ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

କଟକ ଅଫିସ,୨୬।୩: ମଧୁପାଟଣା ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌ର ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ ବନ୍ଧୁକ, ୮ ଗୁଳି, ୬ ମୋବାଇଲ ଫୋନ୍‌, ୨ବାଇକ୍‌ ସମେତ ନଗଦ ୫୫୦୦ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଲୁଟେରାମାନେ ହେଲେ ମଧୁପାଟଣା ଥାନା ଅଧୀନ ତିନିଘରିଆ ଅଞ୍ଚଳର ଜ୍ଞାନ ଓରଫ୍‌ ଦୀପକ କୁମାର ବେଉରା, ନିଆଳି ଥାନା ଅଞ୍ଚଳର ସନ୍ତୁ ଓରଫ୍‌ ସନ୍ତୋଷ ପାତ୍ର, ମାର୍ଶାଘାଇ ଥାନା ଅଞ୍ଚଳର ରାଜା ଓରଫ୍‌ ବିବେକାନନ୍ଦ ସେନାପତି, ମଙ୍ଗଳାବାଗ ତେଲିସାହି ଅଞ୍ଚଳର କୁନା ବେହେରା ଏବଂ ଜଗତ୍‌ସିଂହପୁର ବାଲିକୁଦା ଥାନା ଅଞ୍ଚଳର ସୁଧୀର ସ୍ବାଇଁ। ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଡିସିପି ପ୍ରତୀକ୍‌ ସିଂ ତାଙ୍କ କାର୍ଯ୍ୟାଳୟରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଡିସିପି କହିଛନ୍ତି, ବୁଧବାର ରାତିରେ ଏହି ଘଟଣା ଘଟିଥିଲା। ଲୁଟ୍‌ର ଶିକାର ହୋଇଥିବା କୁନା ବିଶ୍ୱାଳ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ଯେ, ସନ୍ତୋଷ ନଗରଠାରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ତାଙ୍କଠାରୁ ନଗଦ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟ୍‌ କରି ଦୁଇଟି ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତେବେ ଜଣେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ପୂର୍ବରୁ ଡକାୟତି, ରାହାଜାନି ଓ ଲୁଟ୍‌ ପରି ସଙ୍ଗିନ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ। ସେମାନେ ବାଙ୍କୀ, ସାଲେପୁର, ଖୁଣ୍ଟୁଣି, ନିଆଳି ଆଦି ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ପାଟ୍‌ କରିଛନ୍ତି। ଏପରି କି ଏକବର୍ଷ ମଧ୍ୟରେ ସେମାନେ ଏକ କୋଟି ଟଙ୍କାର ଲୁଟ୍‌ କରିଥିବା ପୋଲିସ ପାଖରେ ସ୍ବୀକାର କରିଛନ୍ତି। ସେମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ଓ ୭.୬୫ ଏମ୍‌ଏମ୍‌ର ଦେଶୀ ପିସ୍ତଲ, ଦୁଇଟି ରିଭଲଭର, ୮ଟି ଜୀବନ୍ତ ଗୁଳି, ୬ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ହରନେଟ୍‌ ମୋଟର ସାଇକେଲ(ଓଡି ୦୫ ୟୁ ୦୭୫୮), ଗୋଟିଏ ଆପାଚି ବାଇକ୍‌ (ଓଡି ୦୬ ଏନ୍‌ ୫୬୪୬) ସମେତ ୫,୫୦୦ ଟଙ୍କା ନଗଦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ଜ୍ଞାନଙ୍କ ନାମରେ ମଧୁପାଟଣା ଥାନାରେ ୧୯ଟି, ସନ୍ତୁ ନାମରେ ନିଆଳି, ଓଳଟପୁର, ଜଗତ୍‌ସିଂହପୁର ଥାନାରେ ୧୨ଟି, ସୁଧିର ନାମରେ ମଧୁପାଟଣା, କ୍ୟାଣ୍ଟନମେଣ୍ଟ, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ଚୌଦ୍ୱାର, ବାଲିକୁଦା ଥାନାରେ ୧୦ଟି ଏବଂ ରାଜା ନାମରେ ସଦର ଥାନାରେ ଗୋଟିଏ ସଙ୍ଗିନ ମାମଲା ଥିବା ଡିସିପି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri