ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ ଖାନ୍ଙ୍କ ଭଳି ବ୍ୟାଟର୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେହିଭଳି ଘରୋଇ କ୍ରିକେଟରେ ମଧ୍ୟ ଯୁବ ବ୍ୟାଟ୍ସମ୍ୟାନ୍ ବଡ଼ ଫର୍ମାଟରେ ଭଲ ଖେଳିବାକୁ ଚେଷ୍ଟା କରୁଛନ୍ତି। କିଛି ଏଭଳି ଆନ୍ଧ୍ରପ୍ରଦେଶ ବ୍ୟାଟ୍ସମ୍ୟାନ୍ ବମ୍ଶୀ କୃଷ୍ଣା କରିଦେଖାଇଛନ୍ତି। ସେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ଷ୍ଟାଇଲ୍ରେ ଗୋଟିଏ ଓଭରରେ ଲଗାତର ୬ ଛକା ମାରି ଚର୍ଚ୍ଚାକୁ ଆସିଛନ୍ତି।
ସିକେ ନାଇଡୁ ଟ୍ରଫିରେ ଆନ୍ଧ୍ରପ୍ରଦେଶ ଏବଂ ରେଲଓ୍ବେ ମଧ୍ୟରେ ମୁକାବିଲା ଖେଳାଯାଇଥିଲା। ଟେଷ୍ଟ କ୍ରିକେଟ ଫର୍ମାଟ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ଓପନିଂ ବ୍ୟାଟ୍ସମ୍ୟାନ୍ କୃଷ୍ଣା ଟି୨୦ ଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ ରେଲଓ୍ବେ ଟିମ୍ର ବୋଲର୍ଙ୍କୁ ଘାଇଲା କରି ପ୍ରଥମ ଇନିଂସରେ ଶତକ ମାରିଥିଲେ। ଏଥିରେ ୧୦ ଛକା ରହିଥିଲା, ଯେଉଁଥିରୁ ୬ ଛକା ଗୋଟିଏ ଓଭରରେ ଆସିଥିଲା।
ରେଲଓ୍ବେ ଟିମ୍ର ଲେଗ୍ ସ୍ପିନର ଦମନଦୀପ ସିଂହଙ୍କ ବୋଲିଂ ବେଳେ କୃଷ୍ଣା ଏଭଳି ପ୍ରଦର୍ଶନ କରିଥିଲେ। ସେ ତାଙ୍କର ପ୍ରତିଟି ବଲ୍ରେ ଛକା ମାରିଥିଲେ। ଏହି ବିସ୍ଫୋରକ ଓଭର ଯୋଗୁ କୃଷ୍ଣା ମାତ୍ର ୬୪ ବଲ୍ରେ ୧୧୦ ରନ୍ର ଚମତ୍କାର ଇନିଂସ ଖେଳିଥିଲେ।
All Right Reserved By Dharitri.Com