ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଜେସିବି ଲଗାଇ ମୂଲ୍ୟବାନ ଗଛକୁ ଓପାଡି ପକାଇଛନ୍ତି। ଶନିବାର ସାହାବାଜିପୁର ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଜେସିବି ମେଶିନ ନେଇ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଶନିବାର ଭୋଗରାଇ ବିଧାୟକ ଅନନ୍ତ ଦାସ, ତହସିଲଦାର କମଳାକାନ୍ତ ପଣ୍ଡା, ତାଳସାରୀ ମେରାଇନ ଥାନା ଅଧିକାରୀ ହେମନ୍ତ ମାଝି, ସ୍ଥାନୀୟ ସରପଞ୍ଚ ତପନ କୁମାର ପଣ୍ଡା, ଅରୁଣ କୁମାର ଗିରି, ଜିଲାପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଜିଲାପାଳଙ୍କୁ ଅବଗତ କରାଇଛନ୍ତି।

୨୦୨୧ ମାର୍ଚ୍ଚରେ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୁଶ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ସୀମାନ୍ତରେ ପର୍ଯ୍ୟଟନ ଶିଳ୍ପର ବିକାଶ ନାମରେ ଓଡ଼ିଶା ମାଟିକୁ କୌଶଳକ୍ରମେ ଦଖଲ କରିବାକୁ ପ୍ରୟାସ କରିଛନ୍ତି। ୨୦୧୮ ଅଗଷ୍ଟ ୨୮ରେ ଉଦୟପୁରଠାରେ ପଶ୍ଚିମବଙ୍ଗ ସରକାରଙ୍କ ସେଚବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ହୋର୍ଡ଼ିଂକୁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରି ଜେସିବି ଲଗାଇ ଭାଙ୍ଗି ଚୁରମାର୍‌ କରିଦେଇଥିଲା। ଦୀର୍ଘବର୍ଷ ପରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ପୁଣି ଉଦ୍ୟମ ଆରମ୍ଭ କରିଛି। ୧୯୭୮ରୁ ଅଦ୍ୟାବଧି ୮ଥର ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାକୁ ଲଙ୍ଘନ କରିଆସିଛି। ଏ ସମ୍ପର୍କରେ ଭୋଗରାଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାସ କହିଛନ୍ତି, ସାହାବାଜିପୁର ଗ୍ରାମ ଓଡ଼ିଶାର ଥିଲା, ଅଛି ଓ ରହିବ ମଧ୍ୟ। ଓଡ଼ିଶାର ଇଞ୍ଚେ ମାଟି ଅକ୍ତିଆର କରିବାକୁ କାହାକୁ ଦେବୁ ନାହିଁ। ଏଥିପାଇଁ ପ୍ରଶାସନିକ କଳ ସତର୍କ ରହିଛି। ଯଦି କେହି ଏପରି କରିବାକୁ ଚେଷ୍ଟା କରନ୍ତି ପ୍ରଶାସନ ଓ ସୀମାନ୍ତବାସୀ କଡା ଜବାବ ଦେବାକୁ ବାଧ୍ୟ ହେବେ। ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri