ଭାଜପା ଟିକେଟ ଆଶାରେ ୬

ବାସୁଦେବପୁର,୧୨।୩(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲାର ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତ, ପୌରପାଳିକାର ୨୩ ୱାର୍ଡ ଓ ତିହିଡ଼ି ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ। ୨୦୦୦ ମସିହାରୁ ଏହି ଆସନକୁ ବିଜୁ ଜନତା ଦଳ (ବିଜେଡି) ଅକ୍ତିଆର କରିଆସିଛି। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବେ ବିଧାୟକ ଅଛନ୍ତି। ଭାଜପା ଏଠାରୁ ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କସରତ କରୁଛି।
ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ବାସୁଦେବପୁର ବିଧାନସଭା ଆସନ ପାଇଁ ଭାଜପାରୁ ୬ ଆଶାୟୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଆଧାର କରି ଆଶାୟୀ ପ୍ରାର୍ଥୀମାନେ ନିଜର ସମର୍ଥକଙ୍କୁ ଧରି ପଞ୍ଚାୟତ ଓ ଗଁା ପରିକ୍ରମା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଦେଖିଲେ ଦଳର ବରିଷ୍ଠ ନେତା ତଥା ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ମାଧବାନନ୍ଦ ମଲିକଙ୍କ ପୁଅ ଉଦୟ ନାରାୟଣ ମଲିକ ସକ୍ରିୟ ଅଛନ୍ତି। ଉଦୟ ଭାଜପାର ଜିଲା ଉପସଭାପତି ଅଛନ୍ତି। ୨୦୧୯ ନିର୍ବାଚନରେ ପିତା ମାଧବାନନ୍ଦଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ନିର୍ବାଚନରେ ମାଧବାନନ୍ଦଙ୍କୁ ୩୫ ହଜାର ଭୋଟ୍‌ ମିଳିଥିଲା। ପିତାଙ୍କ ଅପେକ୍ଷା କିଭଳି ଅଧିକ ସମର୍ଥନ ପାଇବେ ସେଥିରେ ସେ ଲାଗିପଡ଼ିଛନ୍ତି। ସେହିପରି ୨୦୧୪ରେ ଭାଜପା ଟିକେଟରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଜିଲା ସଭାପତି ଦୀନବନ୍ଧୁ ପତି ବାସୁଦେବପୁରରେ ଦଳକୁ ସୁଦୃଢ଼ କରିବାରେ ନିଜକୁ ନିୟୋଜିତ କରିଛନ୍ତି। ଦଳର ଜଣେ କ୍ୟାଡର ନେତା ଓ ସଂଘ ପରିବାର ସହ ସେ ଯୋଡ଼ି ହୋଇ ରହିଥିବା ବେଳେ ତିହିଡ଼ି ଓ ବାସୁଦେବପୁର ବ୍ଲକରେ ତାଙ୍କର ମଧ୍ୟ ପ୍ରଭାବ ରହିଛି। ଅନୁରୂପ ଭାବେ ୨୦୦୯ରେ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ଅଶୋକ କୁମାର ସାହୁ ମଧ୍ୟ ଟିକେଟ ପାଇବା ଲାଗି ଆଶାରେ ଅଛନ୍ତି। ସଂଘ ପରିବାର ସହ ମଧ୍ୟ ତାଙ୍କ ସମ୍ପର୍କ ମଜଭୁତ ରହିଛି।
ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରତାପ କୁମାର ନାୟକ ଏଠାରୁ ମଧ୍ୟ ଟିକେଟ ଆଶୟୀ ଅଛନ୍ତି। ଶିକ୍ଷାବିତ୍‌ ଭାବେ ଏ ଅଞ୍ଚଳରେ ସେ ଜଣେ ଚିହ୍ନାମୁହଁ ହୋଇଥିବା ବେଳେ ଭାଜପା ରାଜ୍ୟ ବୁଦ୍ଧିଜୀବୀ ସେଲ୍‌ର ସେ ସଂଯୋଜକ ଥିବା ସହ ଦଳୀୟ ଓ ସାଙ୍ଗଠନିକ କାର୍ଯ୍ୟରେ ଲାଗି ରହିଛନ୍ତି। ଅନ୍ୟତମ ଆଶାୟୀ ଯୁବ ବ୍ୟବସାୟୀ ମନୋଜ କୁମାର ନାୟକ। ସେ ମଧ୍ୟ ଗାଁଗଣ୍ଡା ବୁଲି ସଭା ସମିତିରେ ସାମିଲ ହେବା ସହ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଅନ୍ୟତମ ନୂଆ ଚେହେରା ସବ୍ୟସାଚୀ ମହଲା। ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ତାଙ୍କ ଘର ହୋଇଥିବା ବେଳେ ସେ ରାଜ୍ୟ ଭାଜପା ଓବିସି ମୋର୍ଚ୍ଚାର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କାର୍ଯ୍ୟ କରୁୁଛନ୍ତି। ସବ୍ୟସାଚୀ ଜଣେ ଓବିସି ଶ୍ରେଣୀଭୁକ୍ତ ଆଶାୟୀ ହୋଇଥିବାରୁ ବାସୁଦେବପୁର, ତିହିଡ଼ି ଅଞ୍ଚଳର ଭାଜପା ଭୋଟ ସହ ଓବିସି ଶ୍ରେଣୀର ଭୋଟର ତଥା ଯାଦବ ଭୋଟରମାନେ ତାଙ୍କୁ ଅଧିକ ସହଯୋଗ କରିବେ ବୋଲି ସେ ଆଶା ବାନ୍ଧିଛନ୍ତି।
ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବାରୁ ଆଗାମୀ ନିର୍ବାଚନରେ ଭୋଟର ଭାଜପାକୁ ପସନ୍ଦ କରିବେ ବୋଲି ଦଳୀୟ ନେତା ଓ କର୍ମୀ କହୁଛନ୍ତି। ହେଲେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ରାଜ୍ୟ ଓ ଜିଲା ନେତୃମଣ୍ଡଳୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଏହି ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ, ସେଥିନେଇ କୌଣସି ଆଭାସ ମିଳିପାରୁ ନାହିଁ। ପୁଣି ବିଜେଡି-ଭାଜପା ମେଣ୍ଟ ଝୁଲି ରହିବା ଆଉ ଏକ ଦିଗକୁ ଇଙ୍ଗିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri