Categories: ଜାତୀୟ

‘ ଏବେ ବି ୫୦ ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ ’

ନୂଆଦିଲ୍ଲୀ, ୨୦।୫ : ଏବେ ମଧ୍ୟ ୫୦ ପ୍ରତିଶତ ଲୋକେ ପିନ୍ଧୁ ନାହାନ୍ତି ମାସ୍କ। ଆଉ ବାକି ୫୦ ପ୍ରତିଶତରୁ ୬୪ ପ୍ରତିଶତ ଲୋକେ କେବଳ ନା’କୁ ମାତ୍ର ମାସ୍କ ପିନ୍ଧୁଛନ୍ତି ଅର୍ଥାତ ନାକକୁ ଘୋଡ଼ାଉ ନାହାନ୍ତି। ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, ୮ଟି ରାଜ୍ୟରେ ସକ୍ରିୟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ସେପଟେ ରହିଛି। ୯ଟି ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଥିବାବେଳେ ବାକି ରାଜ୍ୟରେ ଏହା ୫୦ ହଜାରରୁ କମ୍‌। ତେବେ ଚିନ୍ତାର କାରଣ ପାଲଟିଛି ପଶ୍ଚିମବଙ୍ଗ ଓ କର୍ନାଟକ। ଦୁଇ ରାଜ୍ୟରେ ସକ୍ରିୟ ହାର ୨୫ ପ୍ରତିଶତରୁ ଅଧିକ ରହିଛି।
କ୍ରମାଗତ ୧୦ ସପ୍ତାହ ଧରି ଉପର ମୁହଁାଥିବା ସଂକ୍ରମଣ ହାର ଦୁଇ ସପ୍ତାହ ହେଲା ତଳକୁ ଖସିଛି। ୭ ରାଜ୍ୟରେ ସଂକ୍ରମଣ ହାର ୨୫%ରୁ ଅଧିକ ଥିବାବେଳେ ୨୨ ରାଜ୍ୟରେ ଏହା ୧୫ ପ୍ରତିଶତରୁ ଅଧିକ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share