ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ ଅଫିସ,୨୧।୫: ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ସକାଳୁ ପୁରୀରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୂର୍ବରୁ ଅନେକ ଥର ପୁରୀ ଗସ୍ତରେ ଆସିଛନ୍ତି ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ନିମନ୍ତେ ପୁରୀ ଗସ୍ତ କରୁଥିବାବେଳେ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।