ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ବନ୍ଧାହେଲେ ସୁରେଶଙ୍କ ସମେତ ୬

ଭୁବନେଶ୍ୱର,୮।୨(ବ୍ୟୁରୋ): ସରକାରୀ ପ୍ରତିଷ୍ଠାନରେ ସେକ୍ସ ର଼୍ୟାକେଟ ଚଳାଥିଲେ ସରକାରୀ ବାବୁ। ସମ୍ପୃକ୍ତ ଥିଲେ ଅଫିସରଙ୍କ ସମେତ କର୍ମଚାରୀ ଓ ଦଲାଲ। ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ୍‌ କେନ୍ଦ୍ରରେ ଯୌନ ଶୋଷଣ ଘଟଣାର ମାଷ୍ଟରମାଇଣ୍ଡ୍‌ ତଥା ସଂଘ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ୬ଜଣ ଗିରଫ ହେବା ପରେ ହେଉଥିବା ଅଭିଯୋଗର ପର୍ଦ୍ଦାଫାଶ ହୋଇଛି। ଦୀର୍ଘଦିନ ଧରି ଫେରାର ପରେ ନୟାଗଡ଼ରୁ ଏୟାରପୋର୍ଟ ଥାନା ପୋଲିସ ସୁରେଶଙ୍କୁ ଉଠାଇ ଆଣିଥିଲା। ତାଙ୍କ ବୟାନ ଆଧାରରେ ସମ୍ପୃକ୍ତ ଅନ୍ୟ ୫ଜଣଙ୍କୁ ପୋଲିସ ଥାନାକୁ ନେଇ ମୁହାଁମୁହିଁ ଜେରା ପରେ ସୁରେଶଙ୍କ ସବୁ ଲୁଚକାଳି ଖେଳ ଶେଷ ହୋଇଛି। ଶେଷରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୋସିଆଲ ସିକ୍ୟୁରିଟି ଅଫିସର (ଏସ୍‌ଏସ୍‌ଓ) ଭାବେ କାର୍ଯ୍ୟକରୁଥିବା ଚନ୍ଦକା ମେଣ୍ଢାଶାଳ ଅଞ୍ଚଳର ସଂଗ୍ରାମ କେଶରୀ ଦାସ (୩୭), ତାଲିମ୍‌ କେନ୍ଦ୍ରର ଦୁଇଜଣ ମହିଳା କର୍ମଚାରୀ କଟକ ସିଡିଏ ଫେଜ୍‌-୨ରେ ରହୁଥିବା ନୟାଗଡ଼ର ବାସନ୍ତୀ ସାହୁ (୩୦) ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀର ସଞ୍ଜୁ ଓରଫ ସଞ୍ଜୁକ୍ତା (୪୦), ଖୋର୍ଦ୍ଧା ସଦର ଅଞ୍ଚଳର ଲାଲୁ ଓରଫ ଉମେଶଚନ୍ଦ୍ର ରାଉତରାୟ (୩୩) ଏବଂ କଟକ ନିଆଳି ଅଞ୍ଚଳର ରାକେଶ କୁମାର ଷଡ଼ଙ୍ଗୀ (୩୯)। ଆଇପିସି ଦଫା ୩୭୦/୧୨୦(ବି), ଆଇଟିପି ଆକ୍ଟ ୩/୪/୫/୬/୭, ଆଇଟି ଆକ୍ଟ ୬୭,୬୭(ଏ) ଓ ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟେସନ୍‌ ଅଫ ଓ୍ବମେନ୍‌ ଆକ୍ଟ ୬ରେ ମାମଲା (ନଂ.୪୦/୨୧) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ସ୍ବତସ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତଙ୍କୁ ଜେରାବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ତାଲିମ୍‌ କେନ୍ଦ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ଟଙ୍କା ଆସିଥାଏ। ଅଭିଯୁକ୍ତ ଅଫିସର ସଂଗ୍ରାମ ତାଲିମକେନ୍ଦ୍ରର ଅଡିଟ୍‌ରେ ଆସନ୍ତି। ସୁରେଶ ତାଙ୍କୁ ଖୁସି କରିବାକୁ ସବୁବେଳେ ବାହାରୁ ଝିଅ ଆଣି ରାତି କାଟିବାକୁ ଦେଇଥାନ୍ତି। ଝିଅ ନ ମିଳିଲେ ତାଲିମ୍‌ ନେଉଥିବା ଦିବ୍ୟାଙ୍ଗ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଏଥିପାଇଁ ବାଧ୍ୟ କରିଥାନ୍ତି। ବଦଳରେ ସଂଗ୍ରାମ ଭୁଲ୍‌ ଅଡିଟ୍‌ ରିପୋର୍ଟ ପ୍ରସ୍ତୁତ କରି ସରକାରୀ ଟଙ୍କାକୁ ମିଳିମିଶି ଚଳୁ କରିଥାନ୍ତି। ଉକ୍ତ ଟଙ୍କାରୁ ବଡ଼ ଭାଗ ସୁରେଶ ନେଉଥିବାବେଳେ ସଂଗ୍ରାମ କମିଶନ ନେଇଥାନ୍ତି। ଅନ୍ୟମାନଙ୍କୁ ସୁରେଶ ଭାଗ କରି ଦେଇଥାନ୍ତି। ତେବେ ସୁରେଶଙ୍କୁ ଏହି ସେକ୍ସ ର଼୍ୟାକେଟ୍‌ ଚଳାଇବା ସହ ଝିଅ ଯୋଗାଡ କରିବାରେ ବାସନ୍ତୀ ଓ ସଞ୍ଜୁ ସାହାଯ୍ୟ କରୁଥିଲେ। ସେହିଭଳି ଉମେଶ ଓ ରାକେଶ ଦଲାଲ କାର୍ଯ୍ୟ କରି ପାଉଣା ପାଇଥାନ୍ତି। ଅଧିକାଂଶ ରାତିରେ ଭୋଜିଭାତ ଓ ମଦ ଆସର ଜମେ। ସମସ୍ତେ ମିଳିମିଳି ମଉଜ କରନ୍ତି। ବାହାରୁ ଆସୁଥିବା ଝିଅଙ୍କୁ ପୂରା ରାତି ପାଇଁ ୫ହଜାର, ନଚେତ୍‌ ଘଣ୍ଟା ହିସାବରେ ଟଙ୍କା ଦିଆଯାଉଥିବାବେଳେ ତାଲିମ୍‌ କେନ୍ଦ୍ରର ଯୁବତୀଙ୍କୁ ମନ ହେଲେ ୨ହଜାର, ନଚେତ ଚାକିରିକୁ ନେଇ ନାଲିଆଖି ଦେଖାଇ ପାଟି ଚୁପ୍‌ କରୁଥିଲେ। ଯେଉଁମାନେ ବାବୁଙ୍କ ସହ ରାତି କାଟିବାକୁ ରାଜି ହେଉ ନ ଥିଲେ ସେମାନଙ୍କୁ ବାହାର କରିଦିଆଯାଉଥିଲା।
ତାଲିମ କେନ୍ଦ୍ରରେ ଦୀର୍ଘଦିନ ହେବ ଯୌନ ଶୋଷଣ ଓ ଅତ୍ୟାଚାର ଦିଆଯାଉଥିବା ଭଳି ସଙ୍ଗିନ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଥିଲା। ଏନେଇ ଏକ ଭିଡିଓ ଭାଇରାଲ ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଭିନ୍ନକ୍ଷମ କମିଶନ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିଛିଦିନ ତଳେ ଉକ୍ତ ତାଲିମକେନ୍ଦ୍ରର ଜଣେ ଯୁବତୀଙ୍କ ଅଭିଯୋଗକ୍ରମେ ସୁରେଶଙ୍କ ଡାହାଣ ହାତ ସାଜିଥିବା ତାଲିମ କେନ୍ଦ୍ରର ପ୍ରଶିକ୍ଷିକା ମଧୁମଞ୍ଜରୀ ଧଳଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏମିତିକି କେତେଜଣ ସରକାରୀ ଅଧିକାରୀ ଓ ରାଜନେତାଙ୍କ ସମ୍ପୃକ୍ତି ଥିବା ସୂଚନା ପାଇଛି। ତେଣୁ ର଼୍ୟାକେଟର ସମସ୍ତ ଗୁମର ଖୋଲିବାକୁ ଆବଶ୍ୟକ ପଡ଼ିଲେ ସୁରେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri