Posted inଜାତୀୟ

ଗୁଣବତ୍ତା ଯାଞ୍ଚରେ ୫୩ ଔଷଧ ଫେଲ୍‌: ପାରାସିଟାମୋଲ, କ୍ଲାଭମ୍‌ ୬୨୫, ପାନ୍‌ ଡି’କୁ ନେଇ ବଢ଼ିଲା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୨୬ା୯:ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ) ଏହାର ସଦ୍ୟତମ ମାସିକ ଡ୍ରଗ୍‌ ଆଲର୍ଟ ଲିଷ୍ଟରେ ପାରାସିଟାମୋଲ ସମେତ ୫୩ ଔଷଧକୁ ‘ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ୱାଲିଟି(ଏନ୍‌ଏସ୍‌କ୍ୟୁ) ଆଲର୍ଟ’ ଭାବେ ବର୍ଗୀକୃତ କରିଛି। କାରଣ ଯାଞ୍ଚ ବେଳେ ଏହି ୫୩ ଔଷଧ ଗୁଣବତ୍ତା ମାନକଯୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ସେହିପରି ଆଣ୍ଟିବାୟୋଟିକ୍‌ କ୍ଲାଭମ୍‌ ୬୨୫ ଏବଂ ପାନ୍‌ ଡି’କୁ ମଧ୍ୟ ବିଷାକ୍ତ ଶ୍ରେଣୀରେ ରଖାଯାଇଛି। ଉକ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଔଷଧକୁ ନେଇ ସୁରକ୍ଷା ଚିନ୍ତା ବଢ଼ିଯାଇଛି।

ଭାରତର ଡ୍ରଗ୍‌ ନିୟନ୍ତ୍ରକଙ୍କ ଦ୍ୱାରା କରାଯାଇଥିବା ଗୁଣବତ୍ତା ଯାଞ୍ଚରେ କ୍ୟାଲ୍‌ସିୟମ ଓ ଭିଟାମିନ୍‌ ଡି୩ ସପ୍ଲିମେଣ୍ଟ, ଆଣ୍ଟି-ଡାଇବେଟିକ୍‌ ପିଲ୍ସ ଓ ଉଚ୍ଚ ରକ୍ତଚାପ ପାଇଁ ସେବନ କରାଯାଉଥିବା ମେଡିସିନ୍‌ ସମେତ ୫୦ରୁ ଊର୍ଦ୍ଧ୍ୱ ଔଷଧ ଫେଲ୍‌ ହୋଇଛି। ସିଡିଏସ୍‌ସିଓ ପକ୍ଷରୁ ପ୍ରକାଶିତ ସଦ୍ୟ ମାସିକ ଡ୍ରଗ୍‌ ଆଲର୍ଟରେ ଏହି ଔଷଧଗୁଡ଼ିକର ଗୁଣବତ୍ତା ଉପଯୁକ୍ତ ମାନର ହୋଇ ନ ଥିବା ଦର୍ଶାଯାଇଛି। ବଜାରରେ ସର୍ବାଧିକ ବିକ୍ରି ହେଉଥିବା ଭିଟାମିନ୍‌ ସି ଏବଂ ଡି୩ ଟାବ୍‌ଲେଟ୍‌ ଶେଲ୍‌କାଲ, ଭିଟାମିନ୍‌ ବି କମ୍ପ୍ଲେକ୍ସ ଏବଂ ଭିଟାଭିନ୍‌ ସି ସଫ୍ଟଜେଲ, ଆଣ୍ଟାସିଡ୍‌ ପାନ୍‌-ଡି, ପାରାସିଟାମୋଲ୍‌ ଟାବ୍‌ଲେଟ୍‌ ଆଇପି ୫୦୦ ଏମ୍‌ଜି, ମଧୁମେହ ନିରୋଧୀ ଔଷଧ ଗ୍ଲିମେପିରିଡେ, ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମିସାର୍ଟନ ଭଳି ଅନେକ ଔଷଧ ଗୁଣବତ୍ତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିବା ଡ୍ରଗ୍‌ ନିୟନ୍ତ୍ରକ କହିଛି। ଏହି ଔଷଧଗୁଡ଼ିକର ନିର୍ମାତା ହେଲେ ହେଟେରୋ ଡ୍ରଗ୍ସ, ଆଲ୍‌କେମ ଲାବୋରେଟୋରିଜ୍‌, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍‌ ଲିମିଟେଡ୍‌ (ଏଚ୍‌ଏଏଲ୍‌), କର୍ନାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ୍‌ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌, ମେଗ୍‌ ଲାଇଫ୍‌ସାଇନ୍ସେସ୍‌, ପିଓର୍‌ ଆଣ୍ଡ୍‌ କିଓର ହେଲ୍‌ଥ ଭଳି ନାମୀ କମ୍ପାନୀ।

ପେଟବ୍ୟଥା ଇନ୍‌ଫେକ୍ସନ ଚିକିତ୍ସା ପାଇଁ ବହୁଳ ବ୍ୟବହୃତ ମେଟ୍ରୋନାଇଡାଜୋଲର ନିର୍ମାତା ହେଉଛି ସରକାରୀ ଉଦ୍ୟୋଗ ଏଚ୍‌ଏଏଲ୍‌, ଯାହାକି ଗୁଣବତ୍ତା ଯାଞ୍ଚରେ ଫେଲ୍‌ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ରହିଛି। ଅନୁରୂପ ଭାବେ ଉତ୍ତରାଖଣ୍ଡସ୍ଥିତ ପିଓର ଆଣ୍ଡ୍‌ କିଓର ହେଲ୍‌ଥକେୟାର ଦ୍ୱାରା ପ୍ରସ୍ତୁତ ତଥା ଟୋରେଣ୍ଟ ଫାର୍ମାସ୍ୟୁଟିକାଲ ବିତରକ ଥିବା ଶେଲ୍‌କାଲ ମଧ୍ୟ ଯାଞ୍ଚରେ ଉତ୍ତୀର୍ଣ୍ଣ ହୋଇନାହିଁ। ସେହିପରି କୋଲକାତାର ଏକ ଡ୍ରଗ୍‌-ଟେଷ୍ଟିଂ ଲ୍ୟାବ୍‌ ଆଲ୍‌କେମ ହେଲ୍‌ଥ ସାଇନ୍ସର ଆଣ୍ଟିବାୟୋଟିକ୍ସ କ୍ଲାଭମ୍‌ ୬୨୫ ଏବଂ ପାନ୍‌ ଡି’ରେ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ଜାଣିବାକୁ ପାଇଛି। ଔଷଧ ନିୟନ୍ତ୍ରକ ସିଡିଏସ୍‌ସିଓ କ୍ୱାଲିଟି ଟେଷ୍ଟରେ ଫେଲ୍‌ ହୋଇଥିବା ଔଷଧଗୁଡ଼ିକର ୨ଟି ତାଲିକା ଜାରି କରିଛି। ଗୋଟିଏ ତାଲିକାରେ ୪୮ଟି ଲୋକପ୍ରିୟ ମେଡିସିନ୍‌ ଥିବାବେଳେ ଅନ୍ୟଟିରେ ଅତିରିକ୍ତ ୫ଟି ଡ୍ରଗ୍ସର ନାମ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ତାଲିକାରେ ଏକ ରିପ୍ଲାଏ ସେକ୍ସନ ରହିଛି, ଯହିଁରେ ଏହି ଯାଞ୍ଚ ବେଳେ ଫେଲ୍‌ ହୋଇଥିବା ଫାର୍ମା କମ୍ପାନୀଗୁଡ଼ିକୁ ଜବାବ ମଗାଯାଇଥିଲା। ତେବେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଏଥିପାଇଁ ନିଜକୁ ଉତ୍ତରଦାୟୀ ମଣୁ ନ ଥିବା ସେଗୁଡ଼ିକର ଜବାବରୁ ସଙ୍କେତ ମିଳିଛି। ହାଇଦ୍ରାବାଦସ୍ଥିତ ହେଟେରୋ ଦ୍ୱାରା ପ୍ରସ୍ତୁତ ତଥା ପିଲାଙ୍କ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ ପାଇଁ ବ୍ୟବହୃତ କେପୋଡେମ୍‌ ଏକ୍ସପି ୫୦ ଡ୍ରାଏ ସସ୍‌ପେନ୍‌ସନକୁ ମଧ୍ୟ ନିମ୍ନମାନର ବୋଲି ଦର୍ଶାଯାଇଛି। ସବୁଠୁ ଉଦ୍‌ବେଗଜନକ ବିଷୟ ହେଲା କର୍ନାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ୍‌ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ପାରାସିଟାମୋଲ ଉପଯୁକ୍ତ ଗୁଣବତ୍ତାଯୁକ୍ତ ନୁହେଁ।
ପ୍ରକାଶ ଯେ, ସିଡିଏସ୍‌ସିଓ ଗତ ଅଗଷ୍ଟରେ ଭାରତୀୟ ବଜାରରେ ଉପଲବ୍ଧ ୧୫୬ରୁ ଊର୍ଦ୍ଧ୍ୱ ଫିକ୍ସଡ-ଡୋଜ୍‌ କମ୍ବିନେଶନ୍ସ (ନିର୍ଦ୍ଧାରିତ ପରିମାଣର ଉପାଦାନକୁ ନେଇ ପ୍ରସ୍ତୁତ) ଔଷଧକୁ ମଣିଷଙ୍କ ପାଇଁ ବିପଜ୍ଜନକ ଦର୍ଶାଇ ସେଗୁଡ଼ିକର ବିକ୍ରି ଓ ସେବନ ଉପରେ ରୋକ ଲଗାଇଥିଲା। ଏହି ମେଡିସିନ୍‌ଗୁଡ଼ିକ ମଧ୍ୟରେ ରହିଥିଲା ଜ୍ୱର ଔଷଧ, ପେନ୍‌କିଲର ଏବଂ ଆଲର୍ଜି ଟାବ୍‌ଲେଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri