ସର୍ବୋଚ୍ଚ ଖୁଚୁରା ବିକ୍ରୟର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୬।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ଋତୁରେ ମଧ୍ୟ ହିରୋ ମୋଟୋକର୍ପ ସର୍ବୋଚ୍ଚ ଖୁଚୁରା ବିକ୍ରୟର ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଚଳିତ ବର୍ଷ ନବରାତ୍ରିରୁ ଆରମ୍ଭ ହୋଇଥିବା ଏହି ପାର୍ବଣ ସ୍ବତନ୍ତ୍ର ବିକ୍ରୟରେ ହିରୋ ମୋଟକର୍ପ ନୂତନ ରେକର୍ଡ ସହ ସଦ୍ୟତମ ଅଦ୍ୟାବଧି ରହିଥିବା ସର୍ବୋଚ୍ଚ ଖୁଚୁରା ବିକ୍ରୟର ନୂଆ ସଫଳତା ଲାଭ କରିଛି।
ଉଲ୍ଲେଖଯୋଗ୍ୟ, ପାର୍ବଣ ବିକ୍ରୟରେ କମ୍ପାନୀ ୧୫.୯୮ ଲକ୍ଷ (୧.୬ ମିଲିୟନ) ରୁ ଅଧିକ ୟୁନିଟ୍‌ ଗାଡ଼ି ବିକ୍ରୟ ହାସଲ କରିଛି। ଏପରିକି ଗତ ବର୍ଷର ଉତ୍ସବ ଋତୁକାଳୀନ ବିକ୍ରୟ ତୁଳନାରେ ଚଳିତ ବର୍ଷର ବିକ୍ରୟ ପରିମାଣ ପ୍ରାୟ ୧୩% ଅଧିକ ବୋଲି କୁହାଯାଉଛି। ୨୦୨୩-୨୪ ପାର୍ବଣ ବିକ୍ରୟ ଏବଂ ୨୦୨୪-୨୫ ପାର୍ବଣ ବିକ୍ର ଅଭିବୃଦ୍ଧିର ଏକ ଦୃଷ୍ଟି ଆକର୍ଷଣକାରୀ ପଞ୍ଜିକୃତର ରେକର୍ଡ କମ୍ପାନୀ ହାସଲ କରିଛି।
ସେହିଭଳି ହିରୋ ମୋଟୋକର୍ପ ଉପତ୍ାଦନର ଏହି ବିଶାଳ ଚାହିଦା ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ବଜାରରେ ପରିଲକ୍ଷିତ ହୋଇଛି। ଏପରିକି ବ୍ରାଣ୍ଡ୍‌ର ୧୨୫ସିସି ମୋଟରସାଇକେଲ ବିଭାଗରେ ୧୨୫ଆର ଏକ୍ସଷ୍ଟ୍ରିମ ସହିତ ଏହା ଏକ ପ୍ରମୁଖ ବୃଦ୍ଧିର ବାହକ ହୋଇଥିଲାବେଳେ ୧୦୦ସିସି ବିଭାଗ ମଧ୍ୟ କମ୍ପାନୀର ବିକ୍ରୟ କାର୍ଯ୍ୟକଳାପକୁ ଅତି ଦୃଢ଼ ସକାରାମତ୍କ ଭାବେ ଉପସ୍ଥାପିତ କରିପାରିଛି।
ଏହି ସମୟ ମଧ୍ୟରେ ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍‌ ଯାନ ଭିଡ଼ା ପ୍ରାୟ ୧୧,୬୦୦ ୟୁନିଟ୍‌ ଖୁଚୁରା ବିକ୍ରୟର ସଫଳତା ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପିତ କରିଛି। ଏପରିକି ଭିଡ଼ା ଯାନର ନେଟ୍‌ୱର୍କ ବର୍ତ୍ତମାନ ପ୍ରସାରିତ ହେବା ସହିତ ହିରୋ ପ୍ରିମିଆ ତଥା ହିରୋ ୨.୦ସମସ୍ତ ଆଉଟଲେଟକୁ ଶକ୍ତିଶାଳୀ କରୁଛି ତଥା ପ୍ରମୁଖ ସହରକୁ ସଂଯୋଗ କରିବା ସହ ଏହି ବୃଦ୍ଧିର ସକାରାମତ୍କ ଫଳାଫଳକୁ ଆହୁରି ତୀବ୍ର କରିବାର ଯୋଜନା ରଖିଛି। ଆସନ୍ତା ପୋର୍ଟଫୋଲିଓ ପ୍ରସାରଣ ଏହି ବ୍ରାଣ୍ଡ୍‌ର ମିଶ୍ରଣକୁ ନେଇ ଅଧିକ ପ୍ରେରଣାଦାୟକ ପରିସ୍ଥିତି ଆଣିବାକୁ ଯାଉଛି।
ବ୍ରାଣ୍ଡ୍‌ର ଲୋକପ୍ରିୟତାକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ହାର୍ଲେ ଡାଭିଡସନ ଏକ୍ସ ୪୪୦ ୨୮୦୦ ରୁ ଅଧିକ ୟୁନିଟ୍‌ ବିକ୍ରୟର ଏକ ରେକର୍ଡ ସୃଷ୍ଟି କରିଛି। ଳିତ ଆର୍ଥିକ ବର୍ଷର ଶେଷ ଭାଗରେ କମ୍ପାନୀ ୧୦୦ରୁ ଅଧିକ ସ୍ଥାନରେ ପ୍ରିମିଆ ନେଟ୍‌ୱର୍କକୁ ଆହୁରି ଅଧିକ ସମ୍ପ୍ରସାରଣ କରିବାର ଲକ୍ଷ୍ୟ ରଖିଥିବାବେଳେ ଏହା ସେହି ଉଚ୍ଚକାଂକ୍ଷୀ ବ୍ରାଣ୍ଡ୍‌ର ଗ୍ରହଣୀୟତାରେ ପହଞ୍ଚାଇବା ପାଇଁ ନିଜ ପ୍ରେଷ୍ଟା ବୃଦ୍ଧି କରିବାକୁ ଯାଉଛି।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ସିଇଓ ନିରଞ୍ଜନ ଗୁପ୍ତା କହିଛନ୍ତି, କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଆମେ ଆମର ସବୁଠାରୁ ଅଧିକ ପାର୍ବଣ ଖୁଚୁରା ବିକ୍ରୟର ନୂତନ ରେକର୍ଡ ସ୍ଥାପନ କରିଛୁ, ଯାହାକି ଭାରତରେ ହିରୋ ମୋଟୋକର୍ପର ସ୍ଥାନ ସବୁଠାରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଭାବେ ଏକ ନୂଆ କୀର୍ତ୍ତିମାନ ହାସଲ କରିଛି। ଏପରିକି ଆମେ ଆମର ଲକ୍ଷାଧିକ ପ୍ରିୟ ଗ୍ରାହକଙ୍କର ବିଶ୍ୱାସଭାଜନର ଦୃଢ଼ତା ପାଇଁ ସେମାନଙ୍କ ପାଖରେ ିରଋଣୀ ହୋଇ ରହିବୁ। ଏଠାରେ ଏକ ଉତ୍ତମ ମୁହୂର୍ତ୍ତ ତଥା ବୃଦ୍ଧି ଦେଶର ଅନେକ ଭାଗରେ ଦୃଷ୍ଟିଗୋର ହେବା ସହ ଗ୍ରାମାଞ୍ଚଳର ବିକ୍ରୟ ସହରାଞ୍ଚଳ ବିକ୍ରୟର ସମକକ୍ଷ ହୋଇଛି, ଯାହା ଏହି ପାର୍ବଣଋତୁର ଅଧାରୁ ଅଧିକ ସମୟରେ ପରିଲକ୍ଷିତ ହୋଇଛି। ଆମେ ଏଭଳି ଏକ ମୁହୂର୍ତ୍ତକୁ ଆଶା କରିବା ସହିତ ବର୍ଷର ବଳକା ସମୟଗୁଡ଼ିକ ପାଇଁ ଯଥେଷ୍ଟ ଆଶାବାଦୀ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?