Posted inଜାତୀୟ

ଦୀପାବଳୀରେ କର୍ମଚାରୀଙ୍କୁ SUV କାର୍ ଉପହାର ଦେଲେ ମାଲିକ, ସୋସିଆଲ୍ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୦: ଚଣ୍ଡିଗଡ଼ର ଏକ ଫାର୍ମା କମ୍ପାନୀ ମାଲିକ ଦୀପାବଳୀରେ କର୍ମଚାରୀଙ୍କୁ ୫୧ଟି ବିଳାଶପୂର୍ଣ୍ଣ ଏସୟୁଭି କାର୍ (ସ୍କର୍ପିଓ) ଉପହାର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଭାଇରାଲ୍ ଭିଡିଓରେ MITS ଗ୍ରୁପ୍ ସଂସ୍ଥାପକ ତଥା ଅଧ୍ୟକ୍ଷ ଏମ୍‌କେ ଭାଟିଆ କର୍ମଚାରୀଙ୍କୁ କାର୍ ଚାବି ଦେଉଥିବା ଦେଖାଯାଇଛି।

ରିପୋର୍ଟ ଅନୁଯାୟୀ, କମ୍ପାନୀର ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହି ଉପହାର ମିଳିଛି। ପୂର୍ବରୁ ମଧ୍ୟ ଭାଟିଆ ଦୀପାବଳୀରେ କର୍ମଚାରୀଙ୍କୁ ଗାଡ଼ି ଦେଇଥିଲେ।

୨୦୦୨ରେ ଭାଟିଆଙ୍କ ମେଡିକାଲ୍ ଷ୍ଟୋର୍ ବନ୍ଦ ହୋଇ ଦେବାଳିଆ ହୋଇଯାଇଥିଲା। ୨୦୧୫ରେ MITS ଆରମ୍ଭ କରି ସଫଳତା ପାଇଲେ। ବର୍ତ୍ତମାନ ତାଙ୍କର ୧୨ଟି କମ୍ପାନୀ ଅଛି। ହରିୟାନାର ପଞ୍ଚକୁଲାରେ ମୁଖ୍ୟାଳୟ ରହିଛି। କାନାଡ଼ା, ଲଣ୍ଡନ୍, ଦୁବାଇରେ ଲାଇସେନ୍ସ ନେଇ ବିଦେଶକୁ ବଢ଼ାଇବାକୁ ଯୋଜନା। ନୂଆ ୫ ଡାଇରେକ୍ଟର ନିଯୁକ୍ତି ଦେଇ ଶିଳ୍ପା ଚନ୍ଦେଲଙ୍କୁ ସିଇଓ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri