ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫,୩୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୫,୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୩୪,୩୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୧ ଏବଂ କଟକରୁ ୩୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୯୧, ବାଲେଶ୍ୱର ୧୬୮, କଳାହାଣ୍ଡି ୧୬୫, ସମ୍ବଲପୁର ୧୬୪, ମୟୂରଭଞ୍ଜ ୧୫୨, ବରଗଡ଼ ୧୩୪, ନୟାଗଡ଼ ୧୧୦, ଭଦ୍ରକ ୧୦୬, ପୁରୀ ୯୩, ଜଗତସିଂହପୁର ୮୯, ନବରଙ୍ଗପୁର ୮୭, ଦେବଗଡ଼ ୮୨, ବୌଦ୍ଧ ୭୫, କେନ୍ଦ୍ରାପଡ଼ା ୭୩, ଗଜପତି ୪୦,ମାଲକାନଗିରି ୩୭, ଢେଙ୍କାନାଳରୁ ୩୩ ଏବଂ ରାୟଗଡ଼ରୁ ୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୨୬୪।