ଶାନ୍ତି ପ୍ରୟାସର ଆହ୍ବାନ

ଚେତନତା ଅଭାବରୁ କୋର୍ଟ କଚେରି, ଥାନାର ଭୟ ଦେଖାଇ କିଛି ଖଳପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ଭୟଭୀତ କରନ୍ତି ଏବଂ ପରେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼ାଇବା ନୀତିରେ ମଧ୍ୟସ୍ଥି ହୋଇ ସେମାନଙ୍କର ସର୍ବସ୍ବ ଲୁଟନ୍ତି। ଫଳରେ ସବୁଦିନ ପାଇଁ ସେମାନେ ଭୟରେ ସେମାନଙ୍କ ପାଦତଳେ ରହିଥା’ନ୍ତି ଏବଂ କାଳକ୍ରମେ ସେହିପରି ନୀଚ ବ୍ୟକ୍ତିମାନେ ଅର୍ଥ ଓ ବାହୁବଳରେ ବଳୀୟାନ୍‌ ହୋଇ ରାଜନୀତିରେ ପ୍ରବେଶ କରି ଚଞ୍ଚକତାର ସହିତ ସବୁଦିନ ପାଇଁ ନେତା ଭାବରେ ନିଜକୁ ଉପସ୍ଥାପିତ କରି ଅୟସ କରନ୍ତି, ଯାହା ଏବେ ବି ଭାରତରେ ଭିନ୍ନ ରୂପରେ ବିଦ୍ୟମାନ ଏବଂ ତା’ର ବିକଶିତ ରୂପ ସାରା ବିଶ୍ୱରେ ମହାମାରୀ ଭଳି ମାଡ଼ିଚାଲିଛି, ଯାହା ବିଚାରଯୋଗ୍ୟ।
ଯେତେବେଳେ ଦେଶ-ଦେଶ ଭିତରେ ବିବାଦ ଉପୁଜେ, ସେତେବେଳେ କିଛି ଦେଶର ରାଜନେତା ନିଜର ବାହାଦୁରି ଦେଖାଇ ପ୍ରଚାର କରନ୍ତି ଯେପରି ମୋ ମଧ୍ୟସ୍ଥି ଯୋଗୁ ସେମାନେ ଯୁଦ୍ଧ ନ କରି ନିଜ ଭିତରେ ମିଳାମିଶା କରିଦେଲେ,ତେଣୁ ମୁଁ ବହୁତ କରିତ୍‌କର୍ମା। ଉଦାହରଣ ସ୍ବରୂପ, ଜୁନ୍‌ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ନିଜର ମଧ୍ୟସ୍ଥତାକୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଥିଲେ, ମାତ୍ର ଭାରତର ସ୍ପଷ୍ଟ ବାର୍ତ୍ତା ଥିଲା ଯେ, ‘ଏହି ଯୁଦ୍ଧବିରତି ୧୯୭୨ ସିମ୍‌ଲା ଚୁକ୍ତିନାମା ଅନୁସାରେ ସିଧାସଳଖ ସାମରିକ ବୁଝାମଣା ଦ୍ୱାରା ହୋଇଥିଲା, ଭାରତ କେବେ ବି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ଗ୍ରହଣ କରିନାହିଁ ବା କରିବ ନାହିଁ।’ ଏହାପରେ ଟ୍ରମ୍ପ୍‌ଙ୍କ ମିଛ ଘୋଷଣା ଧରାପଡ଼ିଥିଲା ଏବଂ ସେ ନିଜର ବକ୍ତବ୍ୟ ବଦଳାଇଥିଲେ। ଆଜିକାଲି ସମାନ ଧରଣର କାର୍ଯ୍ୟ ସାରା ବିଶ୍ୱରେ କିଛି ରାଷ୍ଟ୍ରମୁଖ୍ୟ କରିଆସୁଛନ୍ତି, ଫଳରେ ଭବିଷ୍ୟତରେ ଦେଶ-ଦେଶ ମଧ୍ୟରେ ଅବିଶ୍ୱାସ ଓ ହିଂସାର ବାତାବରଣ ସୃଷ୍ଟି ହେବ, ଏହା ନିଃସନ୍ଦେହ। ବର୍ତ୍ତମାନର ଇରାନ୍‌-ଇସ୍ରାଏଲ୍‌, ଇସ୍ରାଏଲ୍‌-ହମାସ୍‌, ରୁଷ୍‌-ୟୁକ୍ରେନ୍‌ ଏବଂ ଭାରତ-ପାକିସ୍ତାନ ଭଳି ଯୁଦ୍ଧ ଦ୍ୱାରା ବିଶ୍ୱରେ ବିଶ୍ୱସନୀୟତା ଓ ସାର୍ବଜନୀନ ଭାବରେ ଗୃହୀତ ମଧ୍ୟସ୍ଥତାକାରୀଙ୍କ ସମ୍ପୂର୍ଣ୍ଣ ଅଭାବ ପରିଲକ୍ଷିତ ହୁଏ ଏବଂ ମିଳିତ ଜାତିସଂଘ ବୋଲି ଗୋଟିଏ ବିଶ୍ୱ ସଂଗଠନ ଥିବାପରି ମନେହୁଏ ନାହିଁ, ଯାହାର ଫଳସ୍ବରୂପ ଲକ୍ଷଲକ୍ଷ ନିରୀହ ଜନତା ଯୁଦ୍ଧ ଦ୍ୱାରା ପ୍ରାଣ ହରାଉଛନ୍ତି।
ଇତିହାସର ୧୯୭୦ ଦଶକକୁ ଫେରିଯିବା। ଶୀତଳ ଯୁଦ୍ଧ ସମୟରେ ସୋଭିଏଟ୍‌ ୟୁନିୟନକୁ ରୋକିବା ପାଇଁ ମାଓ ଜେ ଡୋଙ୍ଗଙ୍କ ସହ ହେନ୍‌ରି କିସିଞ୍ଜରଙ୍କ ଗୁପ୍ତ କୂଟନୀତି ବିଶ୍ୱସନୀୟ କାର୍ଯ୍ୟ କରିଥିଲା ଓ ବିଶ୍ୱ ମେଣ୍ଟକୁ ପୁନଃ ଆକୃତି ଦେବା ପାଇଁ ବାସ୍ତବବାଦୀ ରାଜନୀତି ବ୍ୟବହାର କରିଥିଲେ। ସେହିପରି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ ଡି. ରୁଜ୍‌ଭେଲ୍ଟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୁଖ୍ୟ ନେତୃତ୍ୱ ଦେଇଥିଲେ। ଯୁଦ୍ଧ ପରେ ବ୍ରିଟେନ୍‌ର ଚର୍ଚ୍ଚିଲ ଏବଂ ସୋଭିଏଟ୍‌ ୟୁନିଅନର ଷ୍ଟାଲିନ୍‌ଙ୍କ ସହ ମିଶି ମିଳିତ ଜାତିସଂଘ ଗଠନର ପ୍ରମୁଖ ପ୍ରବନ୍ଧକ ଥିଲେ। ଯାହା ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଯୁଦ୍ଧ ରୋକିବା ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଗଠିତ ହୋଇଥିଲା। ଏହାଥିଲା ପ୍ରକୃତ ରାଜନୈତିକ ବ୍ୟକ୍ତିଙ୍କ ସମାଜର ମଙ୍ଗଳ ପାଇଁ ସୁସ୍ଥ ଆଚାର ଓ ବିଚାର। ସେହିପରି ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର, ୧୯୭୮ ମସିହାରେ କ୍ୟାମ୍ପ୍‌ ଡେଭିଡ୍‌ ଚୁକ୍ତିନାମାରେ ମଧ୍ୟସ୍ଥତା କରିଥିଲେ, ଯାହା ଦ୍ୱାରା ଇସ୍ରାଏଲ ଓ ମିଶର ମଧ୍ୟରେ ଏକ ଐତିହାସିକ ଶାନ୍ତିଚୁକ୍ତି ହେଇଥିଲା।
୨୦୨୫ ମଧ୍ୟଭାଗରେ ବିକାଶୋନ୍ମୁଖୀ ବିଶ୍ୱରେ ଇସ୍ରାଏଲ ଏବଂ ଇରାନ୍‌ ପରସ୍ପରକୁ କ୍ଷେପଣାସ୍ତ୍ର ବିନିମୟ କରୁଛନ୍ତି, ଟ୍ରମ୍ପ୍‌ ନିଆଁରେ ଘିଅ ଢାଳି ନିଜର ସ୍ବାର୍ଥ ହାସଲ ଲାଗି ଇରାନ୍‌ ଉପରେ ବଙ୍କର ବିଧ୍ୱଂସୀ ବୋମା ପକାଇ ଇରାନ୍‌କୁ ନଷ୍ଟ କରିଚାଲିଛନ୍ତି ଯେପରି କିଛି ବର୍ଷ ପୂର୍ବେ ଇରାକ ଶିକାର ହୋଇଥିଲା। ଫଳରେ ବିଖଣ୍ଡିତ ବିଶ୍ୱକୁ ସୁଯୋଗବାଦୀ ମଧ୍ୟସ୍ଥତା ସମ୍ପୂର୍ଣ୍ଣ ବିଫଳ ଏବଂ ଶାନ୍ତି ସ୍ଥାପନକାରୀଙ୍କ ଅଭାବ ଯୋଗୁଁ ସମାଧାନ ସୂତ୍ର ବହୁ ଦୂରରେ। ଅନେକ ରାଷ୍ଟ୍ର ଧର୍ମ ନାମରେ ମାନବ ବିଧ୍ୱଂସକାରୀ ଅସ୍ତ୍ର ଓ ସଙ୍ଗଠନକୁ ପ୍ରସ୍ତୁତ କରି ମାନବ ସଭ୍ୟତାକୁ ନଷ୍ଟ କରିବାକୁ ବ୍ୟସ୍ତ। ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଉତ୍ତେଜନା ରହୁଛି। କିସିଞ୍ଜରଙ୍କ ଶଟଲ କୂଟନୀତି ଓ ଅନୱର ସାହ ଏବଂ ମେନାଚେମ ବେଗିନଙ୍କ ମଧ୍ୟରେ ବହୁଦିନର ଶାନ୍ତି ମିଳାମିଶା ଆଜିର ତଥାକଥିତ ଶାନ୍ତି ସ୍ଥାପନକାରୀମାନଙ୍କ ଛଦ୍ମବେଶର ଡିଲ୍‌ ମେକର ଭାବରେ ବହୁଦୂରରେ। ସର୍ବିଆ-କୋସୋଭୋର ବିଭେଦ ମଧ୍ୟରେ ଟ୍ରମ୍ପ୍‌ଙ୍କ ଛଦ୍ମବେଶୀ ମଧ୍ୟସ୍ଥତା ଏକ କାଚଘର ପରି ଗୋଟିଏ ସପ୍ତାହ ଭିତରେ ଭାଙ୍ଗି ପଡ଼ିଥିଲାଏବଂ ରୁଷର ଭ୍ଲାଦିମିର ପୁଟିନଙ୍କ ମସ-ଗା-ତେହେରାନ ଚୁକ୍ତି ତାଙ୍କୁ ପଶ୍ଚିମ ଏସିଆରେ ଦଲାଲ ଭାବରେ ବିବେଚନା କରେ, ସେ ମଧ୍ୟ ଇରାନକୁ ଡ୍ରୋନ ଏବଂ କୌଶଳଗତ ପରାମର୍ଶଦାତା ଯୋଗାଣରେ ଏତେ ବ୍ୟସ୍ତ ଯେ, ଇସ୍ରାଏଲ ଏହାକୁ ଗମ୍ଭୀରତାର ସହିତ ନେଇପାରିନାହିଁ। ଚାଇନାର ‘ବେଲ୍ଟ ଆଣ୍ଡ୍‌ ରୋଡ଼’ ପ୍ରୋଜେକ୍ଟ ପାଇଁ କଶ୍ମୀର ଉପରେ ତାହାର ନୀରବତା ଓ ଅପରେଶନ ବୁନୟାନ ମାର୍ସୁସ ପାଇଁ ପାକିସ୍ତାନକୁ ସାମରିକ ସହାୟତା ଯୋଗାଣ ଅବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ। ୟୁକ୍ରେନ୍‌ର ଗଚ୍ଛିତ ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ଲୋଲୁପଦୃଷ୍ଟି କେବେବି ଆମେରିକାକୁ ରୁଷ-ୟୁକ୍ରେନ୍‌ର ମଧ୍ୟସ୍ଥି କରାଇ ଦେବନାହିଁ।
ଭାରତ ସ୍ବାଧୀନତା ସମୟରେ ବ୍ରିଟେନ୍‌ର ଚର୍ଚ୍ଚିଲଙ୍କ ଚାଲ୍‌ ଯୋଗୁ ଓ ସେତେବେଳର ନେତାମାନଙ୍କର ଅଦୂରଦର୍ଶିତା ହେଉ ବା ସମୟର ଅସ୍ଥିର ଅବସ୍ଥା ହେଉ ଅଖଣ୍ଡ ଭାରତକୁ ଧର୍ମ ନାଁରେ ବିଖଣ୍ଡିତ କରିବାର ଫଳ ସ୍ବରୂପ ଭାରତ ଓ ପାକିସ୍ତାନ ଏବଂ ପରେ ବାଂଲାଦେଶର ସୃଷ୍ଟି। ଏହା ଏପରି ଏକ ସୃଷ୍ଟି ଯେ, ଯେତେଦିନ ପର୍ଯ୍ୟନ୍ତ ଦେଶଗୁଡ଼ିକର ସାଧାରଣ ଜନତା ସଚେତନ ହୋଇ ନଥିବେ, ସେତେଦିନ ପର୍ଯ୍ୟନ୍ତ ଧର୍ମର ଦ୍ୱାହିଦେଇ ଉଭୟଦେଶ ମଧ୍ୟରେ ବିବାଦ ଲାଗି ରହିବ। କିଛି ଦେଶ ଓ ବ୍ୟକ୍ତି ଏହାର ସୁଯୋଗରେ ସାଧାରଣ ଲୋକଙ୍କ ଧନଜୀବନ ନଷ୍ଟ କରିଚାଲିଥିବେ, କେତେବେଳେ ଚାଇନା ତ କେତେବେଳେ ଆମେରିକା ସ୍ବାର୍ଥ ପାଇଁ ମଧ୍ୟସ୍ଥି ହେବାକୁ ଆଗେଇ ଆସିବେ, ଠିକ୍‌ ଯେପରି ବିଲେଇ କଳିରେ ମାଙ୍କଡ଼ ମଧ୍ୟସ୍ଥି। ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱକୁ ଜଣେ ଶାନ୍ତି ନିର୍ମାତାଙ୍କ ନିତାନ୍ତ ଆବଶ୍ୟକତା ଅଛି, ଜଣେ ଲୋକପ୍ରିୟ, କ୍ଷମତା-ଲୋଭୀ ସୁଯୋଗବାଦୀ, ବିସ୍ତାରବାଦୀ, ପରସ ଅପହରଣକାରୀ ନୁହେଁ ବରଂ ଜଣେ କାର୍ଟରଙ୍କ ନୈତିକ କର୍ତ୍ତୃତ୍ୱ ଏବଂ ଜଣେ କିସିଞ୍ଜରଙ୍କ ପରି ବୁଦ୍ଧିମାନ୍‌ ରାଷ୍ଟ୍ରନୀତିଜ୍ଞଙ୍କ ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ ଏପରି ବ୍ୟକ୍ତିତ୍ୱ ଆସିବେ ନାହିଁ, ସେପର୍ଯ୍ୟନ୍ତ ବିଶ୍ୱରେ ରକ୍ତର ହୋଲି ଚାଲିଥିବ, ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିବ ଏବଂ ବିନାଶରେ ଅଙ୍କୁରୋଦ୍‌ଗମ ହୋଇ ବଢ଼ି ଚାଲୁଥିବା ଏକ ଅସ୍ତ୍ରଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ। ଅନେକ ଦେଶକୁ ଚିରଶୃଙ୍ଖଳ ମଧ୍ୟରେ ରଖି କିଛି ନୀଚ ରାଷ୍ଟ୍ରଙ୍କର ନୀଚ ବ୍ୟକ୍ତି ବିଶ୍ୱବ୍ୟାପୀ ରକ୍ତନଦୀ ବୁହାଇ ଖୁସିରେ ଅୟସ କରିଚାଲିବେ, ଠିକ୍‌ ଯେପରି ଖଳପ୍ରକୃତିର ବ୍ୟକ୍ତି କରନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଭଳି ଶାନ୍ତିକାମୀ ମାନବ ସମ୍ବଳ ରାଷ୍ଟ୍ରରୁ ପୁଣି ଥରେ ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ ହେବାର ପ୍ରକୃଷ୍ଟ ସମୟ ଆସିଯାଇଛି, ଅନ୍ୟଥା ନିଃସନ୍ଦେହରେ ବିଶ୍ୱଶାନ୍ତିର ସୂଚନା ବହୁ ଦୂରରେ ଏବଂ ମାନବ ସଭ୍ୟତାର ଅନ୍ତ ସନ୍ନିକଟ।

ଡ. ବିମଳ ଷଡ଼ଙ୍ଗୀ
ସଂସାଧନ ବ୍ୟକ୍ତି, ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଭାରତ ସରକାର
ମୋ: ୯୪୩୭୧୨୩୮୯୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?