ଆଶା ଆଶଙ୍କାରେ ୧୫୦୦ ବୁଣାକାର

ରସୁଲପୁର,୮ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁ ବୁଣାକାରବହୁଳ ଗାଁ ଅଟେ। ଏଠାରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ବସବାସ କରୁଛନ୍ତି। ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ଉକ୍ତ ବୁଣାକାର ସମ୍ପ୍ରଦାୟ ରବିବାର ୮ମ ଜାତୀୟ ବୁଣାକାର ଦିବସ ପାଳନ କରିଛନ୍ତି। ତେଣେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି ହାର ଉପରମୁହାଁ, ସରକାରଙ୍କ ବୁଣାକାର ଯୋଜନାକୁ ପ୍ରଣୟନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାକୁ ନେଇ ବୁଣାକାର ସମ୍ପ୍ରଦାୟ ଆଶା ଆଶଙ୍କାରେ ରହିଛନ୍ତି। ତେଣୁ ବୁଣାକାରଙ୍କ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ସରକାର ସେମାନଙ୍କ ଦାବିପୂରଣ ଦିଗରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଛି।
ଏବେ ବୁଣାକାର କୁଳ ବେଉଷାକୁ ଭୁଲିବାକୁ ବସିଲେଣି। ତନ୍ତଶାଳାର ରୋଜଗାର ହାଣ୍ଡିଶାଳକୁ ସୁହାଉ ନ ଥିବାରୁ କୌଳିକ ବୃତ୍ତିରେ ତାଲା ପଡ଼ିବା ଆରମ୍ଭ ହେଲାଣି। କେତେକ ବୁଣାକାରଙ୍କ ଘରେ ଆଉ ତନ୍ତଶାଳର ଖଡ଼ଖାଡ଼ ଶବ୍ଦ ଶୁଣିବାକୁ ମିଳୁନାହିଁ। କୌଳିକ ବୃତ୍ତି ଛାଡ଼ି ବୁଣାକାର ସୁରଟମୁହାଁ ହେଲେଣି ଓ ଅନେକ ଇଟାଭାଟି ଶ୍ରମିକ ସାଜିଲେଣି ମଧ୍ୟ। ବନ୍ୟା, ବାତ୍ୟା ଓ କରୋନା ସମୟରେ ସରକାର ବୁଣାକାରଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଏହା କୌଳିକ ବୃତ୍ତି ବୁଡ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ସରକାରୀସ୍ତରରେ କ୍ଷୟକ୍ଷତି ପ୍ରଦାନରେ ପକ୍ଷପାତିତା ବୁଣାକାରଙ୍କୁ ହତୋତ୍ସାହିତ କରୁଛି। ବୁଣାକାର ସେମାନଙ୍କ ସମସ୍ୟା ନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ ସମସ୍ୟା ସମାଧାନ ହୋଇପାରୁ ନାହିଁ।
ବୁଣାକାରଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ସରକାରଙ୍କ କେତେକ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ବୁଣାକାର ସମ୍ପ୍ରଦାୟ, ସଂଘ, ନେତାମାନଙ୍କ ପକ୍ଷରୁ ଦାବି ହେଉଛି। ଏଠାରେ ଉପସ୍ଥାପିତ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ବୁଣାକାରଙ୍କ ଉପତ୍ାଦିତ ସାମଗ୍ରୀକୁ ଜିଏସ୍‌ଟି ମୁକ୍ତ କରିବା, ବୁଣାକାର ଦ୍ରବ୍ୟ ବିକ୍ରି ପାଇଁ ବଜାର ସୃଷ୍ଟି, ପଞ୍ଜୀକୃତ ବୁଣାକାରଙ୍କୁ ସହଜରେ ଓ ରିହାତିରେ କଞ୍ଚାମାଲ ଯୋଗାଇ ଦେବା, ବୁଣାକାରଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, କଞ୍ଚାମାଲ ଉପରେ ରିହାତି ପ୍ରଦାନ ଦିଗରେ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟର ନୀତି ନିଷ୍ପତ୍ତିକୁ ଅନୁସରଣ କରି ସମାନ ସୁବିଧା ଆମ ରାଜ୍ୟର ବୁଣାକାରଙ୍କୁ ପ୍ରଦାନ କରିବା, ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ତନ୍ତଶାଳା ନିର୍ମାଣରେ ରହିଥିବା ନିୟମରେ ପରିବର୍ତ୍ତନ, ୫୦ବର୍ଷରୁ ଊର୍ଦ୍ଧ୍ୱ ବୁଣାକାରଙ୍କୁ ୩ହଜାର ଟଙ୍କା ଭତ୍ତା ପ୍ରଦାନ ଓ ବିଭିନ୍ନ ସରକାରୀ ସୁବିଧା ହାସଲ ପାଇଁ ବୁଣାକାରଙ୍କୁ ଅନଲାଇନ ଏବଂ ଅଫଲାଇନ ସୁବିଧା ଯୋଗାଇ ଦେବା ଆଦି ଅନ୍ତର୍ଭୁକ୍ତ। ତେବେ ଏସବୁ ଦାବି ପୂରଣ କରିବାରେ ସରକାର କେତେ ସହାୟକ ହେଉଛନ୍ତି ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?