ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୫୧୩ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲାରୁ ସର୍ବାଧିକ ୧୧ଜଣ ଥିବା ବେଳେ ବାଲେଶ୍ୱରରୁ ୧, ବରଗଡ଼ରୁ ୪, ଭଦ୍ରକରୁ ୨ , ବଲାଙ୍ଗୀରରୁ ୧, ବୌଦ୍ଧରୁ ଜଣେ , କଟକରୁ ୩ ଯାଜପୁରର ୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୩, କୋରାପୁଟରୁ ୩, ପୁରୀରୁ ୨, ରାୟଗଡ଼ାରୁ ୧, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଆଉ ଜଣଙ୍କ ମୁଣ୍ଡ ନେଇଛି। ସେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।