Posted inଜାତୀୟ

୧,୦୦୦ କିଲୋମିଟର ଦୌଡ଼ିବା ପରେ ଅଯୋଧ୍ୟା ପହଞ୍ଚିଲେ ୬ ବର୍ଷର ବାଳକ

ପଞ୍ଜାବ,୯।୧: ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ପ୍ରଥମ ବାର୍ଷିକୀ ପୂର୍ବରୁ, ଅଯୋଧ୍ୟାରେ କେତେଜଣ ଅସାଧାରାଣ ଆଗନ୍ତୁକ ପହଞ୍ଚିଛନ୍ତିି, ଯେଉଁଥିରେ ଜଣେ ଛଅ ବର୍ଷର ବାଳକ ଏବଂ ଜଣେ ଦେଶୀ ‘ଟାର୍ଜନ’ ମଧ୍ୟ ସାମିଲ ଅଛନ୍ତି। ଏହି ଆଗନ୍ତୁକମାନଙ୍କ ଗସ୍ତ ଅଯୋଧ୍ୟାରେ ବିଶ୍ୱାସ ଏବଂ ଭକ୍ତିର ଏକ ନୂତନ ଉଦାହରଣ ସୃଷ୍ଟି କରିଛି।
ପଞ୍ଜାବର ଫାଜିଲକା ଜଲାର କିଲିଆନୱାଲି ଗାଁର ଛଅ ବର୍ଷୀୟ ମୋହବତ ୧,୦୦୦ କିଲୋମିଟର ଯାତ୍ରା ଶେଷକରି ଅଯୋଧ୍ୟା ପହଞ୍ଚିଛନ୍ତି। ଏହି ଛୋଟ ବାଳକଟି ଅଯୋଧ୍ୟାର ରାମ ମନ୍ଦିର ଦର୍ଶନ କରିବାର ସ୍ବପ୍ନ ଦେଖିଥିଲେ ଏବଂ ଏହାକୁ ପୂରଣ କରିବା ପାଇଁ, ସେ ଦୌଡ଼ି ଦୌଡି ଏହି ଯାତ୍ରା ଶେଷ କରିଥିଲେ। ଗୋଟିଏ ମାସ ୨୩ ଦିନରେ, ଏହି ବାଳକଟି ତାଙ୍କର ଯାତ୍ରା ଶେଷ କଲେ ଏବଂ ରାମ ମନ୍ଦିର ଦର୍ଶନ କରିବାର ସ୍ବପ୍ନକୁ ପୂରଣ କଲେ। ଏହି ସମୟ ମଧ୍ୟରେ, ତାଙ୍କ ମାତାପିତା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଥିଲେ, ଯାହା ଦ୍ୱାରା ତାଙ୍କ ଯାତ୍ରା ସୁରକ୍ଷିତ ହୋଇପାରିବ।
ଦେଶୀ ‘ଟାର୍ଜନ’ ଭାବରେ ପ୍ରସିଦ୍ଧ ସଞ୍ଜୟ ସିଂହ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଲେ। ହରିୟାଣାର ପଲୱାଲର ବାସିନ୍ଦା ସଞ୍ଜୟ ସିଂହ ତାଙ୍କର ଅନନ୍ୟ ଜୀବନଶୈଳୀ ପାଇଁ ପ୍ରସିଦ୍ଧ। ସେ ଶସ୍ୟ ଖାଇବାକୁ ଏଡ଼ାଇ ଦିଅନ୍ତି ଏବଂ କେବଳ ଗାଈ କ୍ଷୀର ଖାଇ ବଞ୍ଚନ୍ତି। ଏହା ସହିତ, ସାବୁନ ବ୍ୟବହାର କରିବା ପରିବର୍ତ୍ତେ, ସେ ଗୋବରରେ ଗାଧୋଇଥାନ୍ତି ଏବଂ ଗୋମୂତ୍ର ସେବନ କରନ୍ତି। କେବଳ ଏତିକି ନୁହେଁ, ସଞ୍ଜୟ ସିଂହ ତାଙ୍କ ଦୈନନ୍ଦିନ ଜୀବନରେ ୫,୦୦୦ ପୁସ-ଅପ କରି ଅନେକ ରେକର୍ଡ କରିଛନ୍ତି, ଯେଉଁଥିରେ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡ ମଧ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟି ପଡିଲା ଯାତ୍ରୀବାହୀ ବସ୍‌, ୪ ମୃତ

ଆନ୍ଧ୍ରପ୍ରଦେଶ,୧୭।୧: ତ୍ରିଚିରୁ ତିରୁପତି ଯାଉଥିବା ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଚିତୋର ଜିଲାର ଗଙ୍ଗାସାଗରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା...

ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି

ନୂଆଦିଲ୍ଲୀ,୧୬।୧: ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ବଢ଼ୁଥିବା ଏବଂ ଏହା ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ନିର୍ବାଚନ କମିଶନ (ଇସି) ଗୁରୁବାର...

କେନ୍ଦ୍ର କ୍ୟାବିନେଟ୍‌ରରେ ବଡ଼ ନିଷ୍ପତ୍ତି: ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ୍‌ପ୍ୟାଡ୍‌

ନୂଆଦିଲ୍ଲୀ,୧୬।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ (ଟିଏଲ୍‌ପି) ନିର୍ମାଣ ହେବାକୁ ଯାଉଛି। ଉକ୍ତ...

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri