୨ ବର୍ଷରେ ୬ ବିବାହ, ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ଛୁ’ ମାରିଲେ ଯୁବତୀ

ଭୋପାଳ,୩ା୨: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଲୁଟେରା କନ୍ୟା ମାମଲା ସାମ୍ନାକୁ ଆସିଛି। ନିଜକୁ ଅନାଥ କହିଥିବା ଯୁବତୀ ଜଣଙ୍କ କୋର୍ଟ ପରିସରସ୍ଥିତ ମନ୍ଦିରରେ ବିବାହ କରିଥିଲେ। ପରେ ବରଙ୍କୁ ଚକ୍‌ମା ଦେଖାଇ ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ବସି ଫେରାର ହୋଇଯାଇଛନ୍ତି।

ଛିନ୍ଦଓ୍ବାଡାରେ ରହୁଥିବା ଦଶରଥ ପଟେଲ ବିବାହ କରିବା ପାଇଁ ଦୁଇଦିନ ପୂର୍ବରୁ ଜବଲପୁର ଆସିଥିଲେ। ସେଠାରେ ରେଣୁ ରାଜପୁତ ନାମକ କନ୍ୟାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଦୁଇଜଣ କୋର୍ଟରେ ବିବାହ ପଞ୍ଜୀକରଣ କରିଥିଲେ। ମାତ୍ର ଏହି ସମୟରେ ବାଇକ୍‌ରୁ ଓହ୍ଲାଇ ଆଉ ଜଣେ ଯୁବକ ତଥା ତାଙ୍କ ପ୍ରେମିକଙ୍କ ଗାଡ଼ିରେ ବସି ରେଣୁ ଫେରାର ହୋଇଯାଇଥିଲେ। ଏହା ପରେ ଦଶରଥଙ୍କ ପରିବାର ଲୋକ ତୁରନ୍ତ କୋର୍ଟକୁ ଫେରି ଓକିଲଙ୍କୁ ସବୁକିଛି କହିଥିଲେ। ସେଠାରେ ଉପସ୍ଥିତ ଥିବା ରେଣୁଙ୍କ ମାଉସୀ ଅର୍ଚ୍ଚନା ବର୍ମନଙ୍କୁ ଅଟକାଇଥିଲେ। ପରେ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଚ୍ଚନାଙ୍କୁ ଥାନାକୁ ନେଇଥିଲେ।

ବରପକ୍ଷର ସୂଚନା ଅନୁସାରେ, ତାଙ୍କର କକା-ଖୁଡ଼ୀ ଜବଲପୁରରେ ରୁହନ୍ତି। ସେଠାରେ ସେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଏହି ଦୋକାନକୁ ଅର୍ଚ୍ଚନା ସଉଦା ନେବାକୁ ଆସି ସମ୍ପର୍କ ବଢ଼ିଥିଲା। ପରେ ସେ କହିଥିଲେ ତାଙ୍କର ଏକ ଝିଆରୀ ଅଛ, ବିବାହ କରିବା ପାଇଁ। ପରେ ଏଥିରେ ଦଶରଥଙ୍କ ଖୁଡ଼ୀ ସୁନୀତା ରାଜି ହୋଇଥିଲେ। ସୁନୀତାଙ୍କୁ ଅର୍ଚ୍ଚନା କହିଥିଲେ ମୋ’ ଝିଆରୀର ମା-ବାପା କେହି ନାହାନ୍ତି। ତାଙ୍କର ବିବାହ ଦାୟିତ୍ୱ ମୋ’ ଉପରେ। ଏହା ପରେ ଉଭୟ ପକ୍ଷ ୧ ଫେବୃୟାରୀରେ ବିବାହ କରିବାକୁ ସ୍ଥିର କରିଥିଲେ।

କିଛି ସମୟ ପରେ ଲୁଟେରା କନ୍ୟାଙ୍କ ସହିତ ତାଙ୍କର କଥିତ ମାଉସୀଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ସମୟରେ ପୋଲିସ ଅନେକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଛି। ପୋଲିସ କହିଛି, ଦୁଇ ବର୍ଷ ମଧ୍ୟରେ ସେ ୬ରୁ ଅଧିକ ଥର ବିବାହ କରି ବରମାନଙ୍କୁ ଚୂନ ଲଗାଇଛନ୍ତି। ରେଣୁଙ୍କ ପ୍ରକୃତ ନାମ ହେଉଛି ସଙ୍ଗୀତା ଅହିରଓ୍ବାର। ଯିଏ କି ରେଣୁ ନାମରେ ନକଲି ଆଧାର କାର୍ଡ କରିଛନ୍ତି। ରେଣୁ ପୋଲିସ ଆଗରେ ସ୍ବୀକାର କରିଛନ୍ତି, ସେ ୨ ବର୍ଷ ଭିତରେ ୬ ଥର ବିବାହ କରିଛନ୍ତି। ପୋଲିସ ରେଣୁ, ଅର୍ଚ୍ଚନା, ରେଣୁଙ୍କ ପ୍ରେମିକ ଅଜୟଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri