ଇଣ୍ଡିଆ ଗେଟ୍‌ ସଦୃଶ ତୋରଣ ମୁଖ୍ୟ ଆକର୍ଷଣ

ସୋନପୁର,୨୭।୯(ନି.ପ୍ର.): ସୁବର୍ଣ୍ଣପୁର ସହର ଟିକିରିପଡାରେ ୫୫ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳନ କରାଯିବ। ଏଥିପାଇଁ ପୂଜା କମିଟି କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିବର୍ଷ ନୂଆ ଢଙ୍ଗରେ ପୂଜା ପାଳନ କରି ଆସୁଥିବା ଟିକିରିପଡା ପୂଜା କମିଟି ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତୋରଣର ମୁଖ୍ୟ ଗେଟ୍‌କୁ ଇଣ୍ଡିଆ ଗେଟ୍‌ ସଦୃଶ ନିର୍ମାଣ କରୁଛି। ସୁନ୍ଦର ମୂର୍ତ୍ତି ନିର୍ମାଣ ସହିତ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଯୋଜନା କରିଛି। ଅକ୍ଟୋବର ୨ତାରିଖ ସପ୍ତମୀ ପୂଜାଠାରୁ ୫ ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ ଦୁର୍ଗାଙ୍କ ପୂଜା କରାଯିବ। ୬ ତାରିଖ ସନ୍ଧ୍ୟାରେ ଆୟୋଜିତ ଅର୍କେଷ୍ଟ୍ରାରେ ଟି.ସୌରୀ ଓ ଅମ୍ରିତା ନାୟକ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ୮ ତାରିଖ ଶନିବାର ସନ୍ଧ୍ୟାରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରାଯିବ। ଗଙ୍ଗାଧର ମେହେର ଛକରେ ଲାଇଟ ଶୋ ପ୍ରଦର୍ଶନ ହେବ। ମା’ଙ୍କ ଭସାଣି ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସମ୍ବଲପୁରୀ ମେଲୋଡି, ପଞ୍ଜାବି ବାଜା, ସାନ୍ତାଳୀ ନୃତ୍ୟ ଦଳ, ହରିଆଣାର ଶିବ ତାଣ୍ଡବ ନୃତ୍ୟ ଓ କାଳୀ ମାତା ନୃତ୍ୟ ଏବଂ ସମ୍ବଲପୁରର ଘଣ୍ଟବାଦ୍ୟ ପରିବେଷଣ କରାଯିବ ବୋଲି ପୂଜା କମିଟି ସଭାପତି ପ୍ରାଣବନ୍ଧୁ ବାରିକ, ସମ୍ପାଦକ ନରସିଂହ ସେଠୀ, କୋଷାଧ୍ୟକ୍ଷ ସଞ୍ଜିବ ମଲ୍ଳିକ, ସଭ୍ୟ ପ୍ରଦୀପ ସେଠୀ, ସୂର୍ଯ୍ୟନାରାୟଣ ବାଗ, ଛନ୍ଦା ଚରଣ ମିଶ୍ର, ବାବୁଲୁ ଦଣ୍ଡସେନା, ବିପ୍ର ଦାଶ ଓ ଓ ଦୀନବନ୍ଧୁ ବଢେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୨ଲକ୍ଷ ଟଙ୍କାର ବଜେଟ ରଖାଯାିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା ସହିତ ପୂଜା କମିଟି ପକ୍ଷରୁ ସମାଜସେବାମୂଳକ କାର୍ଯ୍ୟ କରାଯାଇଥାଏ। ଏହିକ୍ରମରେ ଗତ ଶନିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସନ୍ଧ୍ୟାରେ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩ ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା...

ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା...

ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର

ଫୁଲବାଣୀ ଅଫିସ,୧ା୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ସ୍କୁଲରେ ବୁଧବାର ଅଘଟଣ ଘଟିଛି। ଜଣେ ଛାତ୍ର ଆଣିଥିବା ବିସ୍ଫୋରକ ବିସ୍ଫୋରଣ...

ଛତ୍ରପୁରରେ ଶଟ୍‌ଡାଉନର ପଞ୍ଚମ ଦିନ: ନିୟମରେ ଖିଲାପ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟଡାଉନ ଜାରି ରହିଛି। ଶନିବାର ଶଟଡାଉନର ପଞ୍ଚମ ଦିନରେ ପୋଲିସ ଓ ପ୍ରଶାସନ ପକ୍ଷରୁ...

ଶ୍ରମିକ ବଦଳରେ ମେଶିନ

ବଇଣ୍ଡା, ୨।୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଶ୍ରମଜୀବୀଙ୍କୁ କର୍ମ ନିୟୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)।...

ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ...

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ...

ଆଉଟ୍‌ସୋର୍ସିଂ ପ୍ରତିବାଦରେ ଧାରଣା

ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍‌ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ...

Advertisement
Archives

Model This Week