୫୭ ନୂଆ ଏନ୍‌ଏସି ପ୍ରସ୍ତାବ: ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର,୬ା୧୧(ଅନିଲ ଦାସ)ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି ସମସ୍ତ ତଥ୍ୟ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିବା ସହିତ ଫର୍ମାଟ ପଠାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୪ ମାର୍ଚ୍ଚରେ ୨୩ ଜିଲାରୁ ୫୭ଟି ଅଞ୍ଚଳରେ ନୂତନ ଏନ୍‌ଏସି କରିବାକୁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଆସିଛି। ତେବେ ସମ୍ପୂର୍ଣ୍ଣ ତଥ୍ୟ ନ ଥିବାରୁ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରୁ ନାହିଁ। ସମ୍ପୂର୍ଣ୍ଣ ତଥ୍ୟ ପଠାଇବାକୁ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଗୋଳ ଜିଲାରୁ ପାଲଲହଡା ଓ ଛେଣ୍ଡିପଦାକୁ ନୂଆ ଏନ୍‌ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଥିବା ବେଳେ ବଲାଙ୍ଗୀରର ଲୋଇସିଙ୍ଗା, ସିନ୍ଦେକେଲା, ସଇଁତଳା ଓ ବେଲପଡ଼ା, ବାଲେଶ୍ୱରରୁ ବସ୍ତା, ସିମୁଳିଆ, ବାଲିଆପାଳ ଓ ଖଇରା, ବରଗଡ଼ର ପାଇକମାଳ, ଭେଡେନ ଓ ସୋହେଲା, ଭଦ୍ରକର ଅଗରପଡ଼ା ଓ ଧାମରା, ବୌଦ୍ଧର କଣ୍ଟାମାଳ, ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣୀ, କଟକର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ଢେଙ୍କାନାଳର ପରଜଙ୍ଗ ଓ ରାସୋଳ ଏବଂ ଗଞ୍ଜାମ ଜିଲାର କୁକୁଡାଖଣ୍ଟି ଓ ଶେରଗଡ଼କୁ ଏନ୍‌ଏସି ମାନ୍ୟତା ଦେବାକୁ ପ୍ରସ୍ତାବ ଆସିଛି। ସେହିପରି ଜଗତସିଂହପୁର ଜିଲାର କୁଜଙ୍ଗ, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡିର ଜୟପାଟଣା, ମଦନରାମପୁର ଓ ନର୍ଲା, କନ୍ଧମାଳର ରାଇକିଆ, ଚାନ୍ଦଲି, ଖୋର୍ଦ୍ଧାର ବେଗୁନିଆ, ଟାଙ୍ଗୀ ଓ ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ମୟୂରଭଞ୍ଜର ବେତନଟୀ, ନୟାଗଡ଼ର କଣ୍ଟିଲୋ, ଶରଣକୁଳ, ନୂଆପଡ଼ାର ସିନାପାଲି, ପୁରୀର ସାକ୍ଷୀଗୋପାଳ କାକଟପୁର, ରାୟଗଡ଼ାର ମୁନିଗୁଡ଼ା ଓ ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା, ସୁବର୍ଣ୍ଣପୁରର ସୁବଳୟା, ଉଲୁଣ୍ଡା, ରାମପୁର, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ଏବଂ ସୁନ୍ଦରଗଡ଼ ଜିଲାର ବଣାଇଁକୁ ନୂଆ ଏନ୍‌ଏସି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri