ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ ବିଛେଇ ହୋଇଥିବା ଆନ୍ତଃ ରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ସାର୍ଟିଫିକେଟ୍‌ ପିଛା ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା ଜଣାପଡ଼ିଛି। ଜାଲ୍‌ ସାର୍ଟିଫିକେଟ କାରବାର ମାମଲାରେ ସ୍ବତନ୍ତ୍ର ପୋଲିସ ଟିମ୍‌ ସ୍ଥାନୀୟ ରିଲାଏନ୍ସ ଏଜୁକେଶନ କମ୍ପ୍ଲ୍ଳେକ୍ସ ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ପାର୍ଟନର ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ଏହି ଶିକ୍ଷା ପ୍ରତିଷ୍ଠାନରୁ ଦେଶର ବିଭିନ୍ନ ପ୍ରଦେଶର ୪୧ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ପ୍ରାୟ ୫ ହଜାର ଜାଲ୍‌ ସାର୍ଟିଫିକେଟ ଜବତ କରାଯାଇଛି। ଏହା ସହ ୨୭ ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ଜାଲ୍‌ ସିଲ୍‌ ଓ ଷ୍ଟାମ୍ପ, ବଲାଙ୍ଗୀର ଓ ପୁଇଁତଳା ତହସିଲଦାରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଷ୍ଟାମ୍ପ ଓ ସିଲ୍‌, ୩ଲକ୍ଷ ୬୭ହଜାର ୬ଶହ ଟଙ୍କା, ୪ଟି କମ୍ପ୍ୟୁଟର ସିଷ୍ଟମ୍‌, ୨ଟି ଲାପ୍‌ଟପ୍‌, ୩ଟି ପ୍ରିଣ୍ଟର,
ସ୍କାନର, ଜେରକ୍ସ ମେଶିନ, ଏସ୍‌ଏସ୍‌ଡି ହାର୍ଡଡିସ୍କ, ମୋବାଇଲ ଫୋନ୍‌, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସ୍‌କୁ ଲେଖାଯାଇଥିବା ଚିଠି, ଜାଲ୍‌ ସାର୍ଟିଫିକେଟ୍‌ କାରବାରର ଏକାଧିକ ଡାଏରି ଜବତ କରାଯାଇଛି। ଘଟଣା ପ୍ରଘଟ ହେବା ପରେ ୨ମାଷ୍ଟରମାଇଣ୍ଡ ହାର୍ଡଡିକ୍ସରୁ ସମସ୍ତ ତଥ୍ୟ ଡିଲିଟ୍‌ କରିଦେଇଥିଲେ। ପରେ ପୋଲିସ ସମ୍ପୃକ୍ତ ଜବତ ହାର୍ଡଡିକ୍ସରୁ ଜାଲ୍‌ ସାର୍ଟିଫିକେଟ୍‌ର ସମସ୍ତ କଳାଚିଠା ରିଟ୍ରାଇଭ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମନୋଜ ମିଶ୍ର ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ରେ ଚାକିରି କରାଇଦେବା ପାଇଁ ଜଣେ ଯୁବକଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିବା ସୂଚନା ଦେଇଥିଲେ। ଏହାବ୍ୟତୀତ ଏମ୍‌ସିଏଲ୍‌ରେ ଅନ୍ୟମାନଙ୍କୁ ଚାକିରି କରାଇଦେବା ନଁାରେ ଟଙ୍କା ନେଣଦେଣ କରିଥିବା ଜଣାପଡ଼ିଛି। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସୋମବାର ଟାଉନ୍‌ ଥାନା ପରିସରରେ ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୬୭, ୪୬୮, ୪୭୧, ୪୨୦, ୩୪, ୧୨୦ ବି’ରେ ମାମଲା ରୁଜୁ ହୋଇଛି।
ଏସ୍‌ପି କୁଶଲକର ଆହୁରି କହିଛନ୍ତି, ବଲାଙ୍ଗୀର ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ପରେ ଟାଉନ୍‌ ଥାନାରେ ଏକ ମାମଲା (୧୪୧/୨୩) ରୁଜୁ କରାଯାଇଥିଲା। ଏହାପରେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଧୀନ ଚାନ୍ଦୋତରାର ରଜତ କୁମାର ନାଏକଙ୍କ ଅଭିଯୋଗକ୍ରମେ ଆଉ ଏକ ମାମଲା(୧୪୩/୨୩) ରୁଜୁ କରାଯାଇଥିଲା। ଏହି ଦୁଇ ମାମଲାକୁ ଭିତ୍ତିକରି ପୋଲିସ ସ୍ବତନ୍ତ୍ର ଟିମ୍‌ ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲେ। ଏହି କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତା ୨୦୧୬ ମସିହାରୁ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ ଚଳାଇଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ମିଶ୍ର ଦେଶର ବିଭିନ୍ନ ସ୍ଥାନର ୪୧ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର କେତେଜଣ ଦଲାଲ ଓ କୋଅର୍ଡିନେଟରଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୁକ୍ତ ଆଲୋକ ଉଦ୍‌ଗାତା ହେଉଛନ୍ତି ଜାଲ୍‌ ସାର୍ଟିଫିକେଟ୍‌ ତିଆରିର ବିଶେଷଜ୍ଞ। ବିଭିନ୍ନ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍‌କୁ ନିଖୁଣ ଭାବେ କପିକରି ସେଥିରେ ସମ୍ପୂର୍ଣ୍ଣ ଅରିଜିନାଲ ସିଲ୍‌, ଲୋଗୋ ଏବଂ ପ୍ରିଣ୍ଟ କାଢ଼ିବାରେ ସଫଳ ହୋଇଥିଲେ। ଏହାପରେ ସାର୍ଟିଫିକେଟ୍‌ ପିଛା ୫୦ହଜାରରୁ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁଥିଲେ। ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସ ୧୯୯୮ ମସିହାରୁ କୋଚିଂ ସେଣ୍ଟର ଭାବେ ଚାଲୁଛି ଏବଂ ୨୦୧୬ ମସିହାରୁ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସହ ମିଶି ଜାଲ୍‌ ସାର୍ଟିଫିକେଟ କାରବାରରେ ଲିପ୍ତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏମାନଙ୍କଠାରୁ ଜାଲ୍‌ ସାର୍ଟିଫିକେଟ ନେଇ ବହୁ ଯୁବତୀଯୁବକ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ସହ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ କାରବାର କରି ଅଭିଯୁକ୍ତ ମିଶ୍ର ଓ ଉଦ୍‌ଗାତା କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ଏସ୍‌ପି କୁଶଲକର ସୂଚନା ଦେଇଛନ୍ତି। ଜାଲ୍‌ ସାର୍ଟିଫିକେଟ କାରବାର ଏକ ଆନ୍ତଃ ରାଜ୍ୟ ର଼୍ୟାକେଟ ହୋଇଥିବାରୁ ଏଥିରେ ବିଭିନ୍ନ ରାଜ୍ୟର ବହୁ ଦଲାଲ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ପର୍ଦ୍ଦାଫାଶ କରିବାକୁ ବଡ଼ଧରଣ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ୍‌ରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲା ସମେତ ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ନାଟକ, ସିକ୍କିମ, ରାଜସ୍ଥାନ, ମେଘାଳୟ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗୁଜରାଟରେ ସକ୍ରିୟ ରହିଥିବା ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ଧରାପଡ଼ିଥିବା ଜାଲ୍‌ ସାର୍ଟିଫିକେଟ ସ୍କାମ୍‌ କେବଳ ବରଫ ପାହାଡ଼ର ଶିଖର ସଦୃଶ। ଆହୁରି ବିଶାଳ ପାହାଡ଼ ଲୁଚି ରହିଛି ବୋଲି ଏସ୍‌ପି କୁଶଲକର ଗଣମାଧ୍ୟମକୁ କହିଛନ୍ତି।
ସେହିପରି କେନ୍ଦ୍ରାପଡ଼ା ଡାକ ଡିଭିଜନରେ ଗତ ଜାନୁୟାରୀ ୨୭ରେ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପଦବୀ ପାଇଁ ଭଦ୍ରକ ଜିଲା ଲୁଣିଆ ଗ୍ରାମର ଅନୀତା ଜେନା ନାମ୍ନୀ ଜଣେ ମହିଳା ଆବେଦନ କରିଥିଲେ। ହେଲେ ଯାଞ୍ଚ ସମୟରେ ସେ ଦାଖଲ କରିଥିବା ମାଟ୍ରିକ୍‌ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ଉକ୍ତ ସାର୍ଟିଫିକେଟ ଉତ୍ତରପ୍ରଦେଶର ଏକ ଶିକ୍ଷାନୁଷ୍ଠାନରୁ ପ୍ରାପ୍ତ ହୋଇଥିବାବେଳେ ସେଥିରେ ସେ ଓଡ଼ିଆରେ ୧୦୦ରୁ ୯୯ ନମ୍ବର ରଖିଥିବା ଉଳ୍ଲେଖ ରହିଛି। ଯାଞ୍ଚ ସମୟରେ ଉତ୍ତରପ୍ରଦେଶର ଉକ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷା ନ ଥିବା ଜଣାପଡ଼ିଥିଲା। ଗତ ୨୧ତାରିଖରେ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠୀ ଉକ୍ତ ମହିଳାଙ୍କୁ ଡାକି ପଚାରିବାରେ ସେ ସତ ମାନିବା ସହ ଆବେଦନ ପତ୍ର ଫେରାଇ ନେବାକୁ କହିଥିଲେ। ଏପରି କି କୌଶଳକ୍ରମେ ସେଠାରୁ ପଳାଇ ଯାଇଥିଲେ। ଏନେଇ ଡାକ ଅଧୀକ୍ଷକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri