୫୦% ଟ୍ରମ୍ପ୍‌ ଟାରିଫ୍‌ ଲାଗୁ: ଭାରତ ଖୋଜୁଛି ବିକଳ୍ପ ବଜାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୮ା୮(ରଏଟର୍ସ/ପି.ଟି.): ୟୁକ୍ରେନ୍‌ ଯୁଦ୍ଧ ପରଠୁ ଗତ ସାଢ଼େ ୩ ବର୍ଷ ମଧ୍ୟରେ ରୁଷୀୟ ତୈଳରୁ ଭାରତ ୧୭ ବିଲିୟନ ଡଲାର ଲାଭ କରିଛି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ରେ ୩୭ ବିଲିୟନ ଡଲାର ହରାଇବାକୁ ଯାଉଛି। ଏହାକୁ ଦେଖି କେତେଜଣ ବିଶେଷ୍ଲକ କହିଛନ୍ତି, ଟ୍ରମ୍ପ୍‌ଙ୍କ ଟାରିଫ୍‌ ରୁଷିଆରୁ ଆମଦାନୀ ତୈଳରୁ ଭାରତକୁ ମିଳିଥିବା ଲାଭକୁ ପୋଛିନେବ।

ରୁଷିଆଠାରୁ ତୈଳ କ୍ରୟ ବାବଦକୁ ଭାରତୀୟ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅତିରିକ୍ତ ୨୫% ଟାରିଫ୍‌ ସହ ନୂଆଦିଲ୍ଲୀ ଉପରେ ମୋଟ ୫୦% ଶୁଳ୍କ ବୁଧବାରଠାରୁ ଲାଗୁ ହୋଇଛି। ଟ୍ରମ୍ପ୍‌ ଭାରତ ଉପରେ ଘୋଷଣା କରିଥିବା ପାଲଟା ଶୁଳ୍କ ୨୦୨୫ ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ ୨୭ ତାରିଖ ଭାରତୀୟ ସମୟ ପୂର୍ବାହ୍ନ ୯ଟା ୩୧ ମିନିଟ ପରେ ଆମେରିକାକୁ ପ୍ରବେଶ କରୁଥିବା ପଣ୍ୟସାମଗ୍ରୀ ଦୁଇଗୁଣା ଟିକସ ବୋଝ ସହିବା ଆରମ୍ଭ କରିଛି। ଏଥିଯୋଗୁ ଭାରତୀୟ ରପ୍ତାନି ଓ ନିଯୁକ୍ତି କ୍ଷେତ୍ର ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଭାରତ ନିଜ ପସନ୍ଦ ମୁତାବକ ଉତ୍ସରୁ ଶକ୍ତି କ୍ରୟ ଜାରି ରଖିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଆମେରିକା ଏହି ଦଣ୍ଡାମତ୍କ ଟାରିଫ୍‌ର ପୁନର୍ବିଚାର କରିବ ବୋଲି ଭାରତ ଆଶାବାଦୀ ଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ୫୦ ପ୍ରତିଶତ ଟାରିଫ୍‌ ଯୋଗୁ ବାର୍ଷିକ ପ୍ରାୟ ୬୦ ବିଲିୟନ୍‌ ଡଲାରର କ୍ଷତି ହେବାକୁ ଥିବାବେଳେ ଏହାର ଭରଣା ପାଇଁ ଭାରତ ଯୋଜନା କରିଛି। ତଦନୁସାରେ ପ୍ରାରମ୍ଭିକ ସ୍ତରରେ ଟେକ୍ସଟାଇଲ ଉତ୍ପାଦ ସମେତ ଅନ୍ୟ ସାମଗ୍ରୀଗୁଡ଼ିକୁ ୪୦ ଦେଶକୁ ରପ୍ତାନି କରିବା ପାଇଁ ଏକ ସ୍ବତନ୍ତ୍ର ଯୋଜନା ହାତକୁ ନିଆଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ୨୨୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସହ ଭାରତର ବାଣିଜି୍ୟକ ସମ୍ପର୍କ ରହିଥିବାବେଳେ ରପ୍ତାନିରେ ବିବିଧତା ବଜାୟ ରଖିବା ପାଇଁ ଅନ୍ୟ ୪୦ ଦେଶ ସହିତ କାରବାର ବୃଦ୍ଧି ଯୋଜନା କରାଯାଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ରହିଛି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ସ୍ପେନ୍‌, ଦକ୍ଷିଣ କୋରିଆ, ତୁର୍କୀ, ନେଦରଲାଣ୍ଡ୍ସ, ୟୁଏଇ ଏବଂ ବ୍ରିଟେନ୍‌। ଭାରତର ରପ୍ତାନି ଟାର୍ଗେଟରେ ଥିବା ଏହି ୪୦ ରାଷ୍ଟ୍ରକୁ ୫୯୦ ବିଲିୟନ୍‌ ଡଲାର ଟେକ୍ସଟାଇଲ ଓ ଆପାରେଲ ପଠାଗଲେ ନୂଆଦିଲ୍ଲୀକୁ ନିଜ ମାର୍କେଟ ଶେୟାର ତ୍ୱରାନ୍ବିତ କରିବା ପାଇଁ ସୁଯୋଗ ମିଳିବ। ଏକ୍ସପୋର୍ଟ ପ୍ରମୋଶନ୍‌ କାଉନ୍‌ସିଲ୍ସ (ଇପିସି) ବିବିଧକରଣ ରଣନୀତିର ମେରୁଦଣ୍ଡ ହେବ। ଏଥିସକାଶେ ସୁରଟ, ପାନିପଥ, ତିରୁପୁର ଓ ଭଦୋହିରୁ ଉଚ୍ଚଚାହିଦାଯୁକ୍ତ ଉତ୍ପାଦଗୁଡ଼ିକୁ ପଠାଇବା ପାଇଁ ଚିହ୍ନଟ କରାଯିବ ବୋଲି ଜଣାପଡ଼ିଛି।

ଟ୍ରମ୍ପ୍‌ଙ୍କ ୫୦% ଟାରିଫ୍‌ ଯୋଗୁ ଆମେରିକାରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ସେହି ଦେଶରେ ମହଙ୍ଗା ହେବ। ଏଥିଯୋଗୁ ଭାରତର ଟେକ୍ସଟାଇଲ୍ସ ଓ କପଡ଼ା, ଜେମ୍ସ ଓ ଜୁଏଲେରି, ମାଛ ଓ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ, ଚମଡ଼ା ଓ ଜୋତା, ପ୍ରାଣୀ ଉତ୍ପାଦ, କେମିକାଲ୍ସ, ଇଲେକ୍ଟ୍ରିକାଲ ଓ ମେକାନିକାଲ ମେଶିନାରି ଭଳି ଘରୋଇ ସେକ୍ଟରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଜେମ୍ସ ଆଣ୍ଡ୍‌ ଜୁଏଲେରିର ସବୁଠୁ ବଡ଼ କ୍ରେତା ହେଉଛି ଆମେରିକା। କେବଳ ଗତବର୍ଷ ଭାରତ ଆମେରିକାକୁ ୮୭,୬୦୦ କୋଟି ଟଙ୍କାର ଏଭଳି ସାମଗ୍ରୀ ରପ୍ତାନି କରିଥିଲା। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ପରେ ଡାଇମଣ୍ଡ ପଲିଶିଂର ଗ୍ଲୋବାଲ ହବ୍‌ ସୁରଟରେ ଏହାର ନକାରାମତ୍କ ପ୍ରଭାବ ଦେଖିବାକୁ ମିଳିଲାଣି। ଗତବର୍ଷ ଭାରତ ଅମେରିକାକୁ ୨୨,୮୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଥିବାବେଳେ ଟେକ୍ସଟାଇଲ୍ସ କ୍ଷେତ୍ରରେ ୨ ବିଲିୟନ୍‌ ଡଲାର ରପ୍ତାନି ହୋଇଥିଲା। ସେହିପରି ୨୦୨୪ରେ ଅଟୋ ସେକ୍ଟରରେ ଆମେରିକାକୁ ଭାରତ ୫୮,୦୦୦ କୋଟି ଟଙ୍କାର ରପ୍ତାନି କରିଥିଲା। ଗତବର୍ଷ ଭାରତରୁ ଆମେରିକାକୁ ରପ୍ତାନି ହୋଇଥିବା ଔଷଧର ମୂଲ୍ୟ ଥିଲା ୩୧,୬୨୬ କୋଟି ଟଙ୍କା। ଏସବୁକୁ ଦୃଷ୍ଟିରେ ରଖି ଭାରତ ବର୍ତ୍ତମାନ ବିକଳ୍ପ ବଜାର ଖୋଜିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri