୫୦% ଟ୍ରମ୍ପ୍‌ ଟାରିଫ୍‌ ଲାଗୁ: ଭାରତ ଖୋଜୁଛି ବିକଳ୍ପ ବଜାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୮ା୮(ରଏଟର୍ସ/ପି.ଟି.): ୟୁକ୍ରେନ୍‌ ଯୁଦ୍ଧ ପରଠୁ ଗତ ସାଢ଼େ ୩ ବର୍ଷ ମଧ୍ୟରେ ରୁଷୀୟ ତୈଳରୁ ଭାରତ ୧୭ ବିଲିୟନ ଡଲାର ଲାଭ କରିଛି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ରେ ୩୭ ବିଲିୟନ ଡଲାର ହରାଇବାକୁ ଯାଉଛି। ଏହାକୁ ଦେଖି କେତେଜଣ ବିଶେଷ୍ଲକ କହିଛନ୍ତି, ଟ୍ରମ୍ପ୍‌ଙ୍କ ଟାରିଫ୍‌ ରୁଷିଆରୁ ଆମଦାନୀ ତୈଳରୁ ଭାରତକୁ ମିଳିଥିବା ଲାଭକୁ ପୋଛିନେବ।

ରୁଷିଆଠାରୁ ତୈଳ କ୍ରୟ ବାବଦକୁ ଭାରତୀୟ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅତିରିକ୍ତ ୨୫% ଟାରିଫ୍‌ ସହ ନୂଆଦିଲ୍ଲୀ ଉପରେ ମୋଟ ୫୦% ଶୁଳ୍କ ବୁଧବାରଠାରୁ ଲାଗୁ ହୋଇଛି। ଟ୍ରମ୍ପ୍‌ ଭାରତ ଉପରେ ଘୋଷଣା କରିଥିବା ପାଲଟା ଶୁଳ୍କ ୨୦୨୫ ଅଗଷ୍ଟ ୭ରୁ ଲାଗୁ ହୋଇଥିବାବେଳେ ୨୭ ତାରିଖ ଭାରତୀୟ ସମୟ ପୂର୍ବାହ୍ନ ୯ଟା ୩୧ ମିନିଟ ପରେ ଆମେରିକାକୁ ପ୍ରବେଶ କରୁଥିବା ପଣ୍ୟସାମଗ୍ରୀ ଦୁଇଗୁଣା ଟିକସ ବୋଝ ସହିବା ଆରମ୍ଭ କରିଛି। ଏଥିଯୋଗୁ ଭାରତୀୟ ରପ୍ତାନି ଓ ନିଯୁକ୍ତି କ୍ଷେତ୍ର ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଭାରତ ନିଜ ପସନ୍ଦ ମୁତାବକ ଉତ୍ସରୁ ଶକ୍ତି କ୍ରୟ ଜାରି ରଖିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଆମେରିକା ଏହି ଦଣ୍ଡାମତ୍କ ଟାରିଫ୍‌ର ପୁନର୍ବିଚାର କରିବ ବୋଲି ଭାରତ ଆଶାବାଦୀ ଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ୫୦ ପ୍ରତିଶତ ଟାରିଫ୍‌ ଯୋଗୁ ବାର୍ଷିକ ପ୍ରାୟ ୬୦ ବିଲିୟନ୍‌ ଡଲାରର କ୍ଷତି ହେବାକୁ ଥିବାବେଳେ ଏହାର ଭରଣା ପାଇଁ ଭାରତ ଯୋଜନା କରିଛି। ତଦନୁସାରେ ପ୍ରାରମ୍ଭିକ ସ୍ତରରେ ଟେକ୍ସଟାଇଲ ଉତ୍ପାଦ ସମେତ ଅନ୍ୟ ସାମଗ୍ରୀଗୁଡ଼ିକୁ ୪୦ ଦେଶକୁ ରପ୍ତାନି କରିବା ପାଇଁ ଏକ ସ୍ବତନ୍ତ୍ର ଯୋଜନା ହାତକୁ ନିଆଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ୨୨୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ସହ ଭାରତର ବାଣିଜି୍ୟକ ସମ୍ପର୍କ ରହିଥିବାବେଳେ ରପ୍ତାନିରେ ବିବିଧତା ବଜାୟ ରଖିବା ପାଇଁ ଅନ୍ୟ ୪୦ ଦେଶ ସହିତ କାରବାର ବୃଦ୍ଧି ଯୋଜନା କରାଯାଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ରହିଛି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ସ୍ପେନ୍‌, ଦକ୍ଷିଣ କୋରିଆ, ତୁର୍କୀ, ନେଦରଲାଣ୍ଡ୍ସ, ୟୁଏଇ ଏବଂ ବ୍ରିଟେନ୍‌। ଭାରତର ରପ୍ତାନି ଟାର୍ଗେଟରେ ଥିବା ଏହି ୪୦ ରାଷ୍ଟ୍ରକୁ ୫୯୦ ବିଲିୟନ୍‌ ଡଲାର ଟେକ୍ସଟାଇଲ ଓ ଆପାରେଲ ପଠାଗଲେ ନୂଆଦିଲ୍ଲୀକୁ ନିଜ ମାର୍କେଟ ଶେୟାର ତ୍ୱରାନ୍ବିତ କରିବା ପାଇଁ ସୁଯୋଗ ମିଳିବ। ଏକ୍ସପୋର୍ଟ ପ୍ରମୋଶନ୍‌ କାଉନ୍‌ସିଲ୍ସ (ଇପିସି) ବିବିଧକରଣ ରଣନୀତିର ମେରୁଦଣ୍ଡ ହେବ। ଏଥିସକାଶେ ସୁରଟ, ପାନିପଥ, ତିରୁପୁର ଓ ଭଦୋହିରୁ ଉଚ୍ଚଚାହିଦାଯୁକ୍ତ ଉତ୍ପାଦଗୁଡ଼ିକୁ ପଠାଇବା ପାଇଁ ଚିହ୍ନଟ କରାଯିବ ବୋଲି ଜଣାପଡ଼ିଛି।

ଟ୍ରମ୍ପ୍‌ଙ୍କ ୫୦% ଟାରିଫ୍‌ ଯୋଗୁ ଆମେରିକାରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ସେହି ଦେଶରେ ମହଙ୍ଗା ହେବ। ଏଥିଯୋଗୁ ଭାରତର ଟେକ୍ସଟାଇଲ୍ସ ଓ କପଡ଼ା, ଜେମ୍ସ ଓ ଜୁଏଲେରି, ମାଛ ଓ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ, ଚମଡ଼ା ଓ ଜୋତା, ପ୍ରାଣୀ ଉତ୍ପାଦ, କେମିକାଲ୍ସ, ଇଲେକ୍ଟ୍ରିକାଲ ଓ ମେକାନିକାଲ ମେଶିନାରି ଭଳି ଘରୋଇ ସେକ୍ଟରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଜେମ୍ସ ଆଣ୍ଡ୍‌ ଜୁଏଲେରିର ସବୁଠୁ ବଡ଼ କ୍ରେତା ହେଉଛି ଆମେରିକା। କେବଳ ଗତବର୍ଷ ଭାରତ ଆମେରିକାକୁ ୮୭,୬୦୦ କୋଟି ଟଙ୍କାର ଏଭଳି ସାମଗ୍ରୀ ରପ୍ତାନି କରିଥିଲା। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ପରେ ଡାଇମଣ୍ଡ ପଲିଶିଂର ଗ୍ଲୋବାଲ ହବ୍‌ ସୁରଟରେ ଏହାର ନକାରାମତ୍କ ପ୍ରଭାବ ଦେଖିବାକୁ ମିଳିଲାଣି। ଗତବର୍ଷ ଭାରତ ଅମେରିକାକୁ ୨୨,୮୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଥିବାବେଳେ ଟେକ୍ସଟାଇଲ୍ସ କ୍ଷେତ୍ରରେ ୨ ବିଲିୟନ୍‌ ଡଲାର ରପ୍ତାନି ହୋଇଥିଲା। ସେହିପରି ୨୦୨୪ରେ ଅଟୋ ସେକ୍ଟରରେ ଆମେରିକାକୁ ଭାରତ ୫୮,୦୦୦ କୋଟି ଟଙ୍କାର ରପ୍ତାନି କରିଥିଲା। ଗତବର୍ଷ ଭାରତରୁ ଆମେରିକାକୁ ରପ୍ତାନି ହୋଇଥିବା ଔଷଧର ମୂଲ୍ୟ ଥିଲା ୩୧,୬୨୬ କୋଟି ଟଙ୍କା। ଏସବୁକୁ ଦୃଷ୍ଟିରେ ରଖି ଭାରତ ବର୍ତ୍ତମାନ ବିକଳ୍ପ ବଜାର ଖୋଜିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri