କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୫୩୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗୁରୁବାର ରାଜ୍ୟରୁ ୫୩୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୩୦୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୨୩ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୫ ଏବଂ ସମ୍ବଲପୁରରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୧୦, ବରଗଡ଼ ୧୯, ଭଦ୍ରକ ୧, ବଲାଙ୍ଗୀର ୨୮, ବୌଦ୍ଧ ୩୪, କଟକ ୧୪, ଦେବଗଡ଼ ୪, ଢେଙ୍କାନାଳ ୧, ଗଜପତି ୮, ଜଗତସିଂହପୁର ୩, ଯାଜପୁର ୧୩, ଝାରସୁଗୁଡ଼ା ୫, କଳାହାଣ୍ଡି ୭, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୭, କୋରାପୁଟ ୧୦, ମୟୂରଭଞ୍ଜ ୨୧, ନବରଙ୍ଗପୁର ୮, ନୟାଗଡ଼ ୧୭, ପୁରୀ ୪, ରାୟଗଡ଼ାରୁ ୮ ଏବଂ ସୋନପୁରର ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୧୯୭ରେ ପହଞ୍ଚିଥିବା ବେଳେ ୧୩,୦୭,୩୦୪ ଜଣ ସୁସ୍ଥ ହୋଇଛନ୍ତି। ୪୬୮୭ ଜଣ ଚିକିିତ୍ସିତ ହେଉଛନ୍ତି।