Posted inଜାତୀୟ

ଫୋର୍ବସ ଧନୀ ତାଲିକାରେ ୬ ମହିଳା

ନୂଆଦିଲ୍ଲୀ, ୮ା୧୦:ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ୧୩.୪୬ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ସେ ତାଲିକାର ୭ ନମ୍ବରରେ ରହିଛନ୍ତି। ୨୪ ତମ ସ୍ଥାନରେ ଥିବା ଦ୍ୱିତୀୟ ଧନୀ ମହିଳା ହାଭେଲ୍ସର ବିନୋଦ ରାୟ ଗୁପ୍ତା(୭୬)ଙ୍କ ସମ୍ପତ୍ତି ପ୍ରାୟ ୫.୬୮ ଲକ୍ଷ କୋଟି ହେବ। ୪୩ତମ ର଼୍ୟାଙ୍କ୍‌ ପାଇଥିବା ଫାର୍ମା କମ୍ପାନୀ ୟୁଏସ୍‌ଭି ପ୍ରା. ଲିମିଟେଡ୍‌ର ଲିନା ତିଓ୍ବାରୀ(୪୩) ପ୍ରାୟ ୩.୨୮ ଲକ୍ଷ କୋଟି ଟଙ୍କା ସହ ତୃତୀୟ ଧନୀ ମହିଳା ହୋଇଛନ୍ତି। ବାଇଜୁସ୍‌ ପ୍ରତିଷ୍ଠାତା ଦିବ୍ୟା ଗୋକୁଳନାଥ ୪୭ତମ ର଼୍ୟାଙ୍କ୍‌ ପାଇଛନ୍ତି। ତାଙ୍କ ମୋଟ ସମ୍ପତ୍ତି ୩.୦୨ ଲକ୍ଷ କୋଟି ରହିଛି। ଡିଜିଟାଲ ଶିକ୍ଷାଦାନର ଚାହିଦା ବଢ଼ିବାରୁ ତାଙ୍କ ସମ୍ପତ୍ତି ପ୍ରାୟ ୭,୪୭୭ କୋଟି ଟଙ୍କା ବୃଦ୍ଧି ପାଇଛି। ବାୟୋକନ୍‌ର କିରଣ ମଜୁମଦାର ଶ’(୬୮) ଫୋର୍ବସ ତାଲିକାର ୫୩ତମ ସ୍ଥାନରେ ଥିବାବେଳେ ୫ମ ଧନୀ ମହିଳା ଭାବେ ସେ ପ୍ରାୟ ୨.୯୧ ଲକ୍ଷ କୋଟି ଟଙ୍କାର ଅଧିକାରୀ। ଟ୍ରାକ୍ଟର ଏବଂ କୃଷି ଉପକରଣ ନିର୍ମାଣକାରୀ କମ୍ପାନୀ ଅମଲାଗେମେଶନ୍‌ ଫାମିଲିର ମଲ୍ଲିକା ଶ୍ରୀନିବାସନ୍‌ ୨.୧୬ ଲକ୍ଷ କୋଟି ଟଙ୍କା ସହ ତାଲିକାର ୭୩ତମ ସ୍ଥାନରେ ରହିଛନ୍ତି। ଧନୀ ମହିଳାଙ୍କ ମଧ୍ୟରେ ସେ ଷଷ୍ଠରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri