ସରକାରୀ ସୁବିଧାରୁ ବଞ୍ଚିତ ୫୦ ବୁଣାକାର ପରିବାର : ଘରୋଇ କାମ କରି ଶୋଷଣର ଶିକାର

ଲୋଇସିଂହା,୩୦।୭(ସୁଶାନ୍ତ ବାରିକ):ଦୀର୍ଘ ୨ ଦଶନ୍ଧି ପରେ ପୁଣି ମଙ୍ଗାଶାଳକୁ ଫେରିଥିଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦଳିତ ବସ୍ତିର ବୁଣାକାର ପରିବାର। ବସ୍ତିର ୫୦ ପରିବାର ବିଭିନ୍ନ ପ୍ରକାର ଶାଢ଼ି, କପଡ଼ା ବୁଣାବୁଣି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ଶିକ୍ଷିତ ବେକାର ଯୁବକ ମଧ୍ୟ ଅଛନ୍ତି। ହେଲେ କୌଣସି ସରକାରୀ ସୋସାଇଟି ଅଧୀନରେ ନ ଥିବାରୁ ସରକାର ଯୋଗାଉଥିବା ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଥିବା ଏହି ବୁଣାକାର ପରିବାରଗୁଡିକ ଅଭିଯୋଗ କରିଛନ୍ତି।
ଯୋଗୀସର୍ଡା ପଞ୍ଚାୟତ ଯୋଗୀସର୍ଡା ସଦର ଗାଁର ଦଳିତ ବସ୍ତିରେ ୬୦ ପରିବାର ବସବାସ କରୁଛନ୍ତି। ସେଥିମଧ୍ୟରୁ ୫୦ ପରିବାର ବୁଣାକାର। ବୁଣାକାରଙ୍କ କହିବା ଅନୁଯାୟୀ, ପ୍ରାୟ ୨୦୦୦ ମସିହା ଯାଏ ବସ୍ତିର ଲୋକେ ହସ୍ତତନ୍ତ ଶିଳ୍ପ କାମ କରୁଥିଲେ। ସେତେବେଳେ ସେମାନେ ଲୋଇସିଂହା ବ୍ଲକର ବାଦିବାହାଲ, ସୁବର୍ଣ୍ଣପୁର ଜିଲାର କୁମୁଣ୍ଡେ ସୋସାଇଟି ଅଧୀନରେ ରହି ଝରଣା ଶାଢ଼ି, ଧଡ଼ି ବନ୍ଧନ, ମାଛ ଧଡ଼ି କପଡା,ଝିଅଙ୍କ ପାଇଁ ଶାର୍ଟ ପିସ୍‌ କପଡା (ଦିଲ୍ଲୀ ପ୍ୟାଟନ୍‌), ସମ୍ବଲପୁରୀ ଗାମୁଛା, ଲୁଙ୍ଗି, ରଙ୍ଗୀନ ପରଦା, କୁଷ୍ଠୁବାହାର ଗଡ଼ିଆ ଆଦି କପଡା ବୁଣି ରୋଜଗାର କରୁଥିଲେ। କିନ୍ତୁ କୌଣସି କାରଣବଶତଃ ପ୍ରାୟ ୨ ଦଶନ୍ଧି ଧରି ସେମାନେ ହସ୍ତତନ୍ତ ଶିଳ୍ପ କାମରୁ ଦୂରେଇ ଯାଇଥିଲେ। ତେବେ ମହାମାରୀ କୋଭିଡ଼ ସମୟରେ କାମ ଧନ୍ଦା ନ ମିଳିବାରୁ ପୁଣି ପୂର୍ବରୁ ଜାଣିଥିବା କପଡା ବୁଣା କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ଉକ୍ତ ବୁଣାକାର ପରିବାରଗୁଡିକ ଜିଲାର ସାଲେଭଟା, ଆଗଲପୁର , ପଡୋଶୀ ଜିଲାର ଡୁଙ୍ଗରିପାଲି ଓ ବରପାଲି ଆଦି ଅଞ୍ଚଳର ବ୍ୟବସାୟୀଙ୍କ ନିକଟରୁ ସୂତା ଆଣି ହସ୍ତତନ୍ତ ଶିଳ୍ପ କାମ କରୁଛନ୍ତି। ଶାଢି ମଧ୍ୟରେ ମାଛ ଧଡ଼ି , ସତ୍ୟଭାମା, ଥାନ, ପେପର ଡିଜାଇନ ଆଦି ବୁଣୁଛନ୍ତି ା ସେହିପରି ସମ୍ବଲପୁରୀ ଓଢଣି କାମ ମଧ୍ୟ କରୁଛନ୍ତି। ଶାଢି ଦର ଅନୁଯାୟୀ ବୁଣାକାରଙ୍କୁ ବ୍ୟବସାୟୀମାନେ ପ୍ରାପ୍ୟ ଦେଇଥାନ୍ତି ବୋଲି ସେମାନେ କହିଛନ୍ତି। ଅଧିକ ପରିଶ୍ରମ ସେମାନେ କରୁଥିବା ସ୍ଥଳେ ସେହି ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ମାତ୍ର ବ୍ୟବସାୟୀ ଅଧିକ ଲାଭାନ୍ବିତ ହେଉଛନ୍ତି। ବସିବା ଅପେକ୍ଷା କାଶିବା ନୀତିରେ ବାଧ୍ୟ ହୋଇ ସେମାନେ କାମ କରୁଥିବା ଉକ୍ତ ବସ୍ତିର ସର୍ଜନ ଦୀପ, ବ୍ରଜ ଭାଇନା, ଯୁଧିଷ୍ଠିର ବାଗ, ଗୋବିନ୍ଦ ଦୀପ, ଲିଙ୍ଗେଶ୍ୱର ଦୀପ, ଲୁକୁ ଦୀପ , ପରମେଶ୍ୱର ଦୀପ ପ୍ରମୁଖ କହିଛନ୍ତି। ଇତିମଧ୍ୟରେ ପୁଣି ୫ ବର୍ଷ ହେବ ଏହି ପରିବାରଗୁଡିକ ହସ୍ତତନ୍ତ ଶିଳ୍ପ କାମକୁ ଆପଣେଇଛନ୍ତି। ତେବେ ଅନେକ ସମୟରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ସେମାନଙ୍କ ହସ୍ତତନ ଶିଳ୍ପ କାମରେ ବାଧା ସୃଷ୍ଟି ହୋଇଥାଏ। ସରକାର ବୁଣାକାରଙ୍କ ପାଇଁ ଅନେକ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ହେଲେ ହସ୍ତତନ୍ତ ଶିଳ୍ପ ବିଭାଗ ସୋସାଇଟି ଅଧୀନରେ ନ ଥିବାରୁ ସେମାନେ ମଙ୍ଗା, ଇନଭେଟର ଓ ବିଭିନ୍ନ ଉପକାରର ଆଦି ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି। ବର୍ଷକ ତଳେ ସୋସାଇଟି ଗଠନ ପାଇଁ ପାଟଣାଗଡସ୍ଥିତ ଜିଲା ହସ୍ତତନ୍ତ ଶିଳ୍ପ କେନ୍ଦ୍ରର ଦ୍ୱାରସ୍ଥ ହୋଇ ସୁଫଳ ପାଇ ପାରି ନ ଥିବାରୁ ବୁଣାକାର ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ବୁଣାକାର ପରିବାର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

Sunetra Pawar: NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ ସୁନେତ୍ରା, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri