ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ ବିଛେଇ ହୋଇଥିବା ଆନ୍ତଃ ରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ସାର୍ଟିଫିକେଟ୍‌ ପିଛା ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା ଜଣାପଡ଼ିଛି। ଜାଲ୍‌ ସାର୍ଟିଫିକେଟ କାରବାର ମାମଲାରେ ସ୍ବତନ୍ତ୍ର ପୋଲିସ ଟିମ୍‌ ସ୍ଥାନୀୟ ରିଲାଏନ୍ସ ଏଜୁକେଶନ କମ୍ପ୍ଲ୍ଳେକ୍ସ ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ପାର୍ଟନର ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ଏହି ଶିକ୍ଷା ପ୍ରତିଷ୍ଠାନରୁ ଦେଶର ବିଭିନ୍ନ ପ୍ରଦେଶର ୪୧ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ପ୍ରାୟ ୫ ହଜାର ଜାଲ୍‌ ସାର୍ଟିଫିକେଟ ଜବତ କରାଯାଇଛି। ଏହା ସହ ୨୭ ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ଜାଲ୍‌ ସିଲ୍‌ ଓ ଷ୍ଟାମ୍ପ, ବଲାଙ୍ଗୀର ଓ ପୁଇଁତଳା ତହସିଲଦାରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଷ୍ଟାମ୍ପ ଓ ସିଲ୍‌, ୩ଲକ୍ଷ ୬୭ହଜାର ୬ଶହ ଟଙ୍କା, ୪ଟି କମ୍ପ୍ୟୁଟର ସିଷ୍ଟମ୍‌, ୨ଟି ଲାପ୍‌ଟପ୍‌, ୩ଟି ପ୍ରିଣ୍ଟର,
ସ୍କାନର, ଜେରକ୍ସ ମେଶିନ, ଏସ୍‌ଏସ୍‌ଡି ହାର୍ଡଡିସ୍କ, ମୋବାଇଲ ଫୋନ୍‌, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସ୍‌କୁ ଲେଖାଯାଇଥିବା ଚିଠି, ଜାଲ୍‌ ସାର୍ଟିଫିକେଟ୍‌ କାରବାରର ଏକାଧିକ ଡାଏରି ଜବତ କରାଯାଇଛି। ଘଟଣା ପ୍ରଘଟ ହେବା ପରେ ୨ମାଷ୍ଟରମାଇଣ୍ଡ ହାର୍ଡଡିକ୍ସରୁ ସମସ୍ତ ତଥ୍ୟ ଡିଲିଟ୍‌ କରିଦେଇଥିଲେ। ପରେ ପୋଲିସ ସମ୍ପୃକ୍ତ ଜବତ ହାର୍ଡଡିକ୍ସରୁ ଜାଲ୍‌ ସାର୍ଟିଫିକେଟ୍‌ର ସମସ୍ତ କଳାଚିଠା ରିଟ୍ରାଇଭ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମନୋଜ ମିଶ୍ର ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ରେ ଚାକିରି କରାଇଦେବା ପାଇଁ ଜଣେ ଯୁବକଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିବା ସୂଚନା ଦେଇଥିଲେ। ଏହାବ୍ୟତୀତ ଏମ୍‌ସିଏଲ୍‌ରେ ଅନ୍ୟମାନଙ୍କୁ ଚାକିରି କରାଇଦେବା ନଁାରେ ଟଙ୍କା ନେଣଦେଣ କରିଥିବା ଜଣାପଡ଼ିଛି। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସୋମବାର ଟାଉନ୍‌ ଥାନା ପରିସରରେ ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୬୭, ୪୬୮, ୪୭୧, ୪୨୦, ୩୪, ୧୨୦ ବି’ରେ ମାମଲା ରୁଜୁ ହୋଇଛି।
ଏସ୍‌ପି କୁଶଲକର ଆହୁରି କହିଛନ୍ତି, ବଲାଙ୍ଗୀର ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ପରେ ଟାଉନ୍‌ ଥାନାରେ ଏକ ମାମଲା (୧୪୧/୨୩) ରୁଜୁ କରାଯାଇଥିଲା। ଏହାପରେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଧୀନ ଚାନ୍ଦୋତରାର ରଜତ କୁମାର ନାଏକଙ୍କ ଅଭିଯୋଗକ୍ରମେ ଆଉ ଏକ ମାମଲା(୧୪୩/୨୩) ରୁଜୁ କରାଯାଇଥିଲା। ଏହି ଦୁଇ ମାମଲାକୁ ଭିତ୍ତିକରି ପୋଲିସ ସ୍ବତନ୍ତ୍ର ଟିମ୍‌ ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲେ। ଏହି କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତା ୨୦୧୬ ମସିହାରୁ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ ଚଳାଇଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ମିଶ୍ର ଦେଶର ବିଭିନ୍ନ ସ୍ଥାନର ୪୧ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର କେତେଜଣ ଦଲାଲ ଓ କୋଅର୍ଡିନେଟରଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୁକ୍ତ ଆଲୋକ ଉଦ୍‌ଗାତା ହେଉଛନ୍ତି ଜାଲ୍‌ ସାର୍ଟିଫିକେଟ୍‌ ତିଆରିର ବିଶେଷଜ୍ଞ। ବିଭିନ୍ନ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍‌କୁ ନିଖୁଣ ଭାବେ କପିକରି ସେଥିରେ ସମ୍ପୂର୍ଣ୍ଣ ଅରିଜିନାଲ ସିଲ୍‌, ଲୋଗୋ ଏବଂ ପ୍ରିଣ୍ଟ କାଢ଼ିବାରେ ସଫଳ ହୋଇଥିଲେ। ଏହାପରେ ସାର୍ଟିଫିକେଟ୍‌ ପିଛା ୫୦ହଜାରରୁ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁଥିଲେ। ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସ ୧୯୯୮ ମସିହାରୁ କୋଚିଂ ସେଣ୍ଟର ଭାବେ ଚାଲୁଛି ଏବଂ ୨୦୧୬ ମସିହାରୁ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସହ ମିଶି ଜାଲ୍‌ ସାର୍ଟିଫିକେଟ କାରବାରରେ ଲିପ୍ତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏମାନଙ୍କଠାରୁ ଜାଲ୍‌ ସାର୍ଟିଫିକେଟ ନେଇ ବହୁ ଯୁବତୀଯୁବକ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ସହ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ କାରବାର କରି ଅଭିଯୁକ୍ତ ମିଶ୍ର ଓ ଉଦ୍‌ଗାତା କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ଏସ୍‌ପି କୁଶଲକର ସୂଚନା ଦେଇଛନ୍ତି। ଜାଲ୍‌ ସାର୍ଟିଫିକେଟ କାରବାର ଏକ ଆନ୍ତଃ ରାଜ୍ୟ ର଼୍ୟାକେଟ ହୋଇଥିବାରୁ ଏଥିରେ ବିଭିନ୍ନ ରାଜ୍ୟର ବହୁ ଦଲାଲ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ପର୍ଦ୍ଦାଫାଶ କରିବାକୁ ବଡ଼ଧରଣ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ୍‌ରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲା ସମେତ ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ନାଟକ, ସିକ୍କିମ, ରାଜସ୍ଥାନ, ମେଘାଳୟ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗୁଜରାଟରେ ସକ୍ରିୟ ରହିଥିବା ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ଧରାପଡ଼ିଥିବା ଜାଲ୍‌ ସାର୍ଟିଫିକେଟ ସ୍କାମ୍‌ କେବଳ ବରଫ ପାହାଡ଼ର ଶିଖର ସଦୃଶ। ଆହୁରି ବିଶାଳ ପାହାଡ଼ ଲୁଚି ରହିଛି ବୋଲି ଏସ୍‌ପି କୁଶଲକର ଗଣମାଧ୍ୟମକୁ କହିଛନ୍ତି।
ସେହିପରି କେନ୍ଦ୍ରାପଡ଼ା ଡାକ ଡିଭିଜନରେ ଗତ ଜାନୁୟାରୀ ୨୭ରେ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପଦବୀ ପାଇଁ ଭଦ୍ରକ ଜିଲା ଲୁଣିଆ ଗ୍ରାମର ଅନୀତା ଜେନା ନାମ୍ନୀ ଜଣେ ମହିଳା ଆବେଦନ କରିଥିଲେ। ହେଲେ ଯାଞ୍ଚ ସମୟରେ ସେ ଦାଖଲ କରିଥିବା ମାଟ୍ରିକ୍‌ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ଉକ୍ତ ସାର୍ଟିଫିକେଟ ଉତ୍ତରପ୍ରଦେଶର ଏକ ଶିକ୍ଷାନୁଷ୍ଠାନରୁ ପ୍ରାପ୍ତ ହୋଇଥିବାବେଳେ ସେଥିରେ ସେ ଓଡ଼ିଆରେ ୧୦୦ରୁ ୯୯ ନମ୍ବର ରଖିଥିବା ଉଳ୍ଲେଖ ରହିଛି। ଯାଞ୍ଚ ସମୟରେ ଉତ୍ତରପ୍ରଦେଶର ଉକ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷା ନ ଥିବା ଜଣାପଡ଼ିଥିଲା। ଗତ ୨୧ତାରିଖରେ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠୀ ଉକ୍ତ ମହିଳାଙ୍କୁ ଡାକି ପଚାରିବାରେ ସେ ସତ ମାନିବା ସହ ଆବେଦନ ପତ୍ର ଫେରାଇ ନେବାକୁ କହିଥିଲେ। ଏପରି କି କୌଶଳକ୍ରମେ ସେଠାରୁ ପଳାଇ ଯାଇଥିଲେ। ଏନେଇ ଡାକ ଅଧୀକ୍ଷକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri