୬ ମାସ ବିତିଲା, ଆଶାକର୍ମୀରୁ ନାମ କଟିନି

ପାରାଦୀପ, ୩ା୯ (ସ୍ବ.ପ୍ର.): ଯେକୌଣସି ସରକାରୀ କର୍ମଚାରୀ କିମ୍ବା ସରକାରୀ ଅର୍ଥରେ ପ୍ରତିପୋଷଣ ହେଉଥିବା କର୍ମୀ ଜନପ୍ରତିନିଧି ହେବା ପୂର୍ବରୁ ତାହା ଫେରିଯିବା କଥା। କିନ୍ତୁ ପାରାଦୀପରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୌର ଉପାଧ୍ୟକ୍ଷା ଥିବା ଛବିଲତା ରାଉତ ଶାସନରେ ୬ ମାସ ରହିଲେଣି। କିନ୍ତୁ ତାଙ୍କ ନାମ ଆଶାକର୍ମୀ ତାଲିକାରେ ଏବେ ବି ରହିଛି। ଆଶାକର୍ମୀଙ୍କୁ ମିଳୁଥିବା ସରକାରୀ ମୋବାଇଲ ସିୟୁଜି (କ୍ଲୋଜ ୟୁଜର ଗ୍ରୁପ୍‌) ନମ୍ବର ବ୍ୟବହାର କରୁଛନ୍ତି। ଏପରି ହେବା ଫଳରେ ସେ ଯେଉଁ ୨ ନମ୍ବର ୱାର୍ଡର ଆଶାକର୍ମୀ ଥିଲେ ସେଠାରେ ଆଉ ଜଣଙ୍କୁ ନିଯୁକ୍ତି ମିଳି ପାରୁନାହିଁ ବୋଲି ଜଣେ ଆଶାୟୀ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପ ପୌର ନିର୍ବାଚନ ଗତ ମାର୍ଚ୍ଚ ୨୪ ରେ ହୋଇଥିଲା। ଏଥିପାଇଁ ମାର୍ଚ୍ଚ ୬ରେ ଛବିଲତା ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦେବା ପୂର୍ବରୁ ସେ ଆଶାକର୍ମୀ ପଦରୁ ଇସ୍ତଫା ଦେଇଥିଲେ ବୋଲି ପ୍ରାର୍ଥତ୍ପତ୍ରରେ ଦର୍ଶାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ୨ ନମ୍ବର ୱାର୍ଡରୁ ସେ ବିଜୟୀ ହୋଇଛନ୍ତି। ସ୍ବାଧୀନ ପ୍ରାର୍ଥୀ କାଉନସିଲରଙ୍କ ସମର୍ଥନରେ ତାଙ୍କୁ ଏପ୍ରିଲ ୭ରେ ଉପାଧ୍ୟକ୍ଷା ଚୟନ କରାଯାଇଥିଲା। ଅଗଷ୍ଟ ମାସ ଆଶା କର୍ମୀ ଦରମା ତାଲିକାରେ ଛବିଲତାଙ୍କ ନାମ ରହିଛି। କିନ୍ତୁ ତାଙ୍କୁ ଅର୍ଥ ମିଳିନାହିଁ ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ତାଲିକାରେ ଦର୍ଶାଯାଇଛି। ସିୟୁଜି ନଂ. ୮୨୮୦୪୧୪୮୫୬ ମଧ୍ୟ ସେ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ଛବିଲତାଙ୍କୁ ପଚାରିବାରେ ମାର୍ଚ୍ଚ ମାସରୁ ରିଜାଇନ ଦେଇ ସାରିଛି। ଯେଉଁ ଅଞ୍ଚଳ ପାଇଁ ଆଶାକର୍ମୀ ଭାବେ କାମ କରୁଥିଲି ସେଠାରେ ଆଉ ଜଣେ ଜଏନ କଲେ ତାଙ୍କୁ ସେହି ନମ୍ବର ଦେଇ ଦେବି। ଆଶାକର୍ମୀ ତାଲିକାରୁ ଡିପିଏମ ୍‌(ଡିଷ୍ଟ୍ରିଟ ପ୍ରୋଗ୍ରାମିଂ ଅଫିସର)କାଟିବା କଥା। ଏ ସମ୍ପର୍କରେ ଡିପିଏମ୍‌ ଚକ୍ରଧର ଜେନାଙ୍କୁ ପଚାରିଲେ କ’ଣ ହୋଇଛି ଦେଖିବି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri