ଦରଦୀ ମଣିଷ ଦ୍ୱାରିକା ମୋହନ

କେତେଜଣ ବ୍ୟକ୍ତି ଏଭଳି ବହୁମୁଖୀ ପ୍ରତିଭାସମ୍ପନ୍ନ ରହିଥାନ୍ତି ଯେ, ତାଙ୍କର ଗୁଣଗରିମା, ପରାକାଷ୍ଠା ଶବ୍ଦରେ ବର୍ଣ୍ଣନା କଷ୍ଟକର। ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦ୍ୱାରିକା ମୋହନ ମିଶ୍ର। ନିଆରା ଚରିତ୍ର, କାର୍ଯ୍ୟ ଯୋଗୁ ଅନୁଗୋଳ ଜିଲା ତାଳଚେରର ଜଣେ ବରପୁତ୍ର ଭାବେ ସେ ଜନମାନସରେ ଯୁଗେ ଯୁଗେ ମନେରହିବେ।
୧୯୩୪ ଜାନୁୟାରୀ ୨୦ରେ ତତ୍କାଳୀନ ଓଡ଼ିଶାର ଗଡ଼ଜାତ ଅଞ୍ଚଳ ତାଳଚେରରେ ପିତା ଜଗନ ମୋହନ ଓ ମାତା କନକ ଦେବୀଙ୍କ କୋଳମଣ୍ଡନ କରିଥିଲେ ଦ୍ୱାରିକା ମୋହନ। ସଂସ୍କାରଶୀଳ ପରିବେଶରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ପିଲାବେଳୁ ମାନବ ସେବା ହିଁ ମାଧବ ସେବାକୁ ମୂଳମନ୍ତ୍ର କରିଥିବା ଦ୍ୱାରିକା ମୋହନ ତାଳଚେରର ଯୁବରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ପରେ ୧୯୫୦ରେ କେନ୍ଦୁଝରସ୍ଥିତ ବି.ଏନ. ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି କଟକ ଖ୍ରୀଷ୍ଟ କଲେଜରେ ଆଇ.ଏ. ପଢ଼ିଥିଲେ। ଭାରତ ଛାତ୍ର ଫେଡେରେଶନର ନେତା ହୋଇ କଲେଜ ଫି ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ଗିରଫ ହୋଇଥିଲେ। କଲେଜ ନିର୍ବାଚନରେ ବିଜୟୀ ହୋଇ ଖ୍ରୀଷ୍ଟ କଲେଜ ୟୁନିୟନର ସମ୍ପାଦକ ହୋଇପାରିଥିଲେ।
ଅନ୍ୟାୟ ବିରୋଧରେ ସଂଗ୍ରାମ ଓ ଅବହେଳିତଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ଦ୍ୱାରିକା ମୋହନ ସିପିଆଇ (କମ୍ୟୁନିଷ୍ଟ)ର ସକ୍ରିୟ ସଦସ୍ୟ ଥିଲେ। ୧୯୬୨ରେ ସେ ଦେଶ ସୁରକ୍ଷା ଆଇନ ବଳରେ ଗିରଫ ହୋଇଥିଲେ। ୧୯୬୫ରେ ଟିଟିପିଏସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଉଦ୍‌ଘାଟନ ବେଳେ ତାଳଚେର ଆସିଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିଲେ। ଟିଟିପିଏସ୍‌ କର୍ମଚାରୀ ସଂଘ ସଭାପତି ଭାବେ ଦୀର୍ଘ ୩୫ ବର୍ଷ ଦାୟିତ୍ୱ ନିର୍ବାହ ସହ ଶ୍ରମିକଙ୍କ ମଜୁରି ବୃଦ୍ଧି ଆନ୍ଦୋଳନରେ ସଫଳ ହୋଇଥିଲେ। ସେ ପ୍ରଜାତନ୍ତ୍ର, ମାତୃଭୂମି, କଳିଙ୍ଗ, ସମାଜ ଆଦି ଖବରକାଗଜରେ ଖବରଦାତା ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସାମ୍ବାଦିକ ସଂଘ ଗଠିତ ହୋଇଥିଲା। ୧୯୫୪ରେ ସେ ଢେଙ୍କାନାଳ ଜିଲା ବ୍ରାହ୍ମଣ ନୂଆ ଶାସନର ପଣ୍ଡିତ ଗଣେଶ୍ୱର ନନ୍ଦଙ୍କ କନିଷ୍ଠା କନ୍ୟା ଆହ୍ଲାଦିନୀଙ୍କୁ ବିବାହ କରିଥିଲେ। ତେବେ ୨୪ ଡିସେମ୍ବର ୨୦୧୮ରେ ସହଧର୍ମିଣୀଙ୍କ ପରଲୋକ ଘଟିଥିଲା।
୧୯୯୯ରେ ଦ୍ୱାରିକା ମୋହନ ଟ୍ରେଡ ୟୁନିୟନ ଆନ୍ଦୋଳନରୁ ସନ୍ନ୍ୟାସ ନେଇ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଉନ୍ନୟନ ଓ ଗୃହ ନିର୍ମାଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ରାଜ୍ୟ ଶ୍ରମ ବୋର୍ଡ ଓ ରାଜ୍ୟ ବିଦ୍ୟୁତ୍‌ ବୋର୍ଡର ପରାମର୍ଶଦାତା ପରିଷଦର ସଦସ୍ୟ ହୋଇପାରିଥିଲେ। ଜୀବନରେ ଅନେକ ଆଇନଗତ ବିବାଦର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ପ୍ରାୟ ସବୁଥିରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।
ପରେ ସେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥିଲେ। ସେ ଇଂଲିଶ୍‌ ଭାଷାରେ ଚାରି ଖଣ୍ଡ ପୁସ୍ତକ ରଚନା କରିଥିଲେ। ସତ୍ୟସାଇ ବାବାଙ୍କ ଜୀବନୀ ଓ ଉପଦେଶ ସମ୍ବନ୍ଧୀୟ ପୁସ୍ତକ ‘ଚିତ୍ରାବଳୀର କାବ୍ୟ’ ଏବଂ ଶିରିଡ଼ି ସାଇବାବାଙ୍କ ଜୀବନୀ ଓ ଉପଦେଶାବଳୀ ସମ୍ପର୍କିତ ପୁସ୍ତକ ‘ଦତ୍ତାସାଇ ମହିମା’ ରଚନା କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ଢେଙ୍କାନାଳ ଜିଲାରେ ୨୫ ଏକରରେ ଗଢ଼ି ଉଠିଥିବା ସାଇ ଦତ୍ତାତ୍ରେୟ ଆଶ୍ରମ ଏକ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳୀ ପାଲଟିଛି।
ଦୁଇପୁତ୍ର ଶାନ୍ତିବର୍ଦ୍ଧନ ଓ ଜୟବର୍ଦ୍ଧନଙ୍କ ସମେତ ପରିବାରବର୍ଗ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିଛନ୍ତି। ଗତ ଡିସେମ୍ବର ୨୫ରେ ଇହଧାମ ତ୍ୟାଗ କରିଥିବା ଦୟାଳୁ, ଧର୍ମପରାୟଣ, ପରୋପକାରୀ ତଥା ଲୋକଙ୍କ ହୃଦୟରେ ଆସନ ଅଳଙ୍କୃତ କରିଥିବା ଦ୍ୱାରିକା ମୋହନଙ୍କୁ ଏକାଦଶାହ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
-ସୁବ୍ରତ ମହାନ୍ତି
କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ
କପିଳାସ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri