ବଦଳିବ ୫୫ ବର୍ଷର ପୁରୁଣା ବିଦ୍ୟୁତ୍‌ ତାର, ଶଙ୍ଖ, ଖୁଣ୍ଟ

ମହାକାଳପଡ଼ା, ୨୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌କୁ ୧୯୭୧ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ମାର୍ଶାଘାଇ କେନାଲ ବ୍ରିଜ୍‌ଠାରୁ ମହାକାଳପଡ଼ା-ଛପାଲି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ୫୫ ବର୍ଷ ମଧ୍ୟରେ ବହୁ ଝଡ଼ତୋଫାନ ସହି ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସରବରାହ ହେଉଥିଲା। ହେଲେ ସେଦିନର ପୁରୁଣା ତାର, ଶଙ୍ଖ, ଖୁଣ୍ଟ ଦୁର୍ବଳହେବା ଯୋଗୁ ବଜ୍ରପାତ, ବର୍ଷା, ପବନ ହେଲେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଉଛି। ଫଳରେ ଅଞ୍ଚଳରେ ବିଦ୍ୟୁତ୍‌ ଗ୍ରାହକମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ମହାକାଳପଡ଼ା ଅଞ୍ଚଳର ଲୋକେ ସ୍ଥାନୀୟ ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକମାନଙ୍କ ସ୍ବାର୍ଥଦୃଷ୍ଟିରୁ ୧ ସପ୍ତାହ ପୂର୍ବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଧାୟକ ନାୟକ ଆଲୋଚନା କରିଥିଲେ। ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା କର୍ମକର୍ତ୍ତା ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ରାସ୍ତା ବ୍ରିଜ୍‌ଠାରୁ ଉଚ୍ଚ କ୍ଷମତାସମ୍ପନ୍ନ ନୂଆ ଖୁଣ୍ଟ, ତାର, ଶଙ୍ଖ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ପୂର୍ବଭଳି ବିଦ୍ୟୁତ୍‌ ସମସ୍ୟା ହଟିବ ବୋଲି ସ୍ଥାନୀୟ ବିଦ୍ୟୁତ୍‌ ଗ୍ରାହକ ଓ ବୁଦ୍ଧିଜୀବୀ କହିଛନ୍ତି। ପୂର୍ବ ଅପେକ୍ଷା ସବୁ କ୍ଷେତ୍ରରେ ବିଦ୍ୟୁତ୍‌ର ଚାହିଦା ବୃଦ୍ଧି ପାଇଛି। ଏଥିପାଇଁ ଅତ୍ୟଧିକ ବିଦ୍ୟୁତ୍‌ ଯୋଗାଣରେ ଲୋଡ୍‌ ପଡ଼ିବା, ବଜ୍ରପାତ, ଝଡ଼ତୋଫାନ, ବର୍ଷା ଯୋଗୁ ବିଭିନ୍ନ ସମୟରେ ସରବରାହ ବିଚ୍ଛିନ୍ନ ହେଉଥିଲା। ଅପରପକ୍ଷରେ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣରେ ବିକଳ୍ପ ଭାବେ ପଟ୍ଟାମୁଣ୍ଡାଇ ଗ୍ରୀଡ୍‌ରୁ ଭାୟା ଉତିକଣ, ବାବର ମହାକାଳପଡ଼ାକୁ ସଂଯୋଗ କରାଯିବାର ବ୍ୟବସ୍ଥା ୭୦ ରୁ ୮୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ଜମି ଅଧିଗ୍ରହଣ ସମସ୍ୟା ସମାଧାନ ପାଇଁ ବିଦ୍ୟୁତ୍‌ ବିଭାଗ ଆଲୋଚନା ଜାରି ରଖିଛି। ବର୍ଷାଦିନ ପରେ ସଂଯୋଗ କରାଯିବାର ବ୍ୟବସ୍ଥା ହେବ। ଏହି ନୂଆ ବିଦ୍ୟୁତ୍‌ ଖୁଣ୍ଟ ମହାକାଳପଡ଼ା କିଆରବାଙ୍କ ସବ୍‌ ଡିଭିଜନ ଗ୍ରୀଡ୍‌କୁ ସଂଯୋଗ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri