ବଦଳିବ ୫୫ ବର୍ଷର ପୁରୁଣା ବିଦ୍ୟୁତ୍‌ ତାର, ଶଙ୍ଖ, ଖୁଣ୍ଟ

ମହାକାଳପଡ଼ା, ୨୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌କୁ ୧୯୭୧ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ମାର୍ଶାଘାଇ କେନାଲ ବ୍ରିଜ୍‌ଠାରୁ ମହାକାଳପଡ଼ା-ଛପାଲି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ୫୫ ବର୍ଷ ମଧ୍ୟରେ ବହୁ ଝଡ଼ତୋଫାନ ସହି ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସରବରାହ ହେଉଥିଲା। ହେଲେ ସେଦିନର ପୁରୁଣା ତାର, ଶଙ୍ଖ, ଖୁଣ୍ଟ ଦୁର୍ବଳହେବା ଯୋଗୁ ବଜ୍ରପାତ, ବର୍ଷା, ପବନ ହେଲେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଉଛି। ଫଳରେ ଅଞ୍ଚଳରେ ବିଦ୍ୟୁତ୍‌ ଗ୍ରାହକମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ମହାକାଳପଡ଼ା ଅଞ୍ଚଳର ଲୋକେ ସ୍ଥାନୀୟ ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକମାନଙ୍କ ସ୍ବାର୍ଥଦୃଷ୍ଟିରୁ ୧ ସପ୍ତାହ ପୂର୍ବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଧାୟକ ନାୟକ ଆଲୋଚନା କରିଥିଲେ। ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା କର୍ମକର୍ତ୍ତା ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ରାସ୍ତା ବ୍ରିଜ୍‌ଠାରୁ ଉଚ୍ଚ କ୍ଷମତାସମ୍ପନ୍ନ ନୂଆ ଖୁଣ୍ଟ, ତାର, ଶଙ୍ଖ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ପୂର୍ବଭଳି ବିଦ୍ୟୁତ୍‌ ସମସ୍ୟା ହଟିବ ବୋଲି ସ୍ଥାନୀୟ ବିଦ୍ୟୁତ୍‌ ଗ୍ରାହକ ଓ ବୁଦ୍ଧିଜୀବୀ କହିଛନ୍ତି। ପୂର୍ବ ଅପେକ୍ଷା ସବୁ କ୍ଷେତ୍ରରେ ବିଦ୍ୟୁତ୍‌ର ଚାହିଦା ବୃଦ୍ଧି ପାଇଛି। ଏଥିପାଇଁ ଅତ୍ୟଧିକ ବିଦ୍ୟୁତ୍‌ ଯୋଗାଣରେ ଲୋଡ୍‌ ପଡ଼ିବା, ବଜ୍ରପାତ, ଝଡ଼ତୋଫାନ, ବର୍ଷା ଯୋଗୁ ବିଭିନ୍ନ ସମୟରେ ସରବରାହ ବିଚ୍ଛିନ୍ନ ହେଉଥିଲା। ଅପରପକ୍ଷରେ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣରେ ବିକଳ୍ପ ଭାବେ ପଟ୍ଟାମୁଣ୍ଡାଇ ଗ୍ରୀଡ୍‌ରୁ ଭାୟା ଉତିକଣ, ବାବର ମହାକାଳପଡ଼ାକୁ ସଂଯୋଗ କରାଯିବାର ବ୍ୟବସ୍ଥା ୭୦ ରୁ ୮୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ଜମି ଅଧିଗ୍ରହଣ ସମସ୍ୟା ସମାଧାନ ପାଇଁ ବିଦ୍ୟୁତ୍‌ ବିଭାଗ ଆଲୋଚନା ଜାରି ରଖିଛି। ବର୍ଷାଦିନ ପରେ ସଂଯୋଗ କରାଯିବାର ବ୍ୟବସ୍ଥା ହେବ। ଏହି ନୂଆ ବିଦ୍ୟୁତ୍‌ ଖୁଣ୍ଟ ମହାକାଳପଡ଼ା କିଆରବାଙ୍କ ସବ୍‌ ଡିଭିଜନ ଗ୍ରୀଡ୍‌କୁ ସଂଯୋଗ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri