୫ ବର୍ଷରେ ୫୦ ପ୍ରତିଶତ ଫୁଏଲ୍‌ ଷ୍ଟେଶନ ହେବ ସୌରଚାଳିତ: ଧର୍ମେନ୍ଦ୍ର

ଭୁବନେଶ୍ୱର ୯।୯(ବ୍ୟୁରୋ): ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫ୍ୟୁଏଲ୍‌(ଇନ୍ଧନ) ଷ୍ଟେସନକୁ ଆସନ୍ତା ୫ ବର୍ଷରେ ସୌରଚାଳିତ କରାଯିବ। ଆନ୍ତର୍ଜାତିକ ସୌର ଆଲିଆନ୍ସ (ଆଇଏସଏ)ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ା ଆଇଏସଏର ସମନ୍ବୟ ଜଳବାୟୁ କାର୍ଯ୍ୟକ୍ରମରେ ୫ ତୈଳ ରଷ୍ଟ୍ରାୟତ୍ତ ଉଦ୍ୟୋଗ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ୫ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଓଏନଜିସି, ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଏବଂ ଗେଲ୍‌ କର୍ପୋରେଟ୍‌ ଭାଗିଦାରୀ ଭାବେ ଆଇଏସଏର ସମନ୍ବୟ ଜଳବାୟୁ କାର୍ଯ୍ୟକ୍ରମରେ ସାମିଲ ହେବେ। ଦେଶର ତୈଳ ଓ ଗ୍ୟାସ କମ୍ପାନୀଗୁଡିକ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ସୌର ପ୍ୟାନେଲ୍‌ ସ୍ଥାପନ କରିବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ା