୫୭ ନୂଆ ଏନ୍‌ଏସି ପ୍ରସ୍ତାବ: ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର,୬ା୧୧(ଅନିଲ ଦାସ)ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି ସମସ୍ତ ତଥ୍ୟ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିବା ସହିତ ଫର୍ମାଟ ପଠାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୪ ମାର୍ଚ୍ଚରେ ୨୩ ଜିଲାରୁ ୫୭ଟି ଅଞ୍ଚଳରେ ନୂତନ ଏନ୍‌ଏସି କରିବାକୁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଆସିଛି। ତେବେ ସମ୍ପୂର୍ଣ୍ଣ ତଥ୍ୟ ନ ଥିବାରୁ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରୁ ନାହିଁ। ସମ୍ପୂର୍ଣ୍ଣ ତଥ୍ୟ ପଠାଇବାକୁ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଗୋଳ ଜିଲାରୁ ପାଲଲହଡା ଓ ଛେଣ୍ଡିପଦାକୁ ନୂଆ ଏନ୍‌ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଥିବା ବେଳେ ବଲାଙ୍ଗୀରର ଲୋଇସିଙ୍ଗା, ସିନ୍ଦେକେଲା, ସଇଁତଳା ଓ ବେଲପଡ଼ା, ବାଲେଶ୍ୱରରୁ ବସ୍ତା, ସିମୁଳିଆ, ବାଲିଆପାଳ ଓ ଖଇରା, ବରଗଡ଼ର ପାଇକମାଳ, ଭେଡେନ ଓ ସୋହେଲା, ଭଦ୍ରକର ଅଗରପଡ଼ା ଓ ଧାମରା, ବୌଦ୍ଧର କଣ୍ଟାମାଳ, ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣୀ, କଟକର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ଢେଙ୍କାନାଳର ପରଜଙ୍ଗ ଓ ରାସୋଳ ଏବଂ ଗଞ୍ଜାମ ଜିଲାର କୁକୁଡାଖଣ୍ଟି ଓ ଶେରଗଡ଼କୁ ଏନ୍‌ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଛି। ସେହିପରି ଜଗତସିଂହପୁର ଜିଲାର କୁଜଙ୍ଗ, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡିର ଜୟପାଟଣା, ମଦନରାମପୁର ଓ ନର୍ଲା, କନ୍ଧମାଳର ରାଇକିଆ, ଚାନ୍ଦଲି, ଖୋର୍ଦ୍ଧାର ବେଗୁନିଆ, ଟାଙ୍ଗୀ ଓ ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ମୟୂରଭଞ୍ଜର ବେତନଟୀ, ନୟାଗଡ଼ର କଣ୍ଟିଲୋ, ଶରଣକୁଳ, ନୂଆପଡ଼ାର ସିନାପାଲି, ପୁରୀର ସାକ୍ଷୀଗୋପାଳ କାକଟପୁର, ରାୟଗଡ଼ାର ମୁନିଗୁଡ଼ା ଓ ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା, ସୁବର୍ଣ୍ଣପୁରର ସୁବଳୟା, ଉଲୁଣ୍ଡା, ରାମପୁର, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ଏବଂ ସୁନ୍ଦରଗଡ଼ ଜିଲାର ବଣାଇଁକୁ ନୂଆ ଏନ୍‌ଏସି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri