Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ରେ ୬ ଦଳ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-

* ପ୍ରତିଯୋଗିତାରେ ୩୦ ମ୍ୟାଚ
* ଡବଲ୍‌ ହେଡର ଲିଗ୍‌ଭିତ୍ତିରେ ଖେଳ ହେବ
* ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ, ଓଡ଼ିଶା ପୋଲିସ
* ୬ ଦଳର ଅଧିନାୟିକା: ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ
* ଭେନ୍ୟୁ: କଳିଙ୍ଗ ଷ୍ଟାଡିୟମ୍‌, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ
* ଓଡ଼ିଶା ପୋଲିସ-ସ୍ପୋଟର୍‌ସ ହଷ୍ଟେଲ ଉଦ୍‌ଘାଟନୀ ମ୍ୟାଚ
* ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଓମେନ୍ସ ଲିଗ୍‌’ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବାକୁଥିବା ଲିଗ୍‌ରେ ମୋଟ ୩୦ଟି ମ୍ୟାଚ ଖେଳାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ, ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏବଂ ୬ ଦଳର ଅଧିନାୟିକାଙ୍କ ଉପସ୍ଥିତିରେ ଶନିବାର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଡବଲ୍‌ ହେଡର ଲିଗ୍‌ ଭିତ୍ତିରେ ଖେଳ ହେବା ପରେ ସର୍ବାଧିକ ପଏଣ୍ଟ ଜିତିବା ଦଳ ଚାମ୍ପିୟନ ହେବ। ଓଡବ୍ଲ୍ୟୁଏଲ୍‌ର ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ମ୍ୟାଚଗୁଡ଼ିକ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ଗ୍ରାଉଣ୍ଡ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ହଷ୍ଟେଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।
ଓଡବ୍ଲ୍ୟୁଏଲ୍‌ରେ ଭାଗ ନେବାକୁ ଯାଉଥିବା ବିଭିନ୍ନ ଦଳର ଅଧିନାୟିକାମାନେ ହେଲେ ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ। ଲିଗ୍‌ ମ୍ୟାଚ ଦେଖିବା ଲାଗି କଳିଙ୍ଗ ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡରେ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ୪ ନମ୍ବର ଗେଟ୍‌ ଦେଇ ସ୍କାଏଓ୍ବାକ୍‌ ୫ରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶରୀରରେ ଅଧିକ ଉତ୍ତାପ ଥିଲେ କିମ୍ବା ମୁହଁରେ ମାକ୍ସ ନ ଥିଲେ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମ୍ୟାଚଗୁଡ଼ିକ ଅପରାହ୍ନ ୩ଟା ଏବଂ ସକାଳ ୭ଟାରେ ଅନୁଷ୍ଠିତ ହେବ। ପ୍ରକାଶଯୋଗ୍ୟ ପୂର୍ବରୁ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ୨୦୧୬-୧୭ ସର୍ବପ୍ରଥମ ସଂସ୍କରଣରେ ରନର୍ସଅପ୍‌ ହୋଇଥିବାବେଳେ ୨୦୧୭-୧୮ରେ ଚାମ୍ପିୟନ ହୋଇଥିଲା। ”ଓଡ଼ିଶା ସରକାର କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ତେବେ ରାଜ୍ୟ ଆସୋସିଏଶନଗୁଡ଼ିକ ସହିତ ମିଶି କାର୍ଯ୍ୟକଲେ ଏହା ଅଧିକ ଫଳପ୍ରଦ ହୋଇପାରିବ“ ବୋଲି ଏହି ଅବସରରେ ଆଶୀର୍ବାଦ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri