ଗର୍ଭାବସ୍ଥାରେ ସମସ୍ୟା ଓ ଥାଇରଏଡ୍‌

”ଯେତେବେଳେ ଥାଇରଏଡ୍‌ ଗ୍ରନ୍ଥିରୁ ଯଥେଷ୍ଟ ପରିମାଣର ହରମୋନ୍‌ ଉପତ୍ନ୍ନ ହୋଇ ନ ଥାଏ ସେତେବେଳେ ଏହା ଓଭ୍ୟୁଲେଶନ ସମୟରେ ଡିମ୍ବାଶୟରୁ ଡିମ୍ବାଣୁର ନିଷ୍କାସନ ଏବଂ ପ୍ରଜନନତାକୁ ହ୍ରାସ କରାଇଥାଏ । ସାଧାରଣ ଲକ୍ଷଣ ଯାହାକି ଆପଣଙ୍କର ହାଇପୋଥାଇରୋଡିଜିମ୍‌ ଗୁଡ଼ିକ ଅବସନ୍ନତା କିମ୍ବା ଶକ୍ତିର ଅଭାବ, ଶୁଖିଲା, ଖଦଡ଼ା ଚମଡ଼ା ଏବଂ କେଶ, ଥଣ୍ଡା ପାଣିପାଗରେ ସମ୍ବେଦନଶୀଳତା, ଅଧିକ କିମ୍ବା ଅନିୟମିତ ଋତୁସ୍ରାବ ଆଦିି ଦେଖାଯାଇଥାଏ ା“ ଆଜିକାଲି ମହିଳାଙ୍କଠାରେ ଦେଖା ଯାଉଥିବା ସମସ୍ୟାଗୁଡ଼ିକ ମଧ୍ୟରେ ଥାଇରଏଡ୍‌ ଅନ୍ୟତମ। ଏପରି ସମସ୍ୟା ପ୍ରତି ସଚେତନ ନ ରହିଲେ ତାହା ପରବର୍ତ୍ତୀ ସମୟରେ ଜଟିଳ ଆକାର ଧାରଣ କରିଥାଏ ଏବଂ ସେଥିପାଇଁ ଦୀର୍ଘକାଳୀନ ଚିକିତ୍ସା ଅନୁସରଣ କରିବାକୁ ପଡ଼େ। ଥାଇରଏଡ୍‌ ସମ୍ବନ୍ଧିତ କେତେକ ଛୋଟ ଅସୁବିଧା ପରବର୍ତ୍ତୀ ସମୟରେ ସାଂଘାତିକ ରୋଗ ଯେପରିକି ଓଜନ ବୃଦ୍ଧି, ଗ୍ରେଭସ ରୋଗ, ଓଜନ ହ୍ରାସ ଏପରି କି ଥାଇରଏଡ୍‌ କର୍କଟ ହେବାରେ ମଧ୍ୟ ଆଶଙ୍କା ରହିଥାଏ । ଅଧିକାଂଶ ସାଧାରଣ ଥାଇରଏଡ୍‌ ଅସୁବିଧା ମଧ୍ୟରେ ଥାଇରଏଡ୍‌ ହର୍ମୋନର ଅସାଧାରଣ ଉପତ୍ତ୍ତି ହୋଇଥାଏ ।
ଅଧିକ ମାତ୍ରାର ଥାଇରଏଡ୍‌ ହର୍ମୋନର ଉତ୍ପନ୍ନ ହେଲେ ତାହା ହାଇପୋଥାଇରୋଡିଜିମ୍‌ର କାରଣ ସାଜିଥାଏ । ଯଦିଓ ଏହାର ପ୍ରଭାବ ଅସୁବିଧା ଏବଂ ଅସୁଖକର ହୋଇପାରେ, ଅଧିକାଂଶ ଥାଇରଏଡ୍‌ ସମସ୍ୟାରୁ ଉପଯୁକ୍ତ ଚିିକିିତ୍ସା ଦ୍ୱାରା ଉପଶମ ମିଳିଥାଏ।
ହାଇପୋଥାଇରୋଡିଜିମ୍‌ ହାଇପୋଥାଇରୋଡିଜିମ୍‌ ହେଉଛି ପ୍ରଜନନତା କ୍ଷେତ୍ରରେ ଏକ ସାଧାରଣ ଘଟଣା ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଦେଖାଯାଇଥାଏ। କମ୍‌ ଥାଇରଏଡ୍‌ ପ୍ରଭାବ ମହିଳାଙ୍କଠାରେ ପ୍ରଜନନ କ୍ଷେତ୍ରରେ ପ୍ରତ୍ୟକ୍ଷଭାବରେ ନକାରାମତ୍କ ରୂପେ ପ୍ରଭାବ ପକାଇପାରେ।
ଯେତେବେଳେ ଥାଇରଏଡ୍‌ ଗ୍ରନ୍ଥିରୁ ଯଥେଷ୍ଟ ପରିମାଣର ହର୍ମୋନ ଉପତ୍ନ୍ନ ହୋଇ ନ ଥାଏ ସେତେବେଳେ ଏହା ଓଭ୍ୟୁଲେଶନ ସମୟରେ ଡିମ୍ବାଶୟରୁ ଡିମ୍ବାଣୁର ନିଷ୍କାସନ ଏବଂ ପ୍ରଜନନତାକୁ ହ୍ରାସ କରାଇଥାଏ। ସାଧାରଣ ଲକ୍ଷଣ ଯାହାକି, ଆପଣଙ୍କର ହାଇପୋଥାଇରୋଡ଼ିଜିମ୍‌ ଗୁଡ଼ିକ ଅବସନ୍ନତା କିମ୍ବା ଶକ୍ତିର ଅଭାବ, ଶୁଖିଲା, ଖଦଡ଼ା ଚମଡ଼ା ଏବଂ କେଶ, ଥଣ୍ଡା ପାଣିପାଗରେ ସମ୍ବେଦନଶୀଳତା, ଅଧିକ କିମ୍ବା ଅନିୟମିତ ଋତୁସ୍ରାବ ଆଦିି ଦେଖାଯାଇଥାଏ । ପଫି ଟିସୁ, ଅବର୍ଣ୍ଣନୀୟ ଓଜନ ବୃଦ୍ଧି, ମାନସିକ ଅବସାଦ, ମାଂସପେଶୀରେ ଯନ୍ତ୍ରଣାଦାୟକ କୁଞ୍ଚନ, ମାଂସପେଶୀରେ ଯନ୍ତ୍ରଣା ଏବଂ ଟେଣ୍ଡରନେଓ, ସାଧାରଣ ହୃତସ୍ପନ୍ଦନ ହାରଠାରୁ କମ୍‌, କୋଷ୍ଠକାଠିନ୍ୟ, ବନ୍ଧ୍ୟାତ୍ୱ, ମାନସିକ ଆଳସ୍ୟ, ଗଳଗଣ୍ଡ ରୋଗ (ଥାଇରଏଡ୍‌ରେ ଅସନ୍ତୁଳନତା, ଆଡ଼ାମ ଆପଲର ତଳେ ଅବସ୍ଥିତ) ଏବଂ ଲିବିଡ଼ୋକୁ ହ୍ରାସ କରିଥାଏ ।
ଗର୍ଭାବସ୍ଥା ସମୟରେ କ’ଣ କରିବା ଆବଶ୍ୟକ: ଗର୍ଭାବସ୍ଥା ସମୟରେ ଥାଇରଏଡ୍‌ ଅନିୟମିତତା ହେଉଛି ଅତି ସାଧାରଣ ା ୨୫%ରୁ ଅଧିକ ମହିଳାମାନଙ୍କ କ୍ଷେତ୍ରରେ ୬ଷ୍ଠ ସପ୍ତାହ ସମୟରେ ହାଇପୋଥାଇରୋଡ଼ିଜିମ୍‌ ବୃଦ୍ଧି ପାଇଥାଏ । ପ୍ଲେସମେଣ୍ଟାଲ ଏବଂ ଫେଟାଲ ବୃଦ୍ଧି ପାଇଁ ଥାଇରଏଡ ହର୍ମୋନ୍‌ ନିର୍ଗମନ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗର୍ଭାବସ୍ଥା ସମୟରେ ମୁକ୍ତ ସ୍ତର ୫୦% ପର୍ଯ୍ୟନ୍ତ ବୃଦ୍ଧି ଆବଶ୍ୟକ କରିଥାଏ ା ଯେତେବେଳେ ମା’ର ଶରୀର ଆବଶ୍ୟକତା ଅନୁସାରେ ଯଥେଷ୍ଟ ପରିମାଣର ଗୋପନୀୟତାଭାବେ ହ୍ରାସ ପାଇଥାଏ, ଗର୍ଭପାତ, ସମୟ ପୂର୍ବରୁ ଶିଶୁ ଜନ୍ମ, କମ୍‌ ଓଜନ ବିଶିଷ୍ଟ ନବଜାତକ ଏବଂ ପ୍ରସବ ପରବର୍ତ୍ତୀ ଅସୁବିଧା ଆଶଙ୍କା ବୃଦ୍ଧି ପାଇଥାଏ ।
ଓଭାରିଆନ ଏବଂ ଥାଇରଏଡ୍‌ ହର୍ମୋନ ମଧ୍ୟରେ ଏକ ନକାରାମତ୍କ ପ୍ରଭାବ ରହିଛି, ଯାହାକି ଡିମ୍ବର ବିକାଶ ପାଇଁ ଆବଶ୍ୟକ ହୋଇଥାଏ ଏବଂ ଇଷ୍ଟ୍ରୋଜେନ୍‌ ଏବଂ ପ୍ରୋଜେଷ୍ଟେରୋନ୍‌ର ଉପତ୍ନ୍ନ ସମ୍ପର୍କିତ ହୋଇଥାଏ । ହାଇପୋଥାଲାମସ୍‌, ପିଟ୍ୟୁଟାରୀ, ଥାଇରଏଡ୍‌, ଓଭାରି ଏବଂ ଆଡ୍ରେନାଲସ – ଏହି ସମସ୍ତ ଗ୍ରନ୍ଥିଗୁଡ଼ିକ ନିଜ ନିଜ ଭିତରେ ଯୋଡ଼ି ହୋଇରହିଛି ଏକ ସ୍ପାଇଡ଼ର ୱେବ ସଦୃଶ । ଯେତେବେଳେ ୱେବର ଗୋଟିଏ ପାର୍ଶ୍ୱରେ ଅସନ୍ତୁଳନତା ଦେଖାଯାଇଥାଏ ଏହା ସେତେବେଳେ ଅନ୍ୟ ଗ୍ରନ୍ଥି ଏବଂ ସିଷ୍ଟମଗୁଡ଼ିକରେ ଥିବା ହର୍ମୋନ୍‌ ଉପରେ ପ୍ରଭାବ ପକାଇଥାଏ। ଗର୍ଭଧାରଣ ପୂର୍ବରୁ ଜଣେ ମହିଳା ହାଇପୋଥାଇରୋଡ଼ିଜିମ୍‌ ପରୀକ୍ଷା କରାଇନେବା ଉଚିତ୍‌। ହାଇପୋଥାଇରଏଡ୍‌ ସମସ୍ୟା ଥିବା ମହିଳାଙ୍କ ପାଇଁ ସେମାନଙ୍କ ଡିମ୍ବାଶୟର କମ୍‌ କାର୍ଯ୍ୟକଳାପ ପାଇଁ ଗର୍ଭସଞ୍ଚାର ହେବା ଅଧିକ ବିପଦପୂର୍ଣ୍ଣ । ଯେଉଁ ମହିଳାଙ୍କ ଥାଇରଏଡ୍‌ ଅନିୟମିତତା ରହିଥାଏ ସେମାନଙ୍କର ମାସିକ ଋତୁସ୍ରାବରେ ବିଭିନ୍ନ ପ୍ରକାର ଅସୁବିଧା ଯେପରିକି ଜୋରରେ ରକ୍ତସ୍ରାବ ହେବା ଏବଂ ଅନିୟମିତ ରୂପେ ଋତୁସ୍ରାବ ଦେଖାଯାଇଥାଏ ।।ଗର୍ଭାବସ୍ଥା ସମୟରେ ଥାଇରଏଡ୍‌ ହରମୋନ୍‌ ସ୍ତରକୁ ଅତିନିକଟରୁ ପରୀକ୍ଷଣ କରିବା ଅତ୍ୟନ୍ତ ଆବଶ୍ୟକ, ଯାହାକି ଏକ ସାଧାରଣ ନବଜାତକରେ ଉନ୍ନତି କରିବା ସହିତ ଗର୍ଭପାତର ଆଶଙ୍କାକୁ ହ୍ରାସ କରିଥାଏ ।
ହାଇପୋଥାଇରୋଡିଜିମର କାରଣ
ହାଇପୋଥାଇରୋଡିଜିମର ଏକ ସାଧାରଣ କାରଣ ହେଉଛି ଅଟୋଇମ୍ୟୁନି ରୋଗ କିମ୍ବା ଅନୁଚିତ୍‌ ମେଡିକେଶନ ଏବଂ ଲିଥିୟମର ବ୍ୟବହାର ା ହାଇପୋଥାଇରୋଡିଜିମ ବୃଦ୍ଧି ପରେ ମହିଳାମାନେ ଲିବିଡ଼ୋ, ଋତୁସ୍ରାବ ଜନିତ ଅନିୟମିତା ବୃଦ୍ଧି ପାଇବା ସହ ଗର୍ଭସଞ୍ଚାରରେ ମଧ୍ୟ ଅସୁବିଧା ଦେଖାଯାଇଥାଏ । ଗର୍ଭାବସ୍ଥା ସମୟରେ ଫେଟାଲ ବୃଦ୍ଧି ଏବଂ ଉନ୍ନତି ମାତୃତ୍ୱ ଥାଇରଏଡ୍‌ ହର୍ମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ଯାହାକି ପରବର୍ତ୍ତୀ ଗର୍ଭାବସ୍ଥା ସମୟରେ ଫେଟାଲ ଅଭିବୃଦ୍ଧି ଥାଇରଏଡ ହର୍ମୋନ ସହାୟତାରେ ହୋଇଥାଏ। ଥାଇରଏଡ୍‌ ପୋଷ୍ଟପର୍ଟମ ଦ୍ୱାରା ଉନ୍ନତି ଏବଂ ବୃଦ୍ଧି ବଳବତ୍ତର ରହିଥାଏ ।
ହାଇପୋ ଥାଇରୋଡିଜିମର ଚିକିତ୍ସା ପ୍ରଣାଳୀ: ପ୍ରଥମେ ନିଶାଦ୍ରବ୍ୟ ସେବନ କରୁଥିଲେ ତାହାକୁ ବର୍ଜନ କରନ୍ତୁ। କାରଣ ଏପରି ଅଭ୍ୟାସ ଥାଇରଏଡକୁ ନଷ୍ଟ କରିଦେଇପାରେ ଏବଂ କେତେକ ଉପସ୍ଥିତ ଥିବା ଥାଇରଏଡ ପରିସ୍ଥିତିକୁ ମଧ୍ୟ ଖରାପ କରିଦେଇପାରେ, ଯାହାକି ପରେ ହର୍ମୋନ ନିର୍ଗମନକୁ ବନ୍ଦ କରିଦେଇଥାଏ ।
ଏହା ହେଉଛି ବନ୍ଧ୍ୟାତ୍ୱ ପାଇଁ ଏକ ପ୍ରମୁଖ କାରଣ । ପରିମିତ ଆୟୋଡିନ ବ୍ୟବହାର କରନ୍ତୁ। ଯେତେବେଳେ ଆୟୋଡିନର କଥା ଆସିଥାଏ, ସଞ୍ଜମତା ବିଷୟରେ ଭାବନ୍ତୁ । ଚାପଠାରୁ ଦୂରେଇ ରୁହନ୍ତୁ। ପ୍ରଭାବଶାଳୀ ମାଇଣ୍ଡ ବଡ଼ି ଟେକ୍ନିକ୍‌ ବ୍ୟବହାର କରି ଚାପ ହ୍ରାସ କରିବା ଦ୍ୱାରା କେତେ ମାତ୍ରାରେ ଥାଇରଏଡ଼ ରୋଗଠାରୁ ଦୂରେଇ ରହିପାରିବେ । ଅଧିକ ମାତ୍ରାରେ ସୋୟାଠାରୁ ଦୂରେଇ ରୁହନ୍ତୁ । ଅଧିକ ସୋୟା ଆଇସୋଫ୍ଲେବନ ରୋଗ ବୃଦ୍ଧିର କାରଣ ହେବା ସହିତ ହାଇପୋଥାଇରୋଡିଜିମ, ଗଏଟରକୁ ବୃଦ୍ଧି କରିଥାଏ । କେତେକ ଡାକ୍ତରମାନେ ସୋୟା ସପ୍ଲିମେଣ୍ଟ ଏବଂ ପାଉଡ଼ରଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ଏବଂ ପ୍ରତ୍ୟେକ ଦିନ ଗୋଟିଏ ଛୋଟିଆ ମାତ୍ରାଠାରୁ ଅଧିକ ଗ୍ରହଣ କରିବା ଉଚିତ ନୁହେଁ ।
-ଆଇଭିଏଫ୍‌ ଏକ୍ସପର୍ଟ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri