୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା ରାଜ୍ୟରେ ସ୍ବତନ୍ତ୍ରତା ବଜାୟ ରଖିଛି। ସେଥି ମଧ୍ୟରୁ ମୁଣ୍ଡ ରାମଲୀଳା ବି ଦର୍ଶକଙ୍କ ମନରେ ଆଜି ବି ଆଧ୍ୟାମତ୍ିକ ଚେତନା ଭରି ଦେଉଛି।
ଶରଣକୁଳ ଗୁଡ଼ିଆ ସାହିରେ ଗତ ୫ ଶହ ବର୍ଷ ଧରି ବଞ୍ଚତ୍ ରହିଛି ଏହି ଲୋକକଳା। ପ୍ରତିବର୍ଷ ଅକ୍ଷୟ ତୃତୀୟାରୁ ଶୁଭ ଖୁଣ୍ଟି ପଡି ଏହି ମୁଣ୍ଡ ରାମଲୀଳା ମଞ୍ଚସ୍ଥ ହୋଇଥାଏ। ସାହିର ଉତ୍ସାହି ଯୁବକ ଓ ଅଭିଜ୍ଞତା ସମ୍ପନ୍ନ ମୁରବୀମାନେ ବିନା ସରକାରୀ ଅନୁଦାନ କିମ୍ବା ଅନ୍ୟ କିଛି ଆର୍ଥତ୍କ ସହାୟତା ବିନା ଏହି ଅଭିନୟକୁ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି। ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ସେହି ଲୋକ କଳାକୁ ବଞ୍ଚାଇ ରଖିଛନ୍ତି। ଅକ୍ଷୟତୃତୀୟ ମାସେ ପୂର୍ବରୁ ବିଭିନ୍ନ ସାହିରେ ସଭା ବସି ଏ ବିଷୟରେ ଆଲୋଚନା ହୋଇଥାଏ। ସାହିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ କିଏ କେଉଁ ଭୂମିକାରେ ଅଭିନୟ କରିବେ ତାହା ବଛା ଯାଇଥାଏ। ସମସ୍ତେ ଅରୁଆ ହବିଷାନ୍ନ ଖାଇ ସନ୍ଧ୍ୟାରେ ଅଭିନୟ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କଳାକାର ପେଟିଂକାମ ସୁଚାରୁ ରୂପେ ତୁଲାଇ ଅଭିନେତାମାନଙ୍କୁ ବେଶ କରାନ୍ତି। ଲୋକଙ୍କ ବିଶ୍ୱାସ, ନିଷ୍ଠାରେ ନ ରହିଲେ ଶତାଧିକ ବର୍ଷ ଧରି ପୂଜିତ ହନୁମାନାଦି ମୁଣ୍ଡ ଧାରଣ କରି ନୃତ୍ୟ କରିବା ସମ୍ଭବ ହୋଇ ନ ଥାଏ। ସାହିର ବର୍ଷିୟାନ ବ୍ୟକ୍ତି ବ୍ରଜବନ୍ଧୁ ମହାପାତ୍ରଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ଯେଉଁ ବର୍ଷ ଏ ମୁଣ୍ଡ ରାମଲୀଳା ବନ୍ଦ ହୁଏ ସାହିରେ ଦୈବ ଦୁର୍ବିପାକ ଦେଖାଦିଏ। ମୁଣ୍ଡରାମଲୀଳାର ବିଶେଷତ୍ୱ ହେଲା ରାମ,ଲକ୍ଷ୍ମଣ ଓ ସୀତାଙ୍କ ଚରିତ୍ରକୁ ଛାଡି ଦେଲେ ରାମାୟଣର ଆଉ ସମସ୍ତ ଚରିତ୍ର କାଠରେ ନିର୍ମିତ ମୁଣ୍ଡକୁ ମୁଣ୍ଡାଇ ନୃତ୍ୟ ପ୍ରଦର୍ଶନ ତଥା ଅଭିନୟ କରିଥାନ୍ତି। ଅନ୍ୟପକ୍ଷେ ସୀତାଦି ସମସ୍ତ ନାରୀ ଚରିତ୍ରରେ ପୁଅମାନେ ଅଭିନୟ କରନ୍ତି। ଆରଣ୍ୟକ କାଣ୍ଡଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ସମସ୍ତ ବିଷୟ ପ୍ରତିଦିନ ଏକ ସୁସଜ୍ଜିତ ମଞ୍ଚରେ ମଞ୍ଚସ୍ଥ ହୋଇଥାଏ। ରାମାୟଣ ପାରାୟଣ ସାଙ୍ଗକୁ ଅଭିନୟ ହୁଏ। କେତେଜଣ କଳାକାର ନିଜସ୍ବ କଣ୍ଠରେ ଗୀତ ଗାୟନ କଲା ବେଳେ କିଛି ପଂକ୍ତି ପୁରାଣ ଗାୟକ ପଢ଼ନ୍ତି। ଆକର୍ଷଣୀୟ ବେଶଭୁଷା ସହିତ ବିଭିନ୍ନ ଚରିତ୍ରର କାଠମୁଣ୍ଡ ପିନ୍ଧି ଅଭିନୟ କରିବା କଷ୍ଟ ସାଧ୍ୟ ହୋଇଥିଲେ ମଧ୍ୟ କଳାକାରମାନେ ବେଶ ଉତ୍ସାହିତ ଅଭିନୟ କରିଥାନ୍ତି। ପୁରାତନ କଳାକାରମାନେ ନୂତନ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଥାଆନ୍ତି। କମିଟିର ସମ୍ପାଦକ ବିଶ୍ୱଜିତ ସାହୁଙ୍କ ତତ୍ତ୍ୱାବଧାନରେ ମୁଣ୍ଡ ରାମଲୀଳା ପରିଚାଳିତ ହେଉଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାନ୍ତି ରାମ ନାଟକର ଗାୟକ ବ୍ରଜକିଶୋର ମହାପାତ୍ର ଓ ନିର୍ଦ୍ଦେଶକ ସୀତାରାମ ମହାପାତ୍ର। ପୁରାତନ କବି ବିକ୍ରମ ଭଣତିଙ୍କ ଦ୍ୱାରା ରଚିତ ହୋଇଥିବା ‘ମୁଣ୍ଡ ରାମଲୀଳା’ ଦେଖିବାକୁ ଭିଡ଼ ଜମାଇଥାଆନ୍ତି ଅଞ୍ଚଳବାସୀ ା ଧର୍ମ ଓ ପରମ୍ପରାର ବାହକ ଏହି ପୁରାତନ ଲୋକକଳାକୁ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନ ଓ ସଂସ୍କୃତି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶରଣକୁଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri