ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ

ଭୁବନେଶ୍ୱର,୨୯।୮(ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀରେ ଜମି ଠକେଇ ଅଭିଯୋଗ ବଢ଼ି ଚାଲିଛି। ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ ହୋଇଥିବାନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବାଲେଶ୍ୱରର ବନମାଳି ନାୟକ ଏହି ଥାନାଞ୍ଚଳରେ ଥିବା ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥା ନାଁରେ ଏତଲା ଦେବା ପରେ ପୋଲିସ ଆଇପିସିର ଦଫା ୪୨୦ ଓ ୩୪ରେ ଏକ ମାମଲା ନଂ.୩୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ବନମାଳି ରାଜଧାନୀରେ ଏକ ଜମି କିଣିବା ପାଇଁ ବୁଝାବୁଝି କରୁଥିବାବେଳେ ୨୦୨୧ ଅଗଷ୍ଟରେ ଚିତ୍ରାସେନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଚିତ୍ରାସେନ ଭଲ ପ୍ଲଟ୍‌ ଦେବାକୁ କହି ଉକ୍ତ ରିୟଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶିକାଙ୍କ ସହ ବନମାଳିଙ୍କୁ ପରିଚିତ କରାଇଥିଲେ। ସଂସ୍ଥାର ନିର୍ଦ୍ଦେଶିକା ରାଜଧାନୀ ଉପକଣ୍ଠରେ ଏକ ପ୍ଲଟ ଯୋଗାଇଦେବାକୁ ବନମାଳିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପାଣ୍ଡରା ମୌଜାରେ ଏକ ୩ହଜାର ବର୍ଗଫୁଟର ଏକ ଜମିକୁ ୬୭ ଲକ୍ଷ ଟଙ୍କାରେ କିଣିବାକୁ ବନମାଳି ରାଜି ହୋଇଥିଲେ। ସେହିବର୍ଷ ଅକ୍ଟୋବର ୨୯ରେ ବନମାଳି ଏବଂ ଚିତ୍ରାସେନ ଓ ରିଅଲ ଇଷ୍ଟେଟ ସଂସ୍ଥା ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁସାରେ ଅଗ୍ରୀମ ବାବଦକୁ ବନମାଳି ୧୭ ଲକ୍ଷ ଟଙ୍କା ଓ ରେଜିଷ୍ଟ୍ରେଶନ ପାଇଁ ୧ ଲକ୍ଷ ସେମାନଙ୍କୁ ଦେଇଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ସଂସ୍ଥା କୌଣସି ଜମି ଦେଇପାରି ନ ଥିଲା। ପରେ ପାଣ୍ଡରା ମୌଜାରେ ଆଉଏକ ପ୍ଲଟ୍‌ ଯୋଗାଇଦେବାକୁ କହି ପର୍ଯ୍ୟାୟକ୍ରମେ ପୁଣି ବନମାଳିଙ୍କଠାରୁ ୩୯ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଏହିଭଳି ମୋଟ ୫୭ ଲକ୍ଷରୁ ଅଧିକ ଟଙ୍କା ନେଇଯିବା ପରେ ଜମି ଦେଇ ନ ଥିଲେ। ଏପରିକି ଚିତ୍ରସେନ ଓ ସଂସ୍ଥାର ନିର୍ଦ୍ଦେଶିକା ବନମାଳିଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ବନମାଳି ୨୦୨୩ ଅଗଷ୍ଟ ୮ରେ ଥାନାରେ ଅଭିଯୋଗ କରିବା ପରେ ସଂସ୍ଥାର ନିର୍ଦ୍ଦେଶିକା ୨ ଲକ୍ଷ ଟଙ୍କା ଦେଇ ବାକି ସବୁ କିସ୍ତିରେ ଫେରସ୍ତ କରିବାକୁ ଚୁକ୍ତି କରିଥିଲେ। ସେହି ଅନୁଯାୟୀ, ୧୦ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କାର ଦୁଇଟି ଚେକ ମଧ୍ୟ ଦେଇଥିଲେ। ହେଲେ ଉକ୍ତ ଆକାଉଣ୍ଟରେ ଟଙ୍କା ନ ଥିବାରୁ ଓ ଦସ୍ତଖତ ମେଳ ନ ଖାଇବାରୁ ଉଭୟ ଚେକ ବାଉନ୍ସ ହୋଇଯାଇଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ବନମାଳି ଶହୀଦନଗର ଥାନାରେ ପୁଣି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri