ରାଜ୍ୟରେ ପୁଣି ୫୫୦ କରୋନା ପଜିଟିଭ ଚିହ୍ନଟ; ଆଖି ବୁଜିଲେ ୧୨

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ନୂଆ ୫୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ …ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରାଣ୍ଟାଇନରୁ ଚିହ୍ନଯ ହୋଇଥିବା ବେଳେ ୨୩୩ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭୭୮୯ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ସର୍ବାଧିକ ୫୩ ଜଣ ରହିଛନ୍ତି। ସେହିପରି ବାଲେଶ୍ୱର ୨୧, ବରଗଡ଼ ୨୫ , ଭଦ୍ରକ ୫, ବଲାଙ୍ଗୀର ୨୧, ବୌଦ୍ଧ ୨, କଟକ ୩୫, ଦେବଗଡ଼ ୭, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତ୍‌ସିଂହପୁର ୧୯, ଯାଜପୁର ୧୯ , ଝାରସୁଗୁଡ଼ା ୨୫, କଳାହାଣ୍ଡି ୧୯ , କେନ୍ଦ୍ରାପଡ଼ା ୧୬, କେନ୍ଦୁଝର ୧୩, ଖୋର୍ଦ୍ଧା ୪୯, କୋରାପୁଟ ୨, ମାଲକାନଗିରି ୩, ମୟୂରଭଞ୍ଜ ୪୦, ନବରଙ୍ଗପୁର ୮ , ନୟାଗଡ଼ ୨, ନୂଆପଡ଼ା ୩୧, ପୁରୀ ୨୬, ରାୟଗଡ଼ା ୨, ସମ୍ବଲପୁର ୩୭ ସୋନପୁର ୩, ସୁନ୍ଦରଗଡ଼ ୪୭ ଏବଂ ଷ୍ଟେଟ ପୋଲରୁ ୧୧ଜଣ ରହିଛନ୍ତି।
ସେହିପରି ରାଜ୍ୟରେ ଶନିବାର ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୦ରେ ପହଞ୍ଚିଛି।
ଏହି ୧୨ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ କେବଳ ୪ ଜଣ ରହିଛନ୍ତି। ସେହିପରି ଭୁବନେଶ୍ୱରର ୩ ଜଣ ଥିବା ବେଳେ ଅନୁଗୋଳର ୨ ଜଣ ଅଛନ୍ତି। ବାଲେଶ୍ୱର, ଢେଙ୍କାନାଳ ଓ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି।