟରେ ଯାଉଛି ଓ ଦୁର୍ନୀତି ତା ବାଟରେ ହେଲେ ସରକାର ସବୁ ଜାଣି ଚୁପ। କଳାହାଣ୍ଡି ଜିଲାରେ ଧାନ କିଣା ପ୍ରକ୍ରିୟାରେ ମହାଦୁର୍ନୀତି ସାମାନାକୁ ଆସିଛି। ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ୫ରୁ ୭ କେଜି କଟନି ସହିତ ବସ୍ତା ବାବଦକୁ ୬୦ ଟଙ୍କା ଏହିଭଳି କୁଇଣ୍ଟାଲ ପିଛା ୧୬୦ ଟଙ୍କା କ୍ଷତି ସହୁଛି ଚାଷୀ। ଯଦି ଆମେ କଟନି ଛଟନିକୁ ଛାଡି ଦେବା ତାହା ହେଲେ ମଧ୍ୟ ବସ୍ତା ବାବଦକୁ କୁଇଣ୍ଟାଲ ପ୍ରତି ୬ ଟଙ୍କା କ୍ଷତି ସହୁଛି ଚାଷୀ। ସରକାରୀ ନିୟମ ଅନୁଯାୟୀ ଚାଷୀ ନିଜ ଧାନକୁ ମଣ୍ଡିରେ ନେଇ ଢାଳି ଦେଲେ ମିଲର୍ସ ନିଜ ବସ୍ତାରେ ଧାନ ଭରି ଉଠାଇବା ନିୟମ ରହିଛି। ସେଥିପାଇଁ ସରକାର ବସ୍ତା ବାବଦକୁ ମିଲର୍ସଙ୍କୁ ୧୫.୦୫ ଟଙ୍କା ଦେଉଛନ୍ତି। କିନ୍ତୁ ମିଲର୍ସ ଚାଷୀଙ୍କ ବସ୍ତାରେ ଧାନ ନେଉଛି ଓ ବସ୍ତା ଫେରାଉ ନ ଥିବାରୁ ଚାଷୀ ଖୋଲା ବଜାରରୁ ୩୦ ଟଙ୍କାରେ ବସ୍ତା କିଣିବା ପାଇଁ ବାଧ୍ୟ ହେଉଛି। କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସରକାର କଳାହାଣ୍ଡି ଜିଲାରେ ଚଳିତବର୍ଷ ଖରିଫ ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡିଶା ଫୁଡ଼ ପୋଟାଲର ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ଜିଲାର ୫୯ ହଜାର ୭୨୩ଜଣ ଚାଷୀଙ୍କଠାରୁ ୨୯ଲକ୍ଷ ୫୬ ହଜାର ୧୬୮ କୁଇଣ୍ଟାଲ ଧାନ ସଂଗ୍ରହ କରାଗଲାଣି। ସେହି ଅନୁସାରେ କେବଳ ଯଦି ବସ୍ତା ବାବଦକୁ ହିସାବ କଳେ ୧୭ କୋଟି ୭୩ ଲକ୍ଷ ୩୭ ହଜାର ଟଙ୍କା ସିଧା ସଳଖ ମିଲର୍ସଙ୍କ ପକେଟକୁ ଗଲାଣି। ଏ ସମ୍ପର୍କରେ ଧର୍ମଗଡ଼ ଉପଜିଲାପାଳ ବେଦ ଭୂଷଣଙ୍କୁ ପଚାରିବାରେ ଚାଷୀଙ୍କୁ ବସ୍ତା ନ ହେଲେ ବସ୍ତା ବାବଦ ଟଙ୍କା ଫେରାଇବାକୁ ମିଲର୍ସମାନଙ୍କୁ କୁହାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri