ରାଜ୍ୟରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ଶନିବାର ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୬୭୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲାରୁ ସର୍ବାଧିକ ୧୦ ଥିବା ବେଳେ ବାଲେଶ୍ୱରରୁ ୭, ବରଗଡ଼ରୁ ୧, ଭଦ୍ରକରୁ ୧, କଟକରୁ ୩, ଦେବଗଡ଼ରୁ ୧, ଢେଙ୍କାନାଳ ୧, ଯାଜପୁରର ୫, ଝାରସୁଗୁଡ଼ାରୁ ୨, ଖୋର୍ଦ୍ଧାରୁ ୬, ମୟୂରଭଞ୍ଜରୁ ୩ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ପୁରୀରୁ ୨, ରାୟଗଡ଼ାରୁ ୨, ସୁବର୍ଣ୍ଣପୁରରୁ ୧ , ସୁନ୍ଦରଗଡ଼ରୁ ୭ ଆକ୍ରାନ୍ତ ଅଛନ୍ତି।