ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ

ଭୁବନେଶ୍ୱର,୨୯।୮(ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀରେ ଜମି ଠକେଇ ଅଭିଯୋଗ ବଢ଼ି ଚାଲିଛି। ଜମି ଦେବା ନାଁରେ ୫୭ ଲକ୍ଷ ଠକେଇ ହୋଇଥିବାନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବାଲେଶ୍ୱରର ବନମାଳି ନାୟକ ଏହି ଥାନାଞ୍ଚଳରେ ଥିବା ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥା ନାଁରେ ଏତଲା ଦେବା ପରେ ପୋଲିସ ଆଇପିସିର ଦଫା ୪୨୦ ଓ ୩୪ରେ ଏକ ମାମଲା ନଂ.୩୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ବନମାଳି ରାଜଧାନୀରେ ଏକ ଜମି କିଣିବା ପାଇଁ ବୁଝାବୁଝି କରୁଥିବାବେଳେ ୨୦୨୧ ଅଗଷ୍ଟରେ ଚିତ୍ରାସେନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଚିତ୍ରାସେନ ଭଲ ପ୍ଲଟ୍‌ ଦେବାକୁ କହି ଉକ୍ତ ରିୟଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶିକାଙ୍କ ସହ ବନମାଳିଙ୍କୁ ପରିଚିତ କରାଇଥିଲେ। ସଂସ୍ଥାର ନିର୍ଦ୍ଦେଶିକା ରାଜଧାନୀ ଉପକଣ୍ଠରେ ଏକ ପ୍ଲଟ ଯୋଗାଇଦେବାକୁ ବନମାଳିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପାଣ୍ଡରା ମୌଜାରେ ଏକ ୩ହଜାର ବର୍ଗଫୁଟର ଏକ ଜମିକୁ ୬୭ ଲକ୍ଷ ଟଙ୍କାରେ କିଣିବାକୁ ବନମାଳି ରାଜି ହୋଇଥିଲେ। ସେହିବର୍ଷ ଅକ୍ଟୋବର ୨୯ରେ ବନମାଳି ଏବଂ ଚିତ୍ରାସେନ ଓ ରିଅଲ ଇଷ୍ଟେଟ ସଂସ୍ଥା ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁସାରେ ଅଗ୍ରୀମ ବାବଦକୁ ବନମାଳି ୧୭ ଲକ୍ଷ ଟଙ୍କା ଓ ରେଜିଷ୍ଟ୍ରେଶନ ପାଇଁ ୧ ଲକ୍ଷ ସେମାନଙ୍କୁ ଦେଇଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ସଂସ୍ଥା କୌଣସି ଜମି ଦେଇପାରି ନ ଥିଲା। ପରେ ପାଣ୍ଡରା ମୌଜାରେ ଆଉଏକ ପ୍ଲଟ୍‌ ଯୋଗାଇଦେବାକୁ କହି ପର୍ଯ୍ୟାୟକ୍ରମେ ପୁଣି ବନମାଳିଙ୍କଠାରୁ ୩୯ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଏହିଭଳି ମୋଟ ୫୭ ଲକ୍ଷରୁ ଅଧିକ ଟଙ୍କା ନେଇଯିବା ପରେ ଜମି ଦେଇ ନ ଥିଲେ। ଏପରିକି ଚିତ୍ରସେନ ଓ ସଂସ୍ଥାର ନିର୍ଦ୍ଦେଶିକା ବନମାଳିଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ବନମାଳି ୨୦୨୩ ଅଗଷ୍ଟ ୮ରେ ଥାନାରେ ଅଭିଯୋଗ କରିବା ପରେ ସଂସ୍ଥାର ନିର୍ଦ୍ଦେଶିକା ୨ ଲକ୍ଷ ଟଙ୍କା ଦେଇ ବାକି ସବୁ କିସ୍ତିରେ ଫେରସ୍ତ କରିବାକୁ ଚୁକ୍ତି କରିଥିଲେ। ସେହି ଅନୁଯାୟୀ, ୧୦ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କାର ଦୁଇଟି ଚେକ ମଧ୍ୟ ଦେଇଥିଲେ। ହେଲେ ଉକ୍ତ ଆକାଉଣ୍ଟରେ ଟଙ୍କା ନ ଥିବାରୁ ଓ ଦସ୍ତଖତ ମେଳ ନ ଖାଇବାରୁ ଉଭୟ ଚେକ ବାଉନ୍ସ ହୋଇଯାଇଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ବନମାଳି ଶହୀଦନଗର ଥାନାରେ ପୁଣି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri