୫ ଶହ କେଜି ଗଞ୍ଜେଇ ଜବତ: ଚାଲାଣ ପାଇଁ ରଖାଯାଇଥିଲା, ମାଡି ବସିଲା ପୋଲିସ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରାଚାଲାଣ ପାଇଁ ଜଙ୍ଗଲ ଭିତରେ ରଖାଯାଇଥିବା ଖବର ପାଇ ପୋଲିସ ମାଡ଼ିବସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ଥାନା କିରୁକୁଟି ପଞ୍ଚାୟତର ବାରାଡକ୍ଲିୟୁ ଜଙ୍ଗଲ ଭିତରେ। ପ୍ରାୟ ୫ ଶହ ୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏନେଇ ମାମଲା (୬୦/୨୪) ରୁଜୁ କରି ତଦନ୍ତ କରୁଛି ବୋଲି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ କେଉଁ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଇଥାନ୍ତା କୋଉମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତଦନ୍ତ କରୁଛି ପୋଲିସ। ସୂଚନାଯୋଗ୍ୟ ଯେ, ସେହି ଅଞ୍ଚଳରେ ପୋଲିସ ପୂର୍ବରୁ ଏକାଧିକ ଥର ଗଞ୍ଜେଇ ଗଛ କାଟି ନଷ୍ଟ କରିସାରିଛି ତଥାପି କିଭଳି ଆହୁରି ଗଞ୍ଜେଇ ବାହାରୁଛି ସେନେଇ ପୋଲିସର ମୁଣ୍ଡବ୍ୟଥା ହୋଇଛି।