୫ଟା ୩୦

ନାରୀ ସଶକ୍ତୀକରଣ ବିଷୟରେ ମହାତ୍ମା ଗାନ୍ଧୀ ଏକଦା କହିଥିଲେ-ଯେଉଁଦିନ ଜଣେ ମହିଳା ରାତିରେ ରାସ୍ତାରେ ମୁକ୍ତ ଭାବେ ଚାଲିପାରିବେ, ସେହିଦିନ ଆମେ କହିପାରିବୁ ଯେ ଭାରତ ସ୍ବାଧୀନତା ହାସଲ କରିଛି। ମହାତ୍ମାଙ୍କ ବାଣୀରୁ ଖିଅ ଧରି ଆଲୋଚନା କଲେ କୁହାଯାଇପାରେ ଯେ, ସାମାଜିକ ବ୍ୟବସ୍ଥା ଓ ପ୍ରତ୍ୟେକ ପୁରୁଷଙ୍କ ମାନସିକତାରେ ନାରୀମାନଙ୍କ ପାଇଁ ଏକ ସମ୍ମାନବୋଧ ଦେଖାଦେଲେ ଯାଇ ପରିବର୍ତ୍ତନ ଆସିପାରିବ। ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡ଼ା ଆଇନ ଥିଲେ ମଧ୍ୟ ଅପରାଧ ଘଟିଚାଲିଛି। ଯଦି ଏହାର ମୂଳକୁ ଯାଇ ଚିନ୍ତା କରିବା ତେବେ ଭିନ୍ନ ଭିନ୍ନ ଦିଗକୁ ଦେଖିବା। ନାରୀ ତା’ର ସୁରକ୍ଷା ପାଇଁ ସ୍ବାଧୀନତାକୁ ବଳି ଦେଉଛି। ଉଦାହରଣ ଭାବେ ଦେଖିଲେ ଝିଅଟିଏ ପଢ଼ିବା ପାଇଁ ବାହାରକୁ ବାହାରିଲେ ବିଭିନ୍ନ ପ୍ରକାର କଟକଣାର ସମ୍ମୁଖୀନ ହୋଇଥାଏ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଦେଇ କର୍ମକ୍ଷେତ୍ରକୁ ଯିବା ଯାଏ ପିଲାଟି ବେଳୁ ଯେଉଁ ମାନସିକତା ଦେଇ ଝିଅଟି ବଢ଼ି ଆସିଥାଏ, ସେଥିରେ ସହଜରେ ଉନ୍ନତି ଆସିପାରି ନ ଥାଏ। ଭାରତୀୟ ମାନସିକତାରେ ଏସବୁକୁ ସାଧାରଣ ଆଚରଣ ଭାବେ ଧରିନିଆଯାଇଥିବାରୁ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ମନେରଖିବାକୁ ହେବ ଯେ ଏହି ମାଟିର ଇତିହାସ ଦେଖିଲେ ମହିଳାମାନଙ୍କ ପାଇଁ ପରଦା କିମ୍ବା ଅନ୍ୟ କୌଣସି ମୁହଁ ଲୁଚାଇବା ବ୍ୟବସ୍ଥା କରାଯାଇ ନ ଥିଲା। ମୁସଲମାନ ଆକ୍ରମଣ ପରେ ଘୁଁଘଟ ଭଳି ଲମ୍ବା ଓଢ଼ଣି ଉତ୍ତର ଭାରତରେ ପ୍ରବେଶ କଲା। ସେହି ସମୟ ପରେ, କ୍ରମଶଃ ସମଗ୍ର ଉପମହାଦେଶରେ ଏହି ପଶ୍ଚାତପଦ ମାନସିକତା ଜୋର ଧରିଲା।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପରେ ବୁଲିପାରିବେ ନାହିଁ ବୋଲି ୧୭ ଜୁଲାଇରେ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବଙ୍କ ପକ୍ଷରୁ ଏଭଳି ଏକ କଟକଣା ଜାରି କରାଯାଇଥିଲା। ବିଶ୍ୱବିଦ୍ୟାଳୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୧୮ ଜୁଲାଇରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ। ବିଭିନ୍ନ ମହଲ ଓ ଗଣମାଧ୍ୟମରେ ଏହି ନିର୍ଦ୍ଦେଶନାମାକୁ ମହିଳା ବିରୋଧୀ ମାନସିକତା ବୋଲି କୁହାଯାଇ ଘୋର ସମାଲୋଚନା ହେବା ପରେ କଟକଣା ଜାରିର ଘଣ୍ଟାଏ ପରେ ତାହାକୁ ପ୍ରତ୍ୟାହାର କରିନିଆଗଲା। ପ୍ରତ୍ୟାହାର ସିନା କରିନିଆଗଲା, କିନ୍ତୁ ତାହା ଏକ ବିକୃତ ମାନସିକତାକୁ ପଦାରେ ପକାଇଲା। ତାଲିବାନ ଚିନ୍ତାଧାରା ଭଳି ଏହି ନିଷ୍ପତ୍ତି ଦର୍ଶାଇଲା ଯେ କର୍ତ୍ତୃପକ୍ଷ ଓ ସମାଜ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ବିଫଳ ବୋଲି ସ୍ବୀକାର କରିବା ସହିତ ଝିଅମାନଙ୍କୁ ଘରକୁ ପଠାଇଦେଇ ନିଜ ଦାୟିତ୍ୱରୁ ଓହରିଗଲେ। ଏଭଳି ଚିନ୍ତାଧାରା ମହିଳାମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇଦେବ। ଉଦାହରଣ ସ୍ବରୂପ ଏକ ବିଶ୍ୱବିଦ୍ୟାଳୟରେ ଅନେକ ଗବେଷଣା ଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ମହିଳା ଅଧ୍ୟାପକ, ପ୍ରଫେସର ଡେରି ପର୍ଯ୍ୟନ୍ତ ରହି କାମ କରିଥାନ୍ତି। ସନ୍ଧ୍ୟା ସାଢ଼େ ୫ଟାରେ ଅର୍ଥାତ୍‌ ସୂର୍ଯ୍ୟାସ୍ତ ପୂର୍ବରୁ ଝିଅ ଓ ମହିଳା କର୍ମଚାରୀମାନଙ୍କୁ ବିଦା କରିଦେବାର ମାନସିକତା ସେହି ପୁରୁଣା ମୁସଲମାନ ସମ୍ପ୍ରଦାୟର ପରଦା ବ୍ୟବସ୍ଥାକୁ ପୁନର୍ଜୀବିତ କରାଇବ। ସମ୍ଭବତଃ ଆଉ କିଛି ସମୟ ବିତିଗଲା ପରେ ଝିଅମାନଙ୍କୁ ବୁର୍ଖା ପିନ୍ଧାଇ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାର ବ୍ୟବସ୍ଥା ଆମ ହିନ୍ଦୁତ୍ୱ ଶାସକମାନେ ପ୍ରଚଳନ କରାଇପାରନ୍ତି। ତା’ର ଏକମାତ୍ର କାରଣ ହେଉଛି ପ୍ରଶାସନିକ ଦକ୍ଷତା ଅଭାବରୁ ଏଭଳି ବିକଟାଳ ଚିନ୍ତାଧାରା ଜନ୍ମ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri