ଆଜି ରାଜ୍ୟରୁ ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ପିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ୫୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦,୫୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୮ ଏବଂ ବାଲେଶ୍ୱରରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩, ଭଦ୍ରକ ୯,ବଲାଙ୍ଗୀର ୧, ବୌଦ୍ଧ ୧, ଗଜପତି ୭, ଗଞ୍ଜାମ ୧୨, ଜଗତସିଂହପୁର ୨୨, ଯାଜପୁର ୨୨, ଝାରସୁଗୁଡ଼ା ୮, କଳାହାଣ୍ଡି ୧, କନ୍ଧମାଳ ୪, କେନ୍ଦ୍ରାପଡ଼ା ୭, କେନ୍ଦୁଝର ୧, କୋରାପୁଟ ୩, ମାଲକାନଗିରି ୪, ମୟୂରଭଞ୍ଜ ୧୪, ନୟାଗଡ଼ ୧, ପୁରୀ ୨୦, ରାୟଗଡ଼ା ୩, ସମ୍ବଲପୁର ୯, ସୋନପୁରରୁ ୯ ଏବଂ ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୨୦,୭୫୪ରେ ପହଞ୍ଚିଥିବା ବେଳେ ୧୦,୦୭,୦୬୬ଜଣ ସୁସ୍ଥ ହୋଇଛନ୍ତି। ୫୪୯୪ ଜଣ ଚିକିିତ୍ସିତ ହେଉଛନ୍ତି।