ଟ୍ରେନ୍‌ ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଜିଆର୍‌ପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍‌ ନିକଟ ପୋଲ ତଳେ ଲୁଟ୍‌ ଯୋଜନା ଚାଲିଥିବାବେଳେ ସେଠାରେ ଚଢ଼ାଉ କରି ପୋଲିସ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୀମାଞ୍ଚଳ ପାଢୀ, ବିଶ୍ୱଜିତ୍‌ ପଣ୍ଡା, ଜୟଦେବ ଦାସ, ରବି ବେହେରା ଓ ଗୋବିନ୍ଦ ସାହୁ। ସେମାନଙ୍କଠାରୁ ଛୁରୀ, ଚାପଡ଼, ଲଙ୍କା ଗୁଣ୍ଡ, କଳା ମାସ୍କ, ୩ ଲାପଟପ୍‌, ୬ ମୋବାଇଲ ଫୋନ, ୩ ଏଟିଏମ୍‌ ସ୍ବାଇପ୍‌ ମେଶିନ, ପ୍ରିଣ୍ଟିଂ ମେଶିନ ଆଦି ଜବତ କରାଯାଇଛି। ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରବି ଓ ଗୋବିନ୍ଦଙ୍କ କୋଭିଡ଼ ରିପୋର୍ଟ ପଜିଟିଭ ବାହାରିବାରୁ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏମାନଙ୍କ ନାମରେ ଜିଆର୍‌ପି ଥାନାରେ ଏକାଧିକ ଲୁଟ୍‌ ଓ ଚୋରି ମାମଲା ରହିଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଜଣେ ଯାତ୍ରୀ ସନ୍ତ୍ରାଗାଛି-ଚେନ୍ନାଇ ଟ୍ରେନ୍‌ରେ ଯାଉଥିଲେ। ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଛାଡୁଥିବାବେଳେ କେତେଜଣ ଅଭିଯୁକ୍ତ ତାଙ୍କର ଏକ ବ୍ୟାଗ୍‌ ନେଇ ପଳାଇଥିଲେ। ସେଥିରେ ଏକ ଲାପଟପ, ହାର୍ଡ଼ଡ଼ିସ୍କ ଓ ମୋବାଇଲ ଫୋନ୍‌ ରହିଥିଲା। ଏନେଇ ବ୍ୟକ୍ତି ଜଣକ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ମିଳିତ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହେବା ସହ ଷ୍ଟେଶନଠାରୁ ୨ କିମି ଅଞ୍ଚଳ ମଧ୍ୟରେ ଲୁଟେରାଙ୍କ ଉପରେ ନଜର ରଖାଯାଇଥିଲା। ଗୁରୁବାର ଷ୍ଟେଶନ ନିକଟ ମୋଚିସାହି ଟ୍ରେନ୍‌ ଟ୍ରାକ୍‌ ନିକଟ ପୋଲତଳ ଅନ୍ଧାରିଆ ସ୍ଥାନରେ କେତେଜଣ ବ୍ୟକ୍ତି ବସି କିଛି ଯୋଜନା କରୁଥିବା ପୋଲିସକୁ ଖବର ମିଳିବା ପରେ ତୁରନ୍ତ ସେଠାରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଲୁଟେରା ଗ୍ୟାଙ୍ଗ୍‌ ସମ୍ପର୍କରେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri