ଏମ୍‌ଏସ୍‌ଇଡିସିଏଲ୍‌କୁ ୫୦,୦୦୦ ଏସ୍‌ବିଡବ୍ଲ୍ୟୁପିଏସ୍‌

ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍‌ଏସ୍‌ଇଡିସିଏଲ୍‌) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍‌ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍‌ କୁସୁମ ଯୋଜନାର ଫେଜ ୩ ପାଇଁ ଉକ୍ତ ପରିମାଣର ପମ୍ପ କମ୍ପାନୀ ପକ୍ଷରୁ ଦିଆଯାଇଛି, ଯାହାର ମୂଲ୍ୟ ପ୍ରାୟ ୧୬୦୩ କୋଟି ହେବ ବୋଲି କୁହାଯାଇଛି। ଏପରିକି ଉକ୍ତ ଯୋଜନା ଅଧୀନରେ କୃଷକମାନେ ୯୦% ସବ୍‌ସିଡି ପାଉଛନ୍ତି। ଫଳରେ କୃଷକମାନେ ଉକ୍ତ ଯୋଜନା ଜରିଆରେ ଯଥେଷ୍ଟ ଉପକୃତ ହୋଇପାରିଛନ୍ତି। ବିଶେଷ କରି କମ୍ପୋନେଣ୍ଟ ବି ୩, ୫ ଓ ୭.୫ ଏଚପି କ୍ଷମତା ବିଶିଷ୍ଟ ଷ୍ଟାଣ୍ଡାଲୋନ ସୋଲାର ଚାଳିତ କୃଷି ପମ୍ପ ବ୍ୟବହାର ଯୋଗ୍ୟ ଅଟେ। ଏ ସମ୍ପର୍କରେ ଶକ୍ତି ପମ୍ପର ଅଧ୍ୟକ୍ଷ ଦିନେଶ ପାଟିଦାର କହିଛନ୍ତି, ଏହି ପଦକ୍ଷେପ ଲାଗି ମହାରାଷ୍ଟ୍ରର ଉତ୍ସର୍ଗୀକୃତ କୃଷକ ତଥା ଏମ୍‌ଏସ୍‌ଇଡିସିଏଲ ସରକାରୀ କର୍ମଚାରୀଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଏହି ପଦକ୍ଷେପ ଡିସ୍‌କମକୁ ସବସିଡି କ୍ଷତି ଭାରରୁ ମୁକ୍ତ କରିବ। ବିଶେଷ କରି ଯେଉଁ କୃଷକଙ୍କ ପାଇଁ ବିଦ୍ୟୁତ ଯୋଗାଣର ସମସ୍ୟା ରହିଛି, ସେମାନେ ଏହି ପମ୍ପ ବ୍ୟବହାର କରି ବେଶ୍‌ ଉପକୃତ ହୋଇପାରିବେ। ଏପରିକି କୃଷକଙ୍କ ପାଇଁ ଆଉ ଜଳ ସମସ୍ୟା ରହିବ ନାହିଁ, ସେମାନେ ବର୍ଷ ସାରା ଫସଲ ଅମଳ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri