ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ

ଭୁବନେଶ୍ୱର,୪ା୧୧: ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟରେ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଓ ଧରିତ୍ରୀର ସହଯୋଗୀ ତଥା ସାହିତି୍ୟକ ହୃଷୀକେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖବରଦାତାମାନଙ୍କୁ ଉତ୍ସାହିତ କରିବା ସହ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।