୪ ଡାକ୍ତରଙ୍କୁ ଦୈନିକ ୫୦୦ ରୋଗୀ

ଜଳେଶ୍ୱର,୨୭ା୨(ଡି.ଏନ୍‌.ଏ):ସମଗ୍ର ଉତ୍ତର ବାଲେଶ୍ୱରରେ ଜିକେ ଭଟ୍ଟର ଚିକିତ୍ସାଳୟ ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ଭରସା ପାଲଟିଥିବା ବେଳେ ଡାକ୍ତର ଅଭାବ ପରିସ୍ଥିତିକୁ ଜଟିଳ କରୁଛି ା ମାତ୍ର ୪ଜଣ ଡାକ୍ତର ଦୈନିକ ପ୍ରାୟ ୫୦୦ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଡାକ୍ତରଖାନାକୁ ମିଳୁଥିବା ଔଷଧ ମାସର ୨୦ ଦିନରେ ଶେଷ ହେଉଛି ା ଫଳରେ ରୋଗୀଙ୍କ ପାଇଁ ୧୦ ଦିନର ଔଷଧ ନିଅଣ୍ଟ ପଡ଼ୁଥିବା ପରିଲକ୍ଷିତ ହେଉଛି ା
ୟୁନିଟ୍‌ ଭାବେ ଜିକେ ଭଟ୍ଟର ଚିକିତ୍ସାଳୟ ବେଶ୍‌ ପରିଚିତ। ଜଳେଶ୍ୱର, ଭୋଗରାଇ, ରାଇବଣିଆ ଓ ପଶ୍ଚିମବଙ୍ଗର ବିଭିନ୍ନ ଡାକ୍ତରଖାନାରୁ ରୋଗୀଙ୍କୁ ଏଠାକୁ ପଠାଯାଇଥାଏ ା ଏହି କ୍ରମରେ ସ୍ତ୍ରୀରୋଗ, ଶିଶୁ ରୋଗ, ଭେଷଜ ବିଭାଗ, ଶଲ୍ୟ ବିଭାଗ, ଦାନ୍ତ ରୋଗ, ଅସ୍ଥିଶଲ୍ୟ ବିଭାଗର ପ୍ରାୟ ୫୦୦ ରୋଗୀ ପ୍ରତିଦିନ ଆଉଟଡୋର (ବର୍ହିବିଭାଗରେ) ଚିକିତ୍ସିତ ହେଉଛନ୍ତି ା
ପୂର୍ବରୁ ଏଠାରେ ୧୩ଜଣ ଡାକ୍ତର ରହୁଥିବା ବେଳେ ଏବେ ୨୪ ଘଣ୍ଟାରେ ୪ଜଣ ଡାକ୍ତର ସେବା ଯୋଗାଉଛନ୍ତି ା ଡେପୁଟେସନ୍‌ରେ ଆସୁଥିବା ୩ ଡାକ୍ତର ସପ୍ତାହକୁ ୨ ଦିନ ଲେଖାଏ କାର୍ଯ୍ୟ କରୁଛନ୍ତି ା
ଏଠାରେ ୧୬ଜଣ ନର୍ସ ରହିବାକୁ ଥିବା ବେଳେ ଏବେ ୧୨ଜଣ ରହିଛନ୍ତି ା ସେଥିରୁ ୩ଜଣଙ୍କୁ ୩ଟି ସବ୍‌ ସେଣ୍ଟରକୁ ପଠାଯାଇଥିବାରୁ ମାତ୍ର ୯ଜଣରେ ଡାକ୍ତରଖାନା ଚଳାଇବା କଷ୍ଟସାଧ୍ୟ ବୋଲି ନର୍ସ ସଂଘ ପକ୍ଷରୁ କୁହାଯାଇଛି। ସେହିପରି ୮ଜଣ ଫାର୍ମାସିଷ୍ଟ ରହିବାକୁ ଥିବା ବେଳେ ୩ଜଣରେ ଡାକ୍ତରଖାନା ଚାଲିଛି। ହସ୍ପିିଟାଲକୁ ମିଳଥିବା ଔଷଧ ମଧ୍ୟରୁ ବହୁ ଔଷଧ ପ୍ରଥମ ୨୦ ଦିନରେ ଶେଷ ହେଉଥିବାରୁ ଅନ୍ୟ ୧୦ ଦିନ ପାଇଁ ସମସ୍ତ ଔଷଧ ଯୋଗାଯାଇପାରୁ ନାହିଁ। ୫ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ୫ ମହଲା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ସେବାକେନ୍ଦ୍ର ଡାକ୍ତର ଓ କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ା
ସ୍ବଚ୍ଛଭାରତ କାର୍ଯ୍ୟକ୍ରମ, ଶବ ବ୍ୟବଚ୍ଛେଦ, ଲିପ୍ଟ ଚାଳନା, ଜରୁରୀ କାଳୀନ ସେବା ଯୋଗାଇବା ଅସମ୍ଭବ ହୋଇ ପଡ଼ିଛି ା ୬୦ନଂ. ଜାତୀୟ ରାଜପଥ, ୫୭ନଂ. ରାଜ୍ୟ ରାଜପଥ ନିକଟରେ ଏହା ରହିଥିବାରୁ ପ୍ରତିଦିନ ପ୍ରାୟ ୪୫ ଆପତ୍ତକାଳୀନ ରୋଗୀ ଏଠାକୁ ଆସିଥାନ୍ତି ା ହେଲ୍ପ ଡେକ୍ସ କାର୍ଯ୍ୟକ୍ଷମ ହୋଇପାରୁନାହିଁ କି ରୋଗୀଙ୍କୁ ଗରମ ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଗରମ ପାଣି ଯୋଗାଇ ଦିଆଯାଇପାରୁ ନାହିଁ। ଏପରି ଅବ୍ୟବସ୍ଥା ବିରୋଧରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଲାଗି ସଜବାଜ ହେଉଥିବା ସୂଚନା ମିଳିଛି ା
ସ୍ବାସ୍ଥ୍ୟ ବିଭାଗ ଏହି ଡାକ୍ତରଖାନାର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସବୁ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନ ଓ ଜନସାଧାରଣ ଦାବି କରିଛନ୍ତି ା