ଜଳଲାଗି କଲେ ୫ଶହ ଗୋପାଳ

ବୈଶାଖର ପ୍ରଥମ ସୋମବାର

ଆରଡି,୧୮।୪ (ଡି.ଏନ.ଏ.) ବୈଶାଖ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଶହରୁ ଅଧିକ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବିଧି ଅନୁସାରେ ବାବା ଆଖଣ୍ଡଳମଣିଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା। ପୂଜାର୍ଚ୍ଚନା ପରେ ବେଢ଼ା ଓ ବେଢ଼ା ବାହାରେ ପ୍ରତୀକ୍ଷା କରିଥିବା ଗୋପାଳମାନେ ଜଣକ ପରେ ଜଣେ ଶୃଙ୍ଖଳାର ସହ ମନ୍ଦିର ଗମ୍ଭୀରା ଗୃହକୁ ପାଣି ଭାର ନେଇ ପ୍ରବେଶ କରିଥିଲେ। ସେଠାରେ ପୂଜକମାନେ ସେମାନଙ୍କଠାରୁ ପାଣି ନେଇ ବାବାଙ୍କ ମସ୍ତକରେ ଢାଳିଥିଲେ।
ଉଲ୍ଲେଖନୀୟ ଯେ, ସ୍ଥାନୀୟ ଗଁାର ଗୋପାଳମାନେ ରବିବାର ରାତିରୁ ବୈତରଣୀ ନଦୀରୁ ଜଳଭାର ଆଣି ବୈଶାଖର ପ୍ରତ୍ୟେକ ସୋମବାର ପୀଠରେ ଉପସ୍ଥିତ ହୋଇଥାନ୍ତି। ଏହି ମାସରେ ପ୍ରଚଣ୍ଡ ଖରା ହେଉଥିବାରୁ ବାବାଙ୍କ ଶୀତଳ ଉପଚାର ପାଇଁ ପୂର୍ବରୁ ଏଭଳି ଜଳଲାଗି ବ୍ୟବସ୍ଥା ଏଠାରେ ରହିଆସିଛି ବୋଲି ବାବା ଆଖଣ୍ଡଳମଣି ବାରପଡ଼ା ଆଞ୍ଚଳିକ ଯାଦବ ମହାସଭା ସମ୍ପାଦକ ସତ୍ୟଜିତ ପଲାଇ କହିଛନ୍ତି। ତେବେ ବୈତରଣୀରେ କୁମ୍ଭୀର ଥିବାରୁ ଗୋପାଳମାନେ ଷାଠିବାଙ୍କୁଡ଼ା, ବୋଡ଼କ ଆଦି ନଦୀଘାଟରେ ପୂର୍ବରାତିରୁ ଡଙ୍ଗା ବାନ୍ଧି ରଖୁଛନ୍ତି ଓ ସେଠାରୁ ପାଣି ଉଠାଇଛନ୍ତି। କୁମ୍ଭୀର ଡଙ୍ଗା ନିକଟକୁ ଆସେ ନାହିଁ ତଥାପି ଏହା ବିପଦମୁକ୍ତ ନୁହେଁ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ବିଭିନ୍ନ ନଦୀଘାଟରେ ତାରଜାଲି ବାନ୍ଧିବାକୁ ସେମାନେ ଦାବି କରିଛନ୍ତି। ଗୋପାଳଙ୍କ ଜଳଲାଗି ବ୍ୟବସ୍ଥା ସୁଚାରୁ ରୂପେ ସମାପିତ ହୋଇଆସୁଛି ଓ ଏହି ପରମ୍ପରାକୁ ବଜାୟ ରଖାଯିବ ବୋଲି ମୁଅଁା ଗ୍ରାମର ଆଇନଜୀବୀ ଅମର ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri