୨୪ ଜିଲାରେ ୬.୨୪ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଅନେକ କ୍ଷୟକ୍ଷତି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟର ୨୪ ଜିଲା ଅନ୍ତର୍ଗତ ୨୫୩ ବ୍ଲକ ଅଧୀନ ୧୧,୯୭୩ ଗଁା ଓ ୨୬ଟି ପୌରାଞ୍ଚଳ ଅନ୍ତର୍ଗତ ୧୦୧ଟି ୱାର୍ଡର ମୋଟ ୬ ଲକ୍ଷ ୨୪ ହଜାର ୫୬୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୫୩,୪୮୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚଳିତ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବର୍ଷା ଓ ବନ୍ୟା ଯୋଗୁ ୨,୮୯୩ କଚ୍ଚାଘର ଭାଙ୍ଗି ଯାଇଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ ଜିଲାରେ ୧୩ ଓଡ୍ରାଫ୍‌, ୮ଟି ଏନ୍‌ଡିଆରଏଫ୍‌ ଓ ୮୫ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ କରିଛନ୍ତି। ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହ୍ରାସ ପାଇଛି। ରାଜ୍ୟରେ ହାରାହାରି ୪.୪ ମିମି. ବର୍ଷା ରେକର୍ଡ କରାଯାଇଛି। ମହାନଦୀ, ବୁଢ଼ାବଳଙ୍ଗ ନଦୀକୁ ଛାଡ଼ି ଅନ୍ୟ ସମସ୍ତ ନଦୀର ଜଳ ପତ୍ତନ ହ୍ରାସ ପାଇବାରେ ଲାଗିଛି। ବର୍ଷା କମିଥିବାରୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ୍‌ ଥିବାବେଳେ ଜଳଭଣ୍ଡାର ଭିତରକୁ ୩ ଲକ୍ଷ ୪୧ ହଜାର ୫୦୫ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦ଟି ଗେଟ୍‌ ଦେଇ ସମପରିମାଣ ଜଳ ନିଷ୍କାସିତ ହେଉଛି। କଟକର ନରାଜଠାରେ ମହାନଦୀର ଜଳସ୍ତର ୨୪.୩୮ ଫୁଟ୍‌ ରହିଛି। ସେଠାରେ ବିପଦସଙ୍କେତ ସ୍ତର ୨୬.୪୧ଫୁଟ୍‌ ରହିଛି। ଗେଟ ଖୋଲା ରହିଥିବାରୁ ଜଳ ସ୍ତର ବୃଦ୍ଧି ପାଉଛି।
ଉପରମୁଣ୍ଡରେ ବର୍ଷା ନ ଥିବାରୁ ହୀରାକୁଦର ଜଳସ୍ତର କମିବାରେ ଲାଗିଛି। ହୀରାକୁଦ ଯୋଗୁ ବନ୍ୟାର କୌଣସି ଆଶଙ୍କା ନାହିଁ। ସୋମବାର ସୁଦ୍ଧା ସ୍ଥିତି ଆହୁରି ସ୍ବାଭାବିକ ହୋଇଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଭିତରକୁ ଅଧିକ ପାଣି ଆସୁ ନ ଥିବାରୁ ଆଉ ଗେଟ ଖୋଲାଯିବାର କୌଣସି ଯୋଜନା ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲା ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାର ମୋଟ ୭୯ଟି ବ୍ଲକ ଅଧୀନ ୨୬୯ଟି ପଞ୍ଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଞ୍ଚଳର ୫୬ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ଷା ବିତ୍ପାତରେ ଏସବୁ ଜିଲାର ମୋଟ ୮୯୦ ଘର ନଷ୍ଟ ହେବା ସହ ୧୧,୭୩୦ ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି।
ସେହିପରି ବର୍ଷା ଓ ବନ୍ୟା ଯୋଗୁ ଅନୁଗୋଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର ଏବଂ ଖୋର୍ଦ୍ଧା ଜିଲାର ମୋଟ ୭୪ଟି ବ୍ଲକ ଅଧୀନ ୪୪୯ଟି ପଞ୍ଚାୟତର ୧୫୦୦ ଗାଁ ଏବଂ ୧୨ଟି ପୌରାଞ୍ଚଳ ଅନ୍ତର୍ଗତ ୪୫ଟି ୱାର୍ଡର ମୋଟ ୬ ଲକ୍ଷ ୧୨ ହଜାର ୮୩୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲାର ୫୦,୬୮୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୩୫ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଏହି ୧୪ଟି ଜିଲାରେ ମୋଟ ୨୦୦୩ ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ପ୍ରଥମ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲାରେ ଜଣେ ଓ ଯାଜପୁର ଜିଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri