ଦରଦୀ ମଣିଷ ଦ୍ୱାରିକା ମୋହନ

କେତେଜଣ ବ୍ୟକ୍ତି ଏଭଳି ବହୁମୁଖୀ ପ୍ରତିଭାସମ୍ପନ୍ନ ରହିଥାନ୍ତି ଯେ, ତାଙ୍କର ଗୁଣଗରିମା, ପରାକାଷ୍ଠା ଶବ୍ଦରେ ବର୍ଣ୍ଣନା କଷ୍ଟକର। ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦ୍ୱାରିକା ମୋହନ ମିଶ୍ର। ନିଆରା ଚରିତ୍ର, କାର୍ଯ୍ୟ ଯୋଗୁ ଅନୁଗୋଳ ଜିଲା ତାଳଚେରର ଜଣେ ବରପୁତ୍ର ଭାବେ ସେ ଜନମାନସରେ ଯୁଗେ ଯୁଗେ ମନେରହିବେ।
୧୯୩୪ ଜାନୁୟାରୀ ୨୦ରେ ତତ୍କାଳୀନ ଓଡ଼ିଶାର ଗଡ଼ଜାତ ଅଞ୍ଚଳ ତାଳଚେରରେ ପିତା ଜଗନ ମୋହନ ଓ ମାତା କନକ ଦେବୀଙ୍କ କୋଳମଣ୍ଡନ କରିଥିଲେ ଦ୍ୱାରିକା ମୋହନ। ସଂସ୍କାରଶୀଳ ପରିବେଶରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ପିଲାବେଳୁ ମାନବ ସେବା ହିଁ ମାଧବ ସେବାକୁ ମୂଳମନ୍ତ୍ର କରିଥିବା ଦ୍ୱାରିକା ମୋହନ ତାଳଚେରର ଯୁବରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ପରେ ୧୯୫୦ରେ କେନ୍ଦୁଝରସ୍ଥିତ ବି.ଏନ. ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି କଟକ ଖ୍ରୀଷ୍ଟ କଲେଜରେ ଆଇ.ଏ. ପଢ଼ିଥିଲେ। ଭାରତ ଛାତ୍ର ଫେଡେରେଶନର ନେତା ହୋଇ କଲେଜ ଫି ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ଗିରଫ ହୋଇଥିଲେ। କଲେଜ ନିର୍ବାଚନରେ ବିଜୟୀ ହୋଇ ଖ୍ରୀଷ୍ଟ କଲେଜ ୟୁନିୟନର ସମ୍ପାଦକ ହୋଇପାରିଥିଲେ।
ଅନ୍ୟାୟ ବିରୋଧରେ ସଂଗ୍ରାମ ଓ ଅବହେଳିତଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ଦ୍ୱାରିକା ମୋହନ ସିପିଆଇ (କମ୍ୟୁନିଷ୍ଟ)ର ସକ୍ରିୟ ସଦସ୍ୟ ଥିଲେ। ୧୯୬୨ରେ ସେ ଦେଶ ସୁରକ୍ଷା ଆଇନ ବଳରେ ଗିରଫ ହୋଇଥିଲେ। ୧୯୬୫ରେ ଟିଟିପିଏସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଉଦ୍‌ଘାଟନ ବେଳେ ତାଳଚେର ଆସିଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିଲେ। ଟିଟିପିଏସ୍‌ କର୍ମଚାରୀ ସଂଘ ସଭାପତି ଭାବେ ଦୀର୍ଘ ୩୫ ବର୍ଷ ଦାୟିତ୍ୱ ନିର୍ବାହ ସହ ଶ୍ରମିକଙ୍କ ମଜୁରି ବୃଦ୍ଧି ଆନ୍ଦୋଳନରେ ସଫଳ ହୋଇଥିଲେ। ସେ ପ୍ରଜାତନ୍ତ୍ର, ମାତୃଭୂମି, କଳିଙ୍ଗ, ସମାଜ ଆଦି ଖବରକାଗଜରେ ଖବରଦାତା ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସାମ୍ବାଦିକ ସଂଘ ଗଠିତ ହୋଇଥିଲା। ୧୯୫୪ରେ ସେ ଢେଙ୍କାନାଳ ଜିଲା ବ୍ରାହ୍ମଣ ନୂଆ ଶାସନର ପଣ୍ଡିତ ଗଣେଶ୍ୱର ନନ୍ଦଙ୍କ କନିଷ୍ଠା କନ୍ୟା ଆହ୍ଲାଦିନୀଙ୍କୁ ବିବାହ କରିଥିଲେ। ତେବେ ୨୪ ଡିସେମ୍ବର ୨୦୧୮ରେ ସହଧର୍ମିଣୀଙ୍କ ପରଲୋକ ଘଟିଥିଲା।
୧୯୯୯ରେ ଦ୍ୱାରିକା ମୋହନ ଟ୍ରେଡ ୟୁନିୟନ ଆନ୍ଦୋଳନରୁ ସନ୍ନ୍ୟାସ ନେଇ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଉନ୍ନୟନ ଓ ଗୃହ ନିର୍ମାଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ରାଜ୍ୟ ଶ୍ରମ ବୋର୍ଡ ଓ ରାଜ୍ୟ ବିଦ୍ୟୁତ୍‌ ବୋର୍ଡର ପରାମର୍ଶଦାତା ପରିଷଦର ସଦସ୍ୟ ହୋଇପାରିଥିଲେ। ଜୀବନରେ ଅନେକ ଆଇନଗତ ବିବାଦର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ପ୍ରାୟ ସବୁଥିରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।
ପରେ ସେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥିଲେ। ସେ ଇଂଲିଶ୍‌ ଭାଷାରେ ଚାରି ଖଣ୍ଡ ପୁସ୍ତକ ରଚନା କରିଥିଲେ। ସତ୍ୟସାଇ ବାବାଙ୍କ ଜୀବନୀ ଓ ଉପଦେଶ ସମ୍ବନ୍ଧୀୟ ପୁସ୍ତକ ‘ଚିତ୍ରାବଳୀର କାବ୍ୟ’ ଏବଂ ଶିରିଡ଼ି ସାଇବାବାଙ୍କ ଜୀବନୀ ଓ ଉପଦେଶାବଳୀ ସମ୍ପର୍କିତ ପୁସ୍ତକ ‘ଦତ୍ତାସାଇ ମହିମା’ ରଚନା କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ଢେଙ୍କାନାଳ ଜିଲାରେ ୨୫ ଏକରରେ ଗଢ଼ି ଉଠିଥିବା ସାଇ ଦତ୍ତାତ୍ରେୟ ଆଶ୍ରମ ଏକ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳୀ ପାଲଟିଛି।
ଦୁଇପୁତ୍ର ଶାନ୍ତିବର୍ଦ୍ଧନ ଓ ଜୟବର୍ଦ୍ଧନଙ୍କ ସମେତ ପରିବାରବର୍ଗ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିଛନ୍ତି। ଗତ ଡିସେମ୍ବର ୨୫ରେ ଇହଧାମ ତ୍ୟାଗ କରିଥିବା ଦୟାଳୁ, ଧର୍ମପରାୟଣ, ପରୋପକାରୀ ତଥା ଲୋକଙ୍କ ହୃଦୟରେ ଆସନ ଅଳଙ୍କୃତ କରିଥିବା ଦ୍ୱାରିକା ମୋହନଙ୍କୁ ଏକାଦଶାହ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
-ସୁବ୍ରତ ମହାନ୍ତି
କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ
କପିଳାସ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?