କମୁଛି ସଂକ୍ରମଣ: ଚିହ୍ନଟ ହେଲେ ୫୭ କରୋନା ଆକ୍ରାନ୍ତ

ଭୁବନେଶର, ୨୨।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୮ ଜଣ ଆକ୍ରାନ୍ତି ରହିଛନ୍ତି। ସେହିପରି ୩୨ ଜଣ କ୍ୱାରାଣ୍ଟାଇନ୍‌ ରହିଥିବା ବେଳେ ୨୫ ଜଣ ଲୋକାଲ କେସ୍‌ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୯ ଜଣ, ଖୋର୍ଦ୍ଧାରୁ ୮ ଜଣ, ବାଲେଶ୍ବର, କଟକ, ଦେବଗଡ଼ ଓ ନୟାଗଡ଼ ଜିଲାରୁ ୪ ଜଣ ଲେଖାଏ ରହିଥିବା ବେଳେ ଗଜପତି ଓ ସମ୍ବଲପୁରରୁ ୨ ଜଣ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ ଏବଂ ଷ୍ଟେଟ ପୁଲ୍‌ରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି।