ମରଣମୁହଁରୁ ଫେରିଲେ ୬ ପର୍ଯ୍ୟଟକ

ରାଜନଗର, ୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଖୋଲିଛି। ବ୍ୟୟବହୁଳ ଏହି ଇକୋ ରିଟ୍ରିଟ୍‌ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ସୋମବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟ ଗଁାର କେତେଜଣ ପର୍ଯ୍ୟଟକ ପେଣ୍ଠ ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ଥିବା ଇକୋ ରିଟ୍ରିଟର ବୋଟିଂ ସୁବିଧାରେ ୧୨ଶହ ଟଙ୍କା ପୈଠ କରି ସମୁଦ୍ରରେ ବୋଟିଂର ମଜା ନେବା ପାଇଁ ଗୌରୀ ସୂତାର, ରୋହିତ ସୂତାର, ସୁଶାନ୍ତ ସୂତାର, ରାହୁଲ ସୂତାର, ସୁଧାଂଶୁ ସୂତାର ଓ ସୁପ୍ରଭା ମହାନ୍ତି ସମୁଦ୍ର ମଧ୍ୟକୁ ଯାଇଥିଲେ। ସମୁଦ୍ର ଭିତରେ ପ୍ରାୟ ୨ କିମି ଗଲାପରେ ବୋଟରୁ ପେଟ୍ରୋଲ ସରି ଯାଇଥିଲା। ଗଭୀର ସମୁଦ୍ର ମଧ୍ୟରେ ବୋଟ୍‌ରୁ ପେଟ୍ରୋଲ ସରିଯିବା ପରେ ବୋଟରେ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଥିଲେ। ପର୍ଯ୍ୟଟକମାନେ ହୋ ହଲ୍ଲା ଓ ଚିତ୍କାର କରିଥିଲେ। ସେମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧିଥିଲେ ସୁଦ୍ଧା କୌଣସି ଉପାୟ ନ ପାଇ ଭଗବାନ୍‌ଙ୍କୁ ଡାକିଥିଲେ। ପବନର ଗତି ଉପକୂଳମୁହଁା ଥିବାରୁ ବୋଟ୍‌ଟି ଆପେଆପେ କୂଳକୁ ଚାଲି ଆସିଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ଉଦ୍ଧାର ପାଇଥିଲେ। ବୋଟ୍‌ରେ ଥିବା ପର୍ଯ୍ୟଟକମାନଙ୍କ କହିବା କଥା ହେଲା, ଇକୋ ରିଟ୍ରିଟ୍‌ ପରିଚାଳନା କର୍ମଚାରୀଙ୍କ ଦାୟିତ୍ୱରେ ଥିବା ବୋଟ୍‌ରେ ଆମେ ଯେତେବେଳେ ବସିଲୁ, ତାହା ଷ୍ଟାର୍ଟ ହେଲାନାହିଁ। କିଛି ସମୟ ଚେଷ୍ଟା କଲା ପରେ ଷ୍ଟାର୍ଟ ହେଲା। ସେହି ବୋଟ୍‌ରେ ସମୁଦ୍ର ମଧ୍ୟକୁ ଯିବା ସମୟରେ ହଠାତ୍‌ ବୋଟ୍‌ର ଇଞ୍ଜିନ ବନ୍ଦ ହୋଇଗଲା। ବୋଟ୍‌ ଚଲାଉଥିବା ଡ୍ରାଇଭର ହୁଇସିଲ ମାରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏମିତିକି ବୋଟ୍‌ ମଧ୍ୟରେ ପାଦେ ପର୍ଯ୍ୟନ୍ତ ପାଣି ପଶିଥିଲା। ଭଗବାନ୍‌ଙ୍କ ଆଶୀର୍ବାଦରୁ ଆମେ ନୂଆ ଜୀବନ ପାଇକି ଆସିଛୁ ବୋଲି ସେମାନେ କହିଛନ୍ତି। ଯଦି ପବନର ବେଗ ଉପକୂଳମୁହଁା ନ ଥା’ନ୍ତା, ତେବେ ଗଭୀର ସମୁଦ୍ରରେ ୬ଜଣ ପର୍ଯ୍ୟଟକଙ୍କ ଅବସ୍ଥା କ’ଣ ଯେ ହୋଇଥା’ନ୍ତା ଓ ସେଥିପାଇଁ ଦାୟୀ କିଏ ରହିଥା’ନ୍ତା। ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଇକୋ ରିଟ୍ରିଟ୍‌ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ବୋଟ୍‌ଟିରେ ପେଟ୍ରୋଲ ସରିଯାଇଥିଲା। ଏହା ଆମର ଭୁଲ ଥିଲା। ଆମେ ତାଙ୍କଠାରୁ ରଖିଥିବା ୧୨ଶହ ଟଙ୍କା ଫେରାଇ ଦେଇଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri